ଭୁବନେଶ୍ବର,୨୧।୧୦ : ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ଆସିବ ଚପର।  କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସରିଛି। ୨୩ ତାରିଖ ରେ ପଂହଁଚିବ ଚପର । ପୂର୍ବରୁ ଅନୁଭବ ଥିବା ଜିଲ୍ଲପାଳ ଯେଉଁ ଜାଗାରେ ଥିଲେ ବି ପୂର୍ବ ଜାଗାକୁ ଯିବେ । ବାତ୍ୟା ଅଞ୍ଚଳ ଜିଲ୍ଲପାଳଙ୍କୁ ଗାଇଡ଼ କରିବେ। 

ଏନଡିଆରଏଫ ଟିମ ଆସନ୍ତାକାଲି ଠାରୁ ଜିଲ୍ଲାକୁ ଯିବେ । ୨୪ ଘଣ୍ଟା ବିଜୁଳି ଯୋଗାଣ ସହ ବିକଳ୍ପ ବ୍ୟବସ୍ଥା ପାଇଁ ନିର୍ଦେଶ ଦିଆଯାଇଛି | ଜିଲ୍ଲା, ବ୍ଲକ ଓ ବିଭିନ୍ନ ବିଭାଗରେ ଖୋଲିବ କଣ୍ଟ୍ରୋଲ ରୁମ | ଜିଲ୍ଲପାଳମାନଙ୍କୁ ଅଧିକୃତ କରାଯାଇଛି ଯେତେଦିନ ପ୍ରଭାବ ରହିବ ଜିଲ୍ଲପାଳ ଘୋଷଣା କରିପାରିବେ ଛୁଟି ।  ୨୩ ତାରିଖ ରାତି ପୂର୍ବରୁ ପୁରୀରେ ଥିବା ଭକ୍ତ ଓ ବାହାର ଲୋକ ମାନେ ପୁରୀ ଛାଡିବା ପାଇଁ ନିର୍ଦେଶ ରହିଛି।  କେନ୍ଦ୍ର ସରକାର ଓଡ଼ିଶାକୁ ସାହାଯ୍ୟ ପାଇଁ ପ୍ରସ୍ତୁତ  ରହିଛନ୍ତି। ପଶୁ ମାନଙ୍କୁ ଅସ୍ଥାୟୀ ଥଇଥାନ ପାଇଁ ନିର୍ଦେଶ ଦିଆଯାଇଛି।  

୨୪ ଓ ୨୫ ତାରିଖରେ ଭକ୍ତଙ୍କୁ ପୁରୀ ମନା। ସେଠାରେ ଥିବା ହବିଷ୍ୟାଳିଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା। . ଆଗକୁ ଆସୁଥିବା ଭକ୍ତ ମାନଙ୍କୁ ବାରଣ କରାଯିବ।  ଯେଉଁମାନେ ପୁରୀ ବାହାରୁ ଆସିଛନ୍ତି ସେମାନଙ୍କୁ ପୁରୀ ଛାଡିବାକୁ କୁହାଯିବ।  ଆଉ ଯେଉଁମାନେ ରହିବେ ସେମାନଙ୍କୁ ସୁରକ୍ଷୀତ ସ୍ଥାନକୁ ସ୍ଥାନାନ୍ତର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।