ନୂଆଦିଲ୍ଲୀ,୧୩/୦୧: ଚଳିତ ବର୍ଷ ମକର ସଂକ୍ରାନ୍ତି ଜାନୁଆରୀ ୧୪ ଅର୍ଥାତ ଆସନ୍ତାକାଲି (ବୁଧବାର) ପାଳନ ହେବ । ଏହି ଦିନଟି ଭଗବାନ ସୂର୍ଯ୍ୟଙ୍କ ପୂଜା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ଦିନରେ ସ୍ନାନ ଏବଂ ଦାନ ମଧ୍ୟ କରାଯାଏ । ଏଥର ମକର ସଂକ୍ରାନ୍ତି ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏହି ପର୍ବକୁ ନେଇ ଚତୁର୍ଗ୍ରହୀ ରାଜଯୋଗ ସୃଷ୍ଟି ହେଉଛି । ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ରଙ୍କ ସମାନ ରାଶିରେ ସଂଯୋଗ ନୂଆ କ୍ୟାରିଅର ଏବଂ ଆର୍ଥିକ ସୁଯୋଗ ଖୋଲିବ ନାହିଁ, ବରଂ ପୂର୍ଣ୍ଣ ଭାଗ୍ୟ ବଦଳାଇ ଦେବ । ୪ଟି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକିବ । ତେବେ ଆସନ୍ତୁ ଜାଣିବା ଏହି ବିଶେଷ ସଂଯୋଗ ଚତୁର୍ଗ୍ରହୀ ଯୋଗର ବିଶେଷତ୍ୱ ବିଷୟରେ ।

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ଜାନୁଆରୀ ୧୩ ଅର୍ଥାତ ଆଜି ଶୁକ୍ର ମକର ସ୍ଥିତିରେ ପ୍ରବେଶ କରିବ । ଜାନୁଆରୀ ୧୪ରେ ସୂର୍ଯ୍ୟ ବି ମକର ରାଶିରେ ଚଳିବେ । ଜାନୁଆରୀ ୧୬ରେ ମଙ୍ଗଳ ଏବଂ ୧୭ରେ ବୁଧ ଗ୍ରହ ବି ମକର ରାଶିରେ ପ୍ରବେଶ କରିବେ । ତେବେ ଆସନ୍ତୁ ଜାଣିବା ମକର ସଂକ୍ରାନ୍ତି ପରେ ହେବାକୁ ଯାଉଥିବା ଚତୁର୍ଗ୍ରହୀ ରାଜଯୋଗରେ କେଉଁ ରାଶିକୁ ଲାଭ ମିଳିବ ।

​​​​​​​

ମେଷ

ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଚତୁର୍ଗ୍ରହୀ ରାଜଯୋଗ କ୍ୟାରିୟରରେ ବଡ଼ ବ୍ରେକ୍ ଦେଇପାରେ । ଚାକିରି କ୍ଷେତ୍ରରେ ପ୍ରମୋସନ, ନୂଆ ଦାୟିତ୍ୱ କିମ୍ବା ମନମୁତାବକ ପୋଷ୍ଟିଂ ମିଳିବ । ବ୍ୟବସ୍ଥାରେ ଜଡ଼ିତ ଲୋକ ସରକାରୀ କାମ କିମ୍ବା ବଡ଼ ଅର୍ଡରରୁ ଲାଭ ମିଳିବାର ସମ୍ଭାବନା ରହିଛି । ସମାଜରେ ମାନ-ସମ୍ମାନ ବଢିବ । ପିତା କିମ୍ବା ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗ ମିଳିବ ।

କନ୍ୟା
କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ଚତୁର୍ଗ୍ରହୀ ରାଜଯୋଗ ଭାଗ୍ୟକୁ ମଜଭୁତ କରିବ । ଶିକ୍ଷା, ପ୍ରତିଯୋଗୀ ପରୀକ୍ଷା ଏବଂ କୋର୍ଟ-କେଚରୀ ସହ ଜଡ଼ିତ ମାମଲାରେ ସଫଳତା ମିଳିବ । ଅଟକିଥିବା କାମ ଅଚାନକ ହେବ । ଯେଉଁଥିରେ ଆତ୍ମବିଶ୍ୱାସ ବଢିବ । ଧାର୍ମିକ କାର୍ଯ୍ୟରେ ରୁଚି ବଢିବ ଏବଂ ଲମ୍ବା ଯାତ୍ରାର ଯୋଗ ରହିଛି । ଧନ ଲାଭ ଏବଂ ପାରିବାରିକ ସୁଖ ଆଣିବ ଏହି ରାଜଯୋଗ ।

​​​​​​​କୁମ୍ଭ 
ଚତୁର୍ଗ୍ରହୀ ଯୋଗରେ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟକ ହେବ । ଏହି ଯୋଗ ଆପଣଙ୍କ କୁଣ୍ଡଳୀର ଉତ୍ତରଭାଗରେ ସୃଷ୍ଟି ହେବ । ଆପଣଙ୍କ ଆତ୍ମବିଶ୍ୱାସ ବଢିବ । ଆପଣଙ୍କ କାର୍ଯ୍ୟଶୈଳୀରେ ମଧ୍ୟ ଉନ୍ନତି ଆସିବ । ସମ୍ମାନ-ପ୍ରତିଷ୍ଠା ପାଇବେ । ଆପଣଙ୍କ ସୃଜନଶୀଳତା ଏବଂ ବୁଦ୍ଧିମତା କର୍ମକ୍ଷେତ୍ରରେ ପ୍ରଶଂସା କରିବ । ଏହି ସମୟରେ ଆପଣଙ୍କୁ ନୂଆ ଜିନିଷ ଶିଖିବାର ସୁଯୋଗ ମଧ୍ୟ ମିଳିବ । ପାରିବାରିକ ସମ୍ପର୍କ ଭଲ ରହିବ । ପରିବାର ସହିତ ଭ୍ରମଣ ଯୋଗ ରହିଛି । ବୈବାହିକ ଜୀବନ ସୁନ୍ଦର ହେବ । ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ ।

ଧନୁ
ଧନୁ ରାଶିର ବ୍ୟକ୍ତ ବିଶେଷଙ୍କ ପାଇଁ ଏହି ସମୟ ଆୟ ଏବଂ କାମ ପାଇଁ ଶୁଭଙ୍କର ହେବ । ଚାରିକିରେ ସ୍ଥିରତା ଆସିବ । ସହକର୍ମୀଙ୍କ ସହଯୋଗ ମିଳିବ । ବ୍ୟବସାୟ ବଢିବାର ସଙ୍କେତ ଦେଖାଯାଉଛି । ସ୍ୱାସ୍ଥ୍ୟରେ ସୁଧାର ଆସିବ ଏବଂ ରୋଜଗାର ଭଲ ହେବ । ଜୀବନ ଅନୁଶାସିତ ଏବଂ ସନ୍ତୁଳିତ ହେବ । ପୁରୁଣା ନିବେଶରୁ ଫାଇଦା ମିଳିବାର ସଙ୍କେତ ମିଳୁଛି ।