​​​​​​​ବ୍ରହ୍ମପୁର, ୧୪।୧ : ଘୁଞ୍ଚିଲା ଗୋପାଳପୁର ବେଳାଭୂମି ମହୋତ୍ସବର ତାରିଖ। ଜାନୁୟାରୀ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ୪ ଦିନ ହେବ । ପୂର୍ବରୁ ଜାନୁଆରୀ ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ନେଇ ଧାର୍ଯ୍ୟ ହୋଇଥିଲା।

ଗୋପାଳପୁର ବେଳାଭୂମି ମହୋତ୍ସବକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀଙ୍କ ବାସ ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ୨୭ ତାରିଖରେ ରାଜ୍ୟପାଳଙ୍କ ଦ୍ବାରା ଗୋପାଳପୁର ବେଳାଭୂମି ମହୋତ୍ସବର ଶୁଭାରମ୍ଭ ହେବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ବାରା ଉଦଯାପିତ ହେବ । ପଲ୍ଲୀଶ୍ରୀ ମେଳା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶକ୍ତିପୀଠରୁ ମଶାଲ ଶୋଭାଯାତ୍ରା, ବେଳାଭୂମି କ୍ରୀଡ଼ା ଆୟୋଜିତ ହେବ ବୋଲି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି । ବୈଠକରେ ମନ୍ତ୍ରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ, ବିଇଏମସି କମିଶନର, ବ୍ରହ୍ମପୁର ଉପ-ଜିଲ୍ଲାପାଳ, ବ୍ରହ୍ମପୁର ଏସପି ଉପସ୍ଥିତ ଥିଲେ ।