ଭୁବନେଶ୍ବର, ୫।୫ : କୋଟିଆସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ମନ୍ଦିର ପ୍ରାଙ୍ଗଣରେ ପୁରୀରୁ ଆସିଥିବା ମା’ ସୁଭଦ୍ରାଙ୍କ ଏକ ରଥର ଚକ ପୂଜାର୍ଚ୍ଚନା କରାଯାଇ ପ୍ରତିଷ୍ଠା କରାଯାଇଛି। ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ରଘୁରାମ ମାଛ, ରାମଚନ୍ଦ୍ର କଡ଼ାମ, ତାରା଼ପ୍ରସାଦ ବାହିନୀପତି, ଶ୍ରୀଜଗନ୍ନାଥ ମନ୍ଦିର ପୁରୀର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।

କୋଟିଆର ଉନ୍ନତି ପାଇଁ ଆମ ସରକାର ପ୍ରତିବଦ୍ଧତା । କୁନ୍ଦୁଲିରୁ କୋଟିଆ ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରସସ୍ଥ କରିବା ସହ କୋଟିଆ ସ୍ଥିତ ଜରାଜୀର୍ଣ୍ଣ ରାଜସ୍ବ ଡାକବଙ୍ଗଳା ର ପୁନଃରୁଦ୍ଧାର କରି ଏହାକୁ ନୂତନ ଭାବେ ତିଆରି କରିବା ପାଇଁ ମନ୍ତ୍ରୀ କହିଥିଲେ I

ଏହି ଅବସରରେ ଜଙ୍ଗଲ ଜମି ପଟ୍ଟା, ରାସନ କାର୍ଡ, ଭତ୍ତା ଓ ଅନ୍ୟାନ୍ୟ ସରକରୀ ସହାୟତା ବଣ୍ଟନ କରାଯାଇଥିଲା I