PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଆସନ୍ତାକାଲି ଲଞ୍ଚ୍ ହେବ ଚନ୍ଦ୍ରଯାନ-୨, ସମ୍ପୂର୍ଣ୍ଣ ହେଲା ରିହର୍ସଲ

ନୁଆଦିଲ୍ଲୀ ୨୧/୭: ଚନ୍ଦ୍ରଯାନ-୨ର ଲଞ୍ଚ ରିହର୍ସଲ ପୂରା କରିସାରିଲାଣି ଇସ୍ରୋ । ଭାରତର ଦ୍ୱିତୀୟ ମୁନ୍ ମିଶନ ୨୨ ଜୁଲାଇ ଦ୍ୱିପ୍ରହର ୨.୪୩ରେ ଶ୍ରୀହରିକୋଟାର ଶତୀଷ ଧୱନ ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବ । ଏହା ମଧ୍ୟରେ ଇସ୍ରୋର ପୂର୍ବତନ ପ୍ରମୁଖ ଏଏସ କିରଣ କୁମାର କହିଛନ୍ତି ଯେ ସବୁ ପ୍ରସ୍ତୁତି ଶେଷ ହୋଇଯାଇଛି । ଏବଂ ଏହାକୁ ସୋମବାର ପାଇଁ ଲକ୍ଷ୍ଯ ରଖାଯାଇଛି ।

ଇସ୍ରୋ ଏହି ସୁଚନା ଟ୍ୱିରରେ ମଧ୍ଯ ସେୟାର କରିଛି । ଏଥିରେ କୁହାଯାଇଛି ଯେ ଜିଏସଏଲଭି ଏମକ-୩ ଏମ୧/ଚନ୍ଦ୍ରଯାନ-୨ର ଲଞ୍ଚ ରିହର୍ସଲ ପୂରା କରାଯାଇଛି ।

ରକେଟରେ ଗ୍ୟାସ୍ ଲିକେଜ୍ ଥିଲା
ଏହା ପୂର୍ବରୁ ୧୫ ଜୁଲାଇରେ ରାତ୍ରି ମିଶନ ଆରମ୍ଭରୁ ପ୍ରାୟ ୫୬ ମିନିଟ୍ ପୂର୍ବରୁ ଇସ୍ରୋ ଟ୍ୱିଟ୍ କରି ଲଞ୍ଚିଂ ଆଗକୁ ବଢାଇବା ପାଇଁ ଘୋଷଣା କରିଦେଲା । ଏସ୍ରୋର ଏସୋସିଏଟ୍ ଡାଇରେକ୍ଟର(ପିଆର୍) ବିଆର୍ ଗୁରୁପ୍ରସାଦ କହିଥିଲେ ଯେ ଲଞ୍ଚିଂର ଠିକ୍ ପୂର୍ବରୁ ଲଞ୍ଚିଂ ଭେଇକିଲ ସିଷ୍ଟମରେ କିଛି ସମସ୍ଯା ଦେଖାଦେଇଥିଲା । ଏହି କାରଣରୁ ଚନ୍ଦ୍ରଯାନ-୨ର ଲଞ୍ଚିଂକୁ ଘୁଞ୍ଚାଇ ଦିଆଯାଇଥିଲା ।

ଖାସ୍ କଥା ହେଉଛି ଯେ ଲଞ୍ଚିଂ ତାରିଖ ଆଗକୁ ବଢାଇବା ପରେ ମଧ୍ୟ ଚନ୍ଦ୍ରଯାନ-୨ ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ୭ ସେପ୍ଟେମ୍ବରରେ ହିଁ ପହଞ୍ଚିବ । ଏହି ସମୟରେ ଯାନକୁ ପହଞ୍ଚାଇବାର ଉଦ୍ଦେଶ୍ଯ ହେଉଛି ଯେ ଲ୍ୟାଣ୍ଡର ଓ ରୋଭର ନିର୍ଧାରିତ ସୂଚୀ ହିସାବରେ କାମ କରିପାରିବେ । ସମୟ ବଞ୍ଚାଇବା ପାଇଁ ଚନ୍ଦ୍ରଯାନ ପୃଥିବୀର ଗୋଟିଏ ଚକ୍କର କମ୍ ଲଗାଇବ । ପୂର୍ବରୁ ୫ ଥିଲା କିନ୍ତୁ ଏବେ ଯାନଟି ପୃଥିବୀ ଚାରିପଟେ ୪ଥର ବୁଲିବ । ଏହାର ଲ୍ୟାଣ୍ଡିଂ ଏମିତି ସ୍ଥାନରେ ନିର୍ଦ୍ଧାରଣ ହୋଇଛି ଯେଉଁଠି ସୂର୍ୟ୍ୟଙ୍କ କିରଣ ଅଧିକ ରହିଛି । କିରଣ ୨୧ ସେପ୍ଟେମ୍ବର ପରେ କମ୍ ହେବାକୁ ଲାଗିବ । ଲ୍ଯାଣ୍ଡର-ରୋଭରକୁ ୧୫ ଦିନ କାମ କରିବାକୁ ପଡିବ । ଏଥିପାଇଁ ଠିକ୍ ସମୟରେ ପହଞ୍ଚିବା ଜରୁରୀ ।