PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ନିର୍ମାଣଧୀନ ପୋଲର ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର : ଡ୍ରାଇଭର୍ ମୃତ, ଗାଡିରୁ ଡେଇଁ ଜୀବନ ବଞ୍ଚାଇଲା ହେଲପର୍…

ଚନ୍ଦାହାଣ୍ଡି, ୨୭/୦୧ : ଭାରସାମ୍ୟ ହରାଇ ନିର୍ମାଣଧୀନ ପୋଲର ୨୫ ଫୁଟ ତଳକୁ ଖସିଲା ଟ୍ରାକ୍ଟର। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନ ମୋତିଗାଁ ଗ୍ରାମର ଭଣ୍ଡାରନଦୀ ନିର୍ମାଣଧିନ ପୋଲ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି। ହେଲପର ଗାଡିରୁ ଡେଇଁ ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାନୁଯାୟୀ, ବେହେରାମୁଣ୍ଡା ପଞ୍ଚାୟତ ବେଲମାଝୀଗୁଡାର ତେଜେଶ୍ୱର ପୂଜାରୀ ମାଲିକଙ୍କ ନିର୍ଦ୍ଦେଶ କ୍ରମେ ଏକ ଟ୍ରାକ୍ଟରରେ ସିମେଣ୍ଟ ବୋଝେଇ କରି ନେଇ ଛାଡିକି ଆସୁଥିଲେ। ଏହି ସମୟରେ ମୋତିଗାଁ ପୋଲ ପାଖ ନିର୍ମାଣଧିନ ଆରଡି ରାସ୍ତାର ୨୫ ଫୁଟ ତଳକୁ ଭାରସାମ୍ୟ ହରାଇ ଟ୍ରାକ୍ଟର ଖସି ପଡିଥିଲା। ଫଳରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି। ତେବେ ହେଲପର କାଳିଆ ଗାଡିରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଚନ୍ଦାହାଣ୍ଡି ଆଇଆଇସି ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ଖଗେଶ୍ୱର ଖୋସଲା, ଏଏସଆଇ ବସନ୍ତ କୁମାର ସ୍ୱାଇଁ ଘଟଣା ସ୍ଥଳକୁ ଆସି ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଛନ୍ତି। ମୃତକଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି।