ନୂଆଦିଲ୍ଲୀ,୧୭/୦୩; ଆସନ୍ତା ୨୮ରୁ ଆରମ୍ଭ ହେବ ଫଟାଫଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହା ପୂର୍ବରୁ ଦଳକୁ ସୃଦୁଢ କରୁଛି ୫ ଥରର ବିଜେତା ଚେନ୍ନାଇ ସୁପରକିଙ୍ଗସ୍ ।ଇଂଲଣ୍ଡର ପୂର୍ବତନ ୱିକେଟ୍ କିପର ଜେମ୍ସ ଫୋଷ୍ଟରଙ୍କୁ ଚେନ୍ନାଇ ସୁପରକିଙ୍ଗ୍ସ ଦଳର ନୂଆ ଫିଲ୍ଡିଂ କୋଚ ନିଯୁକ୍ତି କରିଛି । ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ପରେ ଫୋଷ୍ଟର କୋଚିଂରେ ମନୋନିବେଶ କରିଛନ୍ତି ।
ଲିଗ କ୍ରିକେଟ୍ରେ ସେ ଦୀର୍ଘ ଦିନ ଧରି ପ୍ରଶିକ୍ଷଣ ଦେଉଛନ୍ତି । ୨୦୦୧ରୁ ୨୦୦୯ ମଧ୍ୟରେ ଫୋଷ୍ଟର ଇଂଲଣ୍ଡ ପକ୍ଷରୁ ୨୩ଟି ମ୍ୟାଚ ଖେଳିଥିଲେ । ୨୦୧୮ରେ ସେ କ୍ରିକେଟ୍ରୁ ଅବସର ନେଇଥିଲେ ଓ କୋଚିଂରେ କ୍ୟାରିୟର ଆରମ୍ଭ କରିଥିଲେ । ଗତ ସିଜନରେ ସେ ଡେଜର୍ଟ ଭାଇପର ଦଳକୁ ଆଇଏଲ୍ ଟି-ଟ୍ୱେଣ୍ଟି ଚାମ୍ପିଅନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଆଗାମୀ ହଣ୍ଡ୍ରେଡ୍ ସିଜନ ପାଇଁ ବର୍ମିଂହାମ ଫୋନେକ୍ସ ତାଙ୍କୁ ସହକାରୀ କୋଚ ନିଯୁକ୍ତ କରିଛି । ଏହା ବ୍ୟତୀତ ସେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ଦଳର କୋଚ୍ ଭାବେ କାର୍ଯ୍ୟ କରିସାରିଛନ୍ତି । ପୂର୍ବରୁ ସେ କୋଲକାତା ନାଇଟ୍ ରାଇଡର୍ସ ଦଳର ଫିଲ୍ଡିଂ ଓ ସହକାରୀ କୋଚ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ସୂଚନାଯୋଗ୍ୟ, ଷ୍ଟିଫାନ ଫ୍ଲେମିଂ ସୁପରକିଙ୍ଗ୍ସ ଦଳର ମୁଖ୍ୟ କୋଚ ରହିଥିବା ବେଳେ ମାଇକେଲ ହସି ବ୍ୟାଟିଂ କୋଚ୍ ଓ ଏରିକ ସିମନ୍ସ ବୋଲିଂ କୋଚ ଭାବେ କାର୍ଯ୍ୟ କରୁଛନ୍ତି ।
ଏହା ବି ପଢନ୍ତୁ...KKR ପାଇଁ ମିଳିଲା ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ , ଶାହାରୁଖଙ୍କୁ ନେଇ ଏମିତି କହିଲେ ଗମ୍ଭୀର
ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ ସିଜନ୍ ୧୯କୁ ଆଉ ୧୧ ଦିନ ବାକି ଅଛି । ପ୍ରଥମ ମ୍ୟାଚ୍ ଡିଫେଣ୍ଡି ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ । ମାର୍ଚ୍ଚ ୩୦ରେ ଗୌହାଟୀରେ ଚେନ୍ନାଇ ସୁପରକିଙ୍ଗସ୍ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ ।