ଚନ୍ଦାହାଣ୍ଡି ,୩।୧୦ (ଆ ପ୍ର )-  ନବରଙ୍ଗପୁର  ସାଂସଦ ଚନ୍ଦାହାଣ୍ଡି ବ୍ଲକ   ପ୍ରତିନିଧି ଭାବେ   ଇଂ ବସନ୍ତ କୁମାର ମାଝୀଙ୍କୁ  ସାଂସଦ ବଳଭଦ୍ର ମାଝୀ ମନୋନୀତ କରିଛନ୍ତି।  ଏ ନେଇ ସାଂସଦ ଇଂ ବଳଭଦ୍ର ମାଝି ଚନ୍ଦାହାଣ୍ଡି ବିଡିଓ ରାମକୃଷ୍ଣ ନାୟକଙ୍କୁ ଏକ ପତ୍ର ପେରଣ କରିଥିବା ନେଇ ବିଡିଓ ସୂଚନା ଦେଇଛନ୍ତି l  

ଗୁରୁବାର ମନୋନୀତ ସାଂସଦ ପ୍ରତିନିଧି ବିଜେପି କାର୍ଯ୍ୟକର୍ତ୍ତା ସହ   ବ୍ଲକ ବିଡିଓଙ୍କୁ ଭେଟି  ନିଜର ମନୋନୀତ ପତ୍ର ପ୍ରଦାନ କରିଥିଲେ l    ସାଂସଦଙ୍କ ଅନୁପସ୍ଥିତିରେ ସମସ୍ତ ସରକାରୀ କାର୍ଯ୍ୟରେ ପ୍ରତିନିଧିତ୍ୱ କରିବେ   ବୋଲି ସାଂସଦ ଶ୍ରୀ  ମାଝି ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି l   ଏହା ପୂର୍ବ ରୁ କାମଚଲା ସାଂସଦ ପ୍ରତିନିଧି ଭାବରେ ବରିଷ୍ଠ ବିଜେପି ନେତା   ଦିଲୀପ କୁମାର ଦାସ ସମସ୍ତ ବ୍ଲକ ସରକାରୀ କାର୍ଯ୍ୟକ୍ରମରେ ପ୍ରତିନିଧିତ୍ୱ କରୁ ଥିଲେ l  ସାଂସଦ ବଳଭଦ୍ର ମାଝୀଙ୍କ ଭାଇ ହେଉଛନ୍ତି ଇଂ ବସନ୍ତ କୁମାର ମାଝୀ।