ଏବେ ସିଧା ଫୋନ୍ରେ ଚଲାନ୍ତୁ ଚ୍ୟାଟ୍ଜିପିଟି, ଏହି ୧୨ ଦେଶରେ ମିଳିବ ମୋବାଇଲ ଆପ୍

ନୂଆଦିଲ୍ଲୀ : ଚ୍ୟାଟ୍ଜିପିଟି ( ChatGPT) ନିଜର କାର୍ଯ୍ୟକାରୀତା ଓ କ୍ଷମତା ବଳରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଭଲ କଥା ଏହାକି , ଏବେ ଆପଣ ଏହାକୁ ଆପଣଙ୍କ ଫୋନ୍ରେ ମଧ୍ୟ ବ୍ୟବହାର କରି ପାରିବେ। ନିକଟରେ ଓପନଏଆଇ ଆଇଫୋନ୍ସ ପାଇଁ ଚ୍ୟାଟ୍ଜିପିଟି ଆପ୍କୁ ଲଞ୍ଚ କରିଥିଲା। ପ୍ରାରମ୍ଭରେ ଏହା କେବଳ ୟୁଏସରେ ଉପଲବ୍ଧ ଥିଲା , କିନ୍ତୁ ଏବେ ଏହାକୁ ଆହୁରି ଅଧିକ ଦେଶରେ ରୋଲଆଉଟ୍ କରାଯାଉଛି।
କମ୍ପାନୀର ସିଟିଓ ମୀରା ମୁରାତି ଏକ ଟ୍ୱିଟ୍ରେ କହିଛନ୍ତି କି , ଆପ୍ ଆଲବନିଆ , କ୍ରୋଏସିଆ , ଫ୍ରାନ୍ସ , ଜର୍ମାନୀ , ଆୟରଲ୍ୟାଣ୍ଡ , ବ୍ରାଜିଲ , ଦକ୍ଷିଣକୋରିଆ ,ନ୍ୟୁଜିଲ୍ୟାଣ୍ଡ, ୟୁକେ , ନାଇଜେରିଆ ଓ ନିକାରାଗୁଆରେ ଉପଲବ୍ଧ ଅଛି। ମୁରାତି ଆହୁରି କହିଛନ୍ତି , ଆପ୍କୁ ଖୁବ୍ ଶୀଘ୍ର ଆହୁରି ଦେଶରେ ମଧ୍ୟ ରୋଲଆଉଟ୍ ହେବ। ଆଗାମୀ ପର୍ଯ୍ୟାୟରେ ଭାରତ ମଧ୍ୟ ସାମିଲ ହୋଇପାରେ। କହି ରଖୁଛୁ କି , ଚ୍ୟାଟ୍ଜିପିଟି ଏବେସୁଦ୍ଧା ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଆପ୍ ଭାବେ ଉପଲବ୍ଧ ହୋଇ ନାହିଁ।

ଦୁଇ ମାସରେ ହିଁ ମିଳି ଥିଲେ ୧୦୦ ମିଲିୟନ ୟୁଜର –
ଚ୍ୟାଟ୍ଜିପିଟିକୁ ଗତ ବର୍ଷର ଶେଷରେ ଏକ ୱେବ ଭର୍ସନ ଭାବେ ପବ୍ଲିକ୍ ୟୁଜ୍ ପାଇଁ ଜାରି କରାଯାଇ ଥିଲା । ଏହାପରେ ଏହା ସାରା ବିଶ୍ୱରେ ଚର୍ଚ୍ଚିତ ପାଲଟି ଯାଇଥିଲା । ଏହି ଚ୍ୟାଟବଟ୍ ଦୁନିଆରେ ସବୁଠୁ ଦ୍ରୁତ ଗତିରେ ବଢୁଥିବା ପ୍ଲାଟଫର୍ମ ହୋଇ ଯାଇଛି। କମ୍ପାନୀର କହିବାନୁସାରେ , ପବ୍ଲିକ୍ ରିଲିଜ୍ ପରେ ପ୍ରଥମ ଦୁଇ ମାସରେ ହିଁ ଏହା ୧୦୦ ମିଲିୟନ ୟୁଜରଙ୍କର ସଂଖ୍ୟା ପାର୍ କରି ନେଇଛି , ଯାହା କି ଇନଷ୍ଟାଗ୍ରାମ୍ ଓ ଟିକଟକ୍ ଭଳି ଆପ୍ ମଧ୍ୟ ହାସଲ କରିପାରି ନଥିଲେ। ଏମିତି ତ ପ୍ଲାଟଫର୍ମ ସ୍ମାର୍ଟଫୋନ୍ରେ ୟୁଜ କରିବାକୁ ଉପଲବ୍ଧ ଅଛି , କିନ୍ତୁ କେବଳ ୱେବ ଭର୍ସନ ମାଧ୍ୟମରେ , ଯାହା ସମସ୍ତଙ୍କ ପାଇଁ ସହଜ ନୁହେଁ। ଏହି କ୍ରମରେ OpenAI ଗତ ସପ୍ତାହ ୟୁଏସରେ iOS ପାଇଁ ଡେଡିକେଟେଡ ମୋବାଇଲ ଆପ୍ ଜାରି କରିଥିଲା ।
ଏହି ସବୁ ନୂଆଦେଶରେ ଚ୍ୟାଟଜିପିଟି ଆପ୍ସକୁ ରୋଲଆଉଟ୍ ୟୁଜରଙ୍କ ପାଇଁ ସୂଚନା ଦେବାରେ ସାହାଯ୍ୟକାରୀ ସାବ୍ୟସ୍ତ ହୋଇପାରେ,କାରଣ ଚ୍ୟାଟବଟ୍ ସ୍ପେନିଶ, ଫ୍ରେଞ୍ଚ୍ , ଜର୍ମନ , ଇତାଲଲବୀ , ପର୍ତ୍ତଗାଲୀ , ଡଚ୍ ,ରୁଷୀୟ , ଚାଇନିଜ୍ ,ଜାପାନୀ ଓ କୋରିଆଇ ଭାଷାକୁ ବୁଝିପାରେ। ଚ୍ୟାଟବଟ୍ ହିନ୍ଦୀରେ ବି କଥାବାର୍ତ୍ତା ହୋଇପାରେ ।