ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଆଇସିସି ଚାମ୍ପିଅନ୍ସ ଟ୍ରଫି: ମଙ୍ଗଳବାର ଭାରତ-ଅଷ୍ଟ୍ରେଲିଆ ସେମି ଫାଇନାଲ, ୫ରେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ ଟକ୍କର

Published By : Prameya | March 3, 2025 9:10 AM

ଦୁବାଇ, ୦୩/୦୩: ବରୁଣ ଚକ୍ରବର୍ତ୍ତୀଙ୍କ ଯାଦୁକରୀ ସ୍ପିନକୁ ପାଥେୟ କରି ଭାରତ ୪୪ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ଅପରାଜେୟ ସାବ୍ୟସ୍ତ ହେବା ସହ ଆଇସିସି ଚାମ୍ପିଅନ୍ସ ଟ୍ରଫି ଗ୍ରୁପ୍‌ ଏ’ରେ ଟପ୍ପର ହୋଇଛି । ରବିବାର ଏହି ମ୍ୟାଚ୍‌ ପରେ ସେମି ଫାଇନାଲ ଲାଇନ ଚୂଡ଼ାନ୍ତ ହୋଇଛି। ପ୍ରଥମ ସେମି ଫାଇନାଲ ଆସନ୍ତା ୪ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ଏବଂ  ଦ୍ୱିତୀୟ ସେମି ଫାଇନାଲ ୫ ତାରିଖରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । 

ଭାରତ ପୂର୍ବ ମ୍ୟାଚ୍‌ ଭଳି ସେମି ଫାଇନାଲ ମଧ୍ୟ ଦୁବାଇରେ ଖେଳିବ । କିନ୍ତୁ ଦ୍ୱିତୀୟ ସେମି ଫାଇନାଲ ଲାହୋରରେ ଆୟୋଜିତ ହେବ । ଉଭୟ ମ୍ୟାଚ୍‌ ଦିବାରାତ୍ର ହେବ । ଯଦି ଭାରତ ଫାଇନାଲକୁ ଉନ୍ନୀତ ହୁଏ ତେବେ ଫାଇନାଲ ମ୍ୟାଚ୍‌ ଆସନ୍ତା ୯ ତାରିଖରେ ଦୁବାଇରେ ଖେଳାଯିବ । 

ଗ୍ରୁପ୍‌ ଏ’ରେ ଭାରତ ପ୍ରଥମ ମ୍ୟାଚ୍‌ରେ ୬  ୱିକେଟ୍‌ରେ ବାଂଲାଦେଶକୁ ଓ ଦ୍ୱିତୀୟ ମ୍ୟାଚ୍‌ରେ  ମଧ୍ୟ ୬ ୱିକେଟ୍‌ରେ ଆୟୋଜକ ପାକିସ୍ତାନକୁ ପରାଜିତ କରିଥିଲା । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ  ପ୍ରଥମେ ବ୍ୟାଟିଂ କରି ଦୁବାଇର ମନ୍ଥର ପିଚରେ ୯  ୱିକେଟ୍‌ ହରାଇ ୨୪୯ ରନ୍‌ କରିଥିଲା । ଶ୍ରେୟାସ  ଆୟର (୭୯) ଅର୍ଦ୍ଧଶତକ ହାସଲ କରିଥିଲେ । ବୋଲିଂରେ ବରୁଣ (୫ ୱିକେଟ୍‌) ଘାତକ ବୋଲିଂ  କରି ନ୍ୟୁଜିଲାଣ୍ଡର ବିପର୍ଯ୍ୟୟ ଘଟାଇଥିଲେ । ଫଳରେ ନ୍ୟୁଜିଲାଣ୍ଡ ୪୫.୩ ଓଭରରେ ୨୦୫ ରନ୍‌ କରି  ଅଲ ଆଉଟ୍‌ ହୋଇଥିଲା । କୁଲଦୀପ ଯାଦବ ୨ଟି ଏବଂ ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ ଓ ହାର୍ଦ୍ଦିକ  ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।  

ଗ୍ରୁପ୍‌ ବି’ରେ ଦକ୍ଷିଣ ଆଫ୍ରିକା ୫ ପଏଣ୍ଟ ସହ  ଟେବୁଲରେ ପ୍ରଥମ ଏବଂ ଅଷ୍ଟ୍ରେଲିଆ ୪ ପଏଣ୍ଟ  ସହ ଦ୍ୱିତୀୟ ସ୍ଥାନରେ ରହି ସେମି ଫାଇନାଲରେ  ପ୍ରବେଶ କରିଥିଲା । ଗ୍ରୁପ୍‌ ଏ’ରେ ନ୍ୟୁଜିଲାଣ୍ଡ ୨ଟି  ମ୍ୟାଚ୍‌ ଜିତି ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ  ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.