ମୁମ୍ବାଇ: ପ୍ରେମ-ସମ୍ପର୍କ-ହତ୍ୟା । ସାମ୍ନାନକୁ ଆସିଲା ସାଙ୍ଘାତିକ ସତ । ନିଜଠାରୁ ୭ ବର୍ଷ ମହିଳାଙ୍କ ସହ ଲିଭ୍ ଇନ୍ ସମ୍ପର୍କରେ ରହିଥିଲେ ଯୁବକ । କିନ୍ତୁ ଶେଷରେ ନିଜ ସାଥୀଙ୍କୁ ହତ୍ୟା କରିଛନ୍ତି । ତେବେ ପ୍ରଥମେ ଏହାକୁ ସାଧାରଣ ମୃତ୍ୟୁ ବୋଲି ମନେ ହେଉଥିଲା । କିନ୍ତୁ ଏବେ ୨୦ ଦିନରେ ସାମ୍ନାକୁ ଆସିଲା ସତ । ମୃତ ମହିଳା ଜଣକ ହେଲେ ପ୍ରିୟଙ୍କା । ଅଭିଯୁକ୍ତ ଅଙ୍କେଶକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ ।
ମିଳିଥିବା ତଥ୍ୟ ଅନୁସାରେ, ମହିଳା ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ । ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଅଙ୍କେଶଙ୍କ ଭେଟ ହୁଏ ପ୍ରିୟଙ୍କାର । ଉଭୟ ପ୍ରେମରେ ପଡ଼ି ଯାଇଥିଲେ । ଆଉ ପରେ ସେମାନେ ଲିଭ୍-ଇନ୍ ସମ୍ପର୍କରେ ରହିଥିଲେ । ବେଶ ହସ ଖୁସିରେ ଉଭୟ ଚଳିଥିଲେ । କିନ୍ତୁ ହଠାତ ଅଙ୍କେଶ ପ୍ରିୟଙ୍କା ବାପାଙ୍କୁ ଫୋନ୍ କରି ଜଣାଇଥିଲେ କି, ପ୍ରିୟଙ୍କା ବୋହୋସ ହୋଇଯାଇଛନ୍ତି । ସେ ଉଠୁନାହାନ୍ତି । ଶୀଘ୍ର ଆସନ୍ତୁ । ପରିବାର ଲୋକେ ପ୍ରିୟଙ୍କାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପୋଷ୍ଟ ମାର୍ଟମ ରିପୋର୍ଟରେ କିନ୍ତୁ ହତ୍ୟା କରାଯାଇଥିବା ଦର୍ଶାଯାଇଥିଲା । ପୁଲିସ ଅଙ୍କେଶକୁ ପଚରା ଉଚରା କରିବା ପରେ ସେ ସତ ମାନିଥିଲା କି, ଚାର୍ଜରରେ ଗଳାକୁ ଚାପି ହତ୍ୟା କରିଥିଲା । ତେବେ ହତ୍ୟା ପଛର ମୁଖ୍ୟ କାରଣ କହିଥିଲେ କି, ପ୍ରିୟଙ୍କା ତାଙ୍କ ପରିବାର ସହ ମିଶିବାକୁ ଦେଉନଥିଲେ । ମୋ ପରିବାରଠାରୁ ମୋତେ ଅଲଗା କରୁଥିବାରୁ ମୁଁ ହତ୍ୟା କରିଛି । ଏହି ଘଟଣାକୁ ନେଇ ପୂର୍ବରୁ ମଧ୍ୟ ଅନେକ ଥର ଝଗଡ଼ା ହେଉଥିବା ପଡ଼ୋଶୀମାନେ କହିଛନ୍ତି । ତେବେ ପୁଲିସ ଅଭିଯୁ୍ତ ଅଙ୍କେଶକୁ ଗିରଫ କରି କୋର୍ଟ ଚାଳାଣ କରିଛି ।
ଏହାସହ ପଢ଼ନ୍ତୁ : ସନ୍ଧ୍ୟାରେ ରାଜସ୍ଥାନ-ଗୁଜରାଟ ଲଢେଇ, ଖାତା ଖୋଲିବା ଲକ୍ଷ୍ୟରେ ଗିଲ୍ ବାହିନୀ