PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ଗୁରୁଗ୍ରାମରେ ଇନୋଭା ଉପରେ ଓଲଟିଲା ଟ୍ରକ୍, ଜଣେ ଯୁବତୀ ସମେତ ୪ଜଣଙ୍କ ମୃତ୍ୟୁ

ଗୁରୁଗ୍ରାମ, ୧୬/୮ : ହରିୟାଣାର ଗୁରୁଗ୍ରାମ ଜିଲ୍ଲାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ଜଣେ ଯୁବତୀଙ୍କ ସମେତ ୪ଜଣଙ୍କ ମୃତ୍ୟୁ ହୋଇଛି । ଯାହାକି ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ଅନୁଯାୟୀ, ଉଦୟପୁରରୁ ବୁଲି ଫେରୁଥିବା ଇନୋଭାରେ ବସିଥିବା ଯୁବକ ଯୁବତୀଙ୍କ ଉପରେ ଓଲଟି ପଡ଼ିଛି ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍  ।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ଯୁବତୀ ଏବଂ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ସେହିପରି ଜଣେ ଯୁବତୀ ଏବଂ ଯୁବକଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ବିଳମ୍ବିତ ରାତି ପାଖାପାଖି ୧ଟା ୪୦ମିନିଟ ସମୟରେ ବିଳାସପୁର ଥାନା ଅଞ୍ଚଳରେ ହୋଇଥିଲା । ଗୁରୁଗ୍ରାମ ପୁଲିସ ୪ଜଣଙ୍କ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର