ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା

Published By : Ankita S | June 6, 2025 12:29 PM

ଶ୍ରୀନଗର,୦୬/୦୬: ଭୂସ୍ୱର୍ଗ ଜମ୍ମୁ ଓ କଶ୍ମୀରରେ ବିକାଶର ଅୟମାରମ୍ଭ ହୋଇଛି । ବିଶ୍ୱର ସର୍ବୋଚ୍ଚ ରେଳ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ ଚେନାବ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ କଶ୍ମୀରବାସୀଙ୍କୁ ୪୬ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ଏଣିକି ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ । ୩୫୯ ମିଟର ଉଚ୍ଚତା, ୧୩୧୫ ମିଟର ଦୈର୍ଘ୍ୟ ଓ ୪୬୭ ମିଟର ତୋରଣ ସ୍ପାନର ଚେନାବ ସେତୁଟି ନିର୍ମାଣ ହୋଇଛି । ଏହି ସେତୁ ଜମ୍ମୁ ଓ କାଶ୍ମୀରର ରିଆସ ଜିଲ୍ଲାର କାଉରି ଓ ବକ୍କାଲ ଅଞ୍ଚଳକୁ ସଂଯୋଗ କରୁଛି । ଚେନାବ ସେତୁ ଉଦଘାଟନ କାର୍ଯ୍ୟକ୍ରମରେ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ ।

କଟରାରେ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଜମ୍ମୁ କଶ୍ମୀରର ଅନେକ ପୀଢି ରେଳ ସଂଯୋଗର ସ୍ୱପ୍ନ ଦେଖିଥିଲେ । ସବୁ ଭଲ କାମ ମୋ ପାଇଁ ବାକି ରହିଥିଲା । କଶ୍ମୀରରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି । ଆମେ ଚ୍ୟାଲେଞ୍ଜକୁ ଚ୍ୟାଲେଞ୍ଜ ଭାବେ ନେବାକୁ ରାସ୍ତା ବାଛିଥିଲୁ । ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆମେ ସ୍ୱପ୍ନ ସାକାର କରିଛୁ । ଏବେ ରେଳ ନେଟୱାର୍କ ସହ କଶ୍ମୀର ଯୋଡି ହୋଇଛି । ପ୍ରତିକୂଳ ପରିସ୍ଥିତିରେ ଏହି ବ୍ରିଜ୍ ନିର୍ମାଣ ହୋଇଛି । ଆମ ଇଞ୍ଜିନିୟର ଓ ଶ୍ରମିକଙ୍କ ପାଇଁ ଏହା ସମ୍ଭବ ହୋଇଛି । ''

ଚେନାବ-ଅଞ୍ଜି ବ୍ରିଜ ଭାରତୀୟ ଇଞ୍ଜିନୟରଙ୍କ ସ୍ୱତନ୍ତ୍ରତା- ଗତ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଜମ୍ମୁ କଶ୍ମୀର ଗସ୍ତ କରି ରାଜ୍ୟବାସୀଙ୍କୁ ୪୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଚେନାବ ବ୍ରିଜ ଉଦଘାଟନ କରି ପ୍ରଧାନମନ୍ତ୍ରୀ  ତ୍ରିରଙ୍ଗା ଧରି ରାଜ୍ୟବାସୀଙ୍କୁ ଅଭିବାଦନ ଜଣାଇଥିଲେ । ୨୭୨ କିମି ଲମ୍ବ ଉଧମପୁର-ଶ୍ରୀନଗର-ବାରମୁଲା ରେଳ ସେତୁର ଉଦଘାଟନ ସହ ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇଛନ୍ତି । ଚେନାବ ଓ ଅଞ୍ଜି ବ୍ରିଜରେ ଭାତୀୟ ଇଞ୍ଜିନିୟରଙ୍କ ସ୍ୱତନ୍ତ୍ରତା ରହିଛି ।


ଚେନାବ ସେତୁ ଲୋକାର୍ପିତ ସମେତ ଅଞ୍ଜି ସେତୁ ଉଦଘାଟନ କରିଛନ୍ତି । ଅଞ୍ଜି ସେତୁ ଭାରତର ପ୍ରଥମ କେବୁଲ ଷ୍ଡେଡ ରେଳ ସେତୁ । ୭୨୫ ମିଟର ଦୈର୍ଘ୍ୟ, ୨୯୦ ମିଟର ମେନ୍ ସ୍ପାନର ଅଞ୍ଜି ସେତୁ ଜମ୍ମୁ ଓ କଶ୍ମୀରର କଟ୍ରା ଓ ରିଆସି ଜିଲ୍ଲାକୁ ସଂଯୋଗ କରିବ । ଏକକ ବୃହତ ପାଇଲନ ସହ ୯୬ଟି କେବୁଲ ସଂଯୁକ୍ତ, ୧୯୩ ମିଟର ଉଚ୍ଚ ଏହି ବ୍ରିଜ । ଏହା ସହିତ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲିଙ୍କ ପ୍ରକଳ୍ପର ଉଦଘାଟିତ ହୋଇଛି । ଏହା ସହିତ ୨ ବନ୍ଦେ ଭାରତ ଟ୍ରେନ୍‌ର ଶ୍ରୀ ମାତା ବୈଷ୍ଣୋଦେବୀ କଟ୍ରା- ଶ୍ରୀନଗର ଓ ଶ୍ରୀନଗର ବୈଷ୍ଣୋ ଦେବୀ କଟ୍ରା ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମାତ୍ର ୩ ଘଣ୍ଟାରେ କଟ୍ରାରୁ ଶ୍ରୀନଗରକୁ ଯାତ୍ରା ସମ୍ଭବ ହେବ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.