ଶ୍ରୀନଗର,୦୬/୦୬: ଭୂସ୍ୱର୍ଗ ଜମ୍ମୁ ଓ କଶ୍ମୀରରେ ବିକାଶର ଅୟମାରମ୍ଭ ହୋଇଛି । ବିଶ୍ୱର ସର୍ବୋଚ୍ଚ ରେଳ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୧୫ ଶହ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଅତ୍ୟାଧୁନିକ ଚେନାବ ସେତୁର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ କଶ୍ମୀରବାସୀଙ୍କୁ ୪୬ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି । ଏଣିକି ଯେକୌଣସି ଋତୁରେ ଜମ୍ମୁରୁ ଶ୍ରୀନଗର ଯାତ୍ରା ସହଜ ହେବ । ୩୫୯ ମିଟର ଉଚ୍ଚତା, ୧୩୧୫ ମିଟର ଦୈର୍ଘ୍ୟ ଓ ୪୬୭ ମିଟର ତୋରଣ ସ୍ପାନର ଚେନାବ ସେତୁଟି ନିର୍ମାଣ ହୋଇଛି । ଏହି ସେତୁ ଜମ୍ମୁ ଓ କାଶ୍ମୀରର ରିଆସ ଜିଲ୍ଲାର କାଉରି ଓ ବକ୍କାଲ ଅଞ୍ଚଳକୁ ସଂଯୋଗ କରୁଛି । ଚେନାବ ସେତୁ ଉଦଘାଟନ କାର୍ଯ୍ୟକ୍ରମରେ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଉପରାଜ୍ୟପାଳ ମନୋଜ ସିହ୍ନା ଉପସ୍ଥିତ ଥିଲେ ।

କଟରାରେ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ''ଜମ୍ମୁ କଶ୍ମୀରର ଅନେକ ପୀଢି ରେଳ ସଂଯୋଗର ସ୍ୱପ୍ନ ଦେଖିଥିଲେ । ସବୁ ଭଲ କାମ ମୋ ପାଇଁ ବାକି ରହିଥିଲା । କଶ୍ମୀରରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି । ଆମେ ଚ୍ୟାଲେଞ୍ଜକୁ ଚ୍ୟାଲେଞ୍ଜ ଭାବେ ନେବାକୁ ରାସ୍ତା ବାଛିଥିଲୁ । ସମସ୍ତ ପ୍ରତିବନ୍ଧକକୁ ଅତିକ୍ରମ କରି ଆମେ ସ୍ୱପ୍ନ ସାକାର କରିଛୁ । ଏବେ ରେଳ ନେଟୱାର୍କ ସହ କଶ୍ମୀର ଯୋଡି ହୋଇଛି । ପ୍ରତିକୂଳ ପରିସ୍ଥିତିରେ ଏହି ବ୍ରିଜ୍ ନିର୍ମାଣ ହୋଇଛି । ଆମ ଇଞ୍ଜିନିୟର ଓ ଶ୍ରମିକଙ୍କ ପାଇଁ ଏହା ସମ୍ଭବ ହୋଇଛି । ''

ଚେନାବ-ଅଞ୍ଜି ବ୍ରିଜ ଭାରତୀୟ ଇଞ୍ଜିନୟରଙ୍କ ସ୍ୱତନ୍ତ୍ରତା- ଗତ ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣ ଓ ଅପରେସନ ସିନ୍ଦୂର ପରେ ପ୍ରଥମ ଥର ଜମ୍ମୁ କଶ୍ମୀର ଗସ୍ତ କରି ରାଜ୍ୟବାସୀଙ୍କୁ ୪୬ ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ଚେନାବ ବ୍ରିଜ ଉଦଘାଟନ କରି ପ୍ରଧାନମନ୍ତ୍ରୀ  ତ୍ରିରଙ୍ଗା ଧରି ରାଜ୍ୟବାସୀଙ୍କୁ ଅଭିବାଦନ ଜଣାଇଥିଲେ । ୨୭୨ କିମି ଲମ୍ବ ଉଧମପୁର-ଶ୍ରୀନଗର-ବାରମୁଲା ରେଳ ସେତୁର ଉଦଘାଟନ ସହ ବନ୍ଦେ ଭାରତ ଟ୍ରେନ୍‌କୁ ପତାକା ଦେଖାଇଛନ୍ତି । ଚେନାବ ଓ ଅଞ୍ଜି ବ୍ରିଜରେ ଭାତୀୟ ଇଞ୍ଜିନିୟରଙ୍କ ସ୍ୱତନ୍ତ୍ରତା ରହିଛି ।


ଚେନାବ ସେତୁ ଲୋକାର୍ପିତ ସମେତ ଅଞ୍ଜି ସେତୁ ଉଦଘାଟନ କରିଛନ୍ତି । ଅଞ୍ଜି ସେତୁ ଭାରତର ପ୍ରଥମ କେବୁଲ ଷ୍ଡେଡ ରେଳ ସେତୁ । ୭୨୫ ମିଟର ଦୈର୍ଘ୍ୟ, ୨୯୦ ମିଟର ମେନ୍ ସ୍ପାନର ଅଞ୍ଜି ସେତୁ ଜମ୍ମୁ ଓ କଶ୍ମୀରର କଟ୍ରା ଓ ରିଆସି ଜିଲ୍ଲାକୁ ସଂଯୋଗ କରିବ । ଏକକ ବୃହତ ପାଇଲନ ସହ ୯୬ଟି କେବୁଲ ସଂଯୁକ୍ତ, ୧୯୩ ମିଟର ଉଚ୍ଚ ଏହି ବ୍ରିଜ । ଏହା ସହିତ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲିଙ୍କ ପ୍ରକଳ୍ପର ଉଦଘାଟିତ ହୋଇଛି । ଏହା ସହିତ ୨ ବନ୍ଦେ ଭାରତ ଟ୍ରେନ୍‌ର ଶ୍ରୀ ମାତା ବୈଷ୍ଣୋଦେବୀ କଟ୍ରା- ଶ୍ରୀନଗର ଓ ଶ୍ରୀନଗର ବୈଷ୍ଣୋ ଦେବୀ କଟ୍ରା ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ମାତ୍ର ୩ ଘଣ୍ଟାରେ କଟ୍ରାରୁ ଶ୍ରୀନଗରକୁ ଯାତ୍ରା ସମ୍ଭବ ହେବ