PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ମାମଲା : ସେନା ଯବାନ ଅରୁଣାଚଳ ପ୍ରଦେଶରୁ ଗିରଫ , ନିଆଗଲା ମୋହାଲି

ଚଣ୍ଡିଗଡ଼- ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ମାମଲାରେ ପଞ୍ଜାବ ପୁଲିସକୁ ମିଳିଛି ବଡ଼ ସଫଳତା । ପୁଲିସ୍‌ ଅଭିଯୁକ୍ତ ସେନାର ଯବାନ ସଞ୍ଜୀବ ସିଂହଙ୍କୁ କରିଛି ଗିରଫ । ପୁଲିସକୁ ସିଜେଏମ୍‌ ବୋଡାଲି ଅଭିଯୁକ୍ତକୁ ମୋହାଲି କୋର୍ଟରେ ହାଜର କରାଇବାକୁ ଟ୍ରାଞ୍ଜିଟ୍‌ ରିମାଣ୍ଡ ଦେଇ ସାରିଛି । ଏହାପରେ ତାଙ୍କୁ ମୋହାଲି ଅଣାଯାଇଛି। କୁହାଯାଇଛି କି ପୁଲିସ ଅଭିଯୁକ୍ତକୁ କୋର୍ଟରେ ହାଜର କରି ରିମାଣ୍ଡର ଦାବି କରିବ ।

ପଞ୍ଜାବ ପୁଲିସର ଡିଜିପି ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି କି , ସେନା , ଆସାମ ଓ ଅରୁଣାଚଳ ପୁଲିସ୍‌ର ସହଯୋଗରେ ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ମାମଲାରେ ଏକ ମହତ୍ତ୍ୱପୂର୍ଣ୍ଣ ସଫଳତା ମିଳିଛି। ଅରୁଣାଚଳ ପ୍ରଦେଶର ସେଲା ପାଖରୁ  ଅଭିଯୁକ୍ତ ସେନାର ଯବାନ ସଞ୍ଜୀବ ସିଂହଙ୍କୁ ଗିରଫ କରିଛନ୍ତି । ମୋହାଲୀ କୋର୍ଟଙ୍କ ସମ୍ମୁଖରେ ହାଜର କରିବା ପାଇଁ ସିଜେଏମ୍‌ ବୋମଡିଲାରୁ ଟ୍ରାଞ୍ଜିଟ୍‌ ରିମାଣ୍ଡ ପ୍ରାପ୍ତ କରିଛି ।

କହି ରଖୁଛୁ କି , ଏହି ମାମଲାରେ ପୁଲିସ ଅଭିଯୁକ୍ତ ଛାତ୍ରୀ ସମେତ ୩ ଜଣ ଅଭିଯୁକ୍ତଙ୍କୁ ପ୍ରଥମରୁ ହିଁ ଗିରଫ କରି ସାରିଛନ୍ତି। ପୁଲିସକୁ ୩ଜଣ ଅଭିଯୁକ୍ତ ଅର୍ଥାତ୍‌ ଏମ୍‌ବିଏର ଛାତ୍ରୀ, ଏହାର ବୟଫ୍ରେଣ୍ଡ ସନି ମେହଟା ଓ ତାଙ୍କର ବନ୍ଧୁ ରଙ୍କଜ ବର୍ମାଙ୍କ ଠାରୁ ପ୍ରାରମ୍ଭିକ ପଚରାପଚରିରେ ଅନେକ ତଥ୍ୟ ହାତରେ ଲାଗଛି । ଏହା ଆଧାରରେ ପୁଲିସ୍ ଆଗାମୀ ଯାଞ୍ଚ ଚଳେଇଛି ।  

ସମ୍ବନ୍ଧିତ ଖବର