ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ ସୂଚୀରେ ପରିବର୍ତ୍ତନ

Published By : Suraj Kumar | March 26, 2025 7:33 PM

ଭୁବନେଶ୍ୱର, ୨୬।୩ :  ଯାତ୍ରୀ ସୁବିଧାକୁ ବୃଦ୍ଧି କରିବା ପାଇଁ ୨୦୮୩୫/୨୦୮୩୬ ରାଉରକେଲା-ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସର ସେବା ସୂଚୀକୁ ସଂଶୋଧନ କରାଯାଇଛି । ବର୍ତ୍ତମାନ ଶନିବାର ବ୍ୟତୀତ ପ୍ରତିଦିନ ଚଳାଚଳ କରୁଥିବା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବେ ମଙ୍ଗଳବାର ବ୍ୟତୀତ ପ୍ରତିଦିନ ଚଳାଚଳ କରିବ।

ଏହି ଟ୍ରେନ ପାଇଁ ଜୁନ୍ ୩ ଠାରୁ ସାପ୍ତାହିକ ଛୁଟି ଦିନ ଅର୍ଥାତ୍ ମଙ୍ଗଳବାର ଚଳାଚଳ ବନ୍ଦ ରହିବ । ଜୁନ୍ ୭ ଠାରୁ ଶନିବାର ଦିନରେ ଚଳାଚଳ ସ୍ୱାଭାବିକ ରହିବ । ୨୦୮୩୬ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ୫ ଘଟିକାରେ ଛାଡି  ଅପରାହ୍ନ ୧୨ଟା.୪୫ମି.ରେ ରାଉରକେଲାରେ ପହଞ୍ଚୁଛି । ୨୦୮୩୫ ରାଉରକେଲା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍ ରାଉରକେଲାରୁ ଅପରାହ୍ନ ୨ଟା .୧୦ମି.ରେ  ଛାଡି ପୁରୀରେ ରାତ୍ରି ୯ଟା ୪୦ମି.ରେ ପହଞ୍ଚୁଛି । ଏହି ଟ୍ରେନ ପାଇଁ ସ୍ଥିରୀକୃତ ଷ୍ଟେସନଗୁଡ଼ିକରେ ଟ୍ରେନର ସମୟ ଏବଂ ରହଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.