PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ପଞ୍ଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି ମହିଳା ସରପଞ୍ଚଙ୍କ ସ୍ୱାମୀ, ସରକାରୀ ଯୋଜନା କରୁଛନ୍ତି ବାଟମାରଣା

କାଶୀପୁର, ୨୬/୦୫ : ମହିଳା ସଶକ୍ତିକରଣ ନେଇ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଉଛି । କିନ୍ତୁ କାଶୀପୁର ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ପଞ୍ଚାୟତ କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରୁଥିବା ପଞ୍ଚାୟତର ନାଏବ ସରପଞ୍ଚ ଏବଂ ୱାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି ।ପଞ୍ଚାୟତର ଅବ୍ୟବସ୍ଥା ଏବଂ ସରପଞ୍ଚଙ୍କ ସ୍ୱାମୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଗତ ଦିନରେ ବିଭାଗୀୟ ଅଧିକାରୀଙ୍କ ସହିତ ଜିଲ୍ଲାପାଳଙ୍କୁ ଅଵଗତ କରାଯାଇଥିଲେ ସୁଦ୍ଧା ପ୍ରତିକାର ବ୍ୟବସ୍ଥା କରାଯାଇ ନଥିବାର ନାଏବ ସରପଞ୍ଚ ମଞ୍ଜୁଳା ନାଏକ ସହିତ ୱାର୍ଡ ମେମ୍ବରମାନେ କହିଛନ୍ତି ।

ଚନ୍ଦ୍ରଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନନ୍ତ ରାମ ମାଝୀଙ୍କ ପତ୍ନୀ ଚୁଆ ଦେଈ ମାଝୀ ଏବେ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ସରପଞ୍ଚ ରୁଆ ଦେଈ ମାଝୀ ନିୟମିତ ପଞ୍ଚାୟତକୁ ଯାଉ ନଥିବା ବେଳେ ତାଙ୍କ ସ୍ୱାମୀ ଅନନ୍ତ ରାମ କ୍ଷମତାର ଅପବ୍ୟବହାର କରୁଛନ୍ତି । ନିୟମିତ ପଞ୍ଚାୟତ ବୈଠକ ଆହ୍ବାନ ନକରି ୱାର୍ଡ ସଭ୍ୟ ସଭ୍ୟାଙ୍କ ବିନା ଆଲୋଚନାରେ ମନରେଗା ଯୋଜନା, ସେଣ୍ଟ୍ରାଲ ଏବଂ ଷ୍ଟେଟ ଫାଇନାନ୍ସ କମିଶନ ଅନୁଦାନ ଖର୍ଚ୍ଚ କରାଯାଉଛି । ଉନ୍ନୟନ ଯୋଜନାର କାର୍ଯ୍ୟରେ ଦୁର୍ନୀତି ହୋଇଥିବାରୁ ଏହାର ଉପଯୁକ୍ତ ତଦନ୍ତ ପାଇଁ ଦାବି କରାଯାଇଛି। ଏ ସମ୍ପର୍କରେ କାଶୀପୁର ବିଡ଼ିଓ ଏମ ଦାଶଙ୍କ ସହିତ ଯୋଗାଯୋଗ ହୋଇ ପାରି ନଥିବାରୁ ତାଙ୍କ ପ୍ରତିକ୍ରିୟା ନିଆଯାଇ ପାରିନାହିଁ ।