PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ପୂର୍ବତନ କ୍ରିକେଟର ଓ ରାଜନେତା ଚେତନ ଚୌହାନଙ୍କ ପରଲୋକ, କରୋନା ଆକ୍ରାନ୍ତ ହେବାପରେ ଭେଣ୍ଟିଲେଟର​‌ରେ ଥିଲେ

https://www.timesnownews.com/

ଗୁରଗାଓଁ,୧୬।୮: ଉତ୍ତର ପ୍ରଦେଶର ହୋମଗାର୍ଡ ମନ୍ତ୍ରୀ ଓ ପୂର୍ବତନ କ୍ରିକେଟର ଚେତନ ଚୌହାନଙ୍କର ପରଲୋକ। ପ୍ରାୟ ଅପରାହ୍ନ ୪ଟା ୩୦ ବେଳେ ଚେତନ ଚୌହାନଙ୍କର ପରଲୋକ ହୃଦଘାତରେ ହୋଇଛି। ଗୁରଗାଓଁର ମେଦାନ୍ତ ହସ୍ପିଟାଲାରେ ଏହି ଚିକିତ୍ସା ଚାଲିଛି। କରୋନାରେ ଆକ୍ରାନ୍ତ ହେବାପରେ ୧୨ ଜୁଲାଇରେ ଲକ୍ଷ୍ନୌର ପିଜିଆଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା।

ଚେତନ ଚୌହାନ ଯୋଗୀ ସରକାରଙ୍କ ଦ୍ବିତୀୟ କ୍ୟାବିନେଟ୍ ମନ୍ତ୍ରୀ, ଯାହାଙ୍କର କରୋନା ଭାଇରସ କାରଣରୁ ପରଲୋକ ହୋଇଛି। ଏହା ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ କମଳା ରାନୀଙ୍କର ଲକ୍ଷ୍ନୌ ପିଜିଆଇରେ କରୋନା​‌ରେ ମୃତ୍ୟୁ ହୋଇଥିଲା। ସେଭଳି ଗୋଟେ ଦିନ ପୂର୍ବରୁ ଚେତନଙ୍କର ଦେହ ଅଧିକ ଖରାପ ହେବା ସହିତ ତାଙ୍କର କିଡନୀ ଫେଲ୍ ହୋଇଯାଇଥିଲା। ସେଥିପାଇଁ ତାଙ୍କୁ ଲାଇଫ୍ ସର୍ପୋଟ ସିଷ୍ଟମରେ ରଖାଯାଇଥିଲା।