ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

କାଳବୈଶାଖୀ ତାଣ୍ଡବ; ଭୁବନେଶ୍ୱରରେ ଓହ୍ଲାଇଲା କୋଲକାତା ବିମାନ, ଅସନ୍ତୋଷ ଯାତ୍ରୀ

Published By : Ankita S | April 27, 2025 9:17 AM

ଭୁବନେଶ୍ୱର,୨୭/୦୪: କୋଲକାତାରେ ତାଣ୍ଡବ ରଚିଲା କାଳବୈଶାଖୀ । ଭୁବନେଶ୍ୱରରେ ଓହ୍ଲାଇଲା କୋଲକାତା ବିମାନ । କୋଲକାତାରେ କାଳବୈଶାଖୀ ପାଇଁ ଭୁବନେଶ୍ୱର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି କୋଲକାତା ଯାଉଥିବା ୮ ବିମାନ ।  ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଗତକାଲି ରାତିରୁ ୮ଟି ପ୍ଲେନ ଜରୁରୀ ଏମରଜେନ୍ସିଂ ଲାଣ୍ଡ କରିଥିଲା  । ବର୍ତ୍ତମାନ  ୮ଟି ବିମାନ ମଧ୍ୟରୁ ୬ଟି ବିମାନ କୋଲକାତା ଫେରିଛି । ଆଉ ୨ଟି ଏବେ ବି ଭୁବନେଶ୍ୱରରେ ରହିଛି । ଏ ନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ । ବିମାର ଜରୁରୀ ଅବତରଣ ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ୧୦ରୁ ୧୨ ଜଣ ଯାତ୍ରୀ ଗେଟ୍ ସମ୍ମୁଖରେ ହୋ ହାଲ୍ଲା କରିଥିଲେ ।

କାଳବୈଶାଖୀ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଅଟକି ରହିଛି କୋଲକାତା ଯାଉଥିବା ୨ଟି ବିମାନ । ଏହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ମୋଟ ୮ଟି ବିମାନ ଜରୁରୀ ଅବତରଣ କରିଥିଲା । ବର୍ତ୍ତମାନ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ୮ଟି ବିମାନରୁ ୬ଟି କୋଲକାତା ଫେରିଛି । ଏହାକୁ କିଛି କିଛି ଯାତ୍ରୀ ଗେଟ୍ ସମ୍ମୁଖରେ ହୋ ହାଲ୍ଲା କରିଛନ୍ତି । ଯାତ୍ରୀଙ୍କ ମଧ୍ୟରେ ପ୍ରାୟ ୨୦ ପିଲା ଥିବା କୁହାଯାଉଛି ।

ଜଣେ ଯାତ୍ରୀ କହିଛନ୍ତି, ''ଆମକୁ କାଲି ରାତିରୁ କୋଲକାତା ଯିବାର ଥିଲା । ମାତ୍ର ଭୁବନେଶ୍ୱରେ ଓହ୍ଲାଇ ଦେଇଛନ୍ତି । ୧୫ ମିନିଟ୍ ଲାଗିବ କହି କହି ୪ ଘଣ୍ଟା ହେଲାଣି । କୌଣସି ବ୍ୟବସ୍ଥା ହୋଇନାହିଁ । ପାଣି ଟିକେ ବି ମିଳିନାହିଁ । ଖାଇବାକୁ ଦେବୁ ବୋଲି କହିଥିଲେ ମାତ୍ର କିଛି ବ୍ୟବସ୍ଥା ହୋଇନାହିଁ ।''


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.