ପ୍ରମୂଖ ଖବର
  • ପହଲଗାମ ଆକ୍ରମଣରେ ଟିଆରଏଫର ସଂପୃକ୍ତି ନେଇ ପ୍ରମାଣ ମାଗିଲା ପାକିସ୍ତାନ
  • ||
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ଭିକ୍କି କୌଶଳ କଲେ ବଲିଉଡର ‘ଐତିହାସିକ’ ରେକର୍ଡ : ପଦ୍ମାବତ , ତାନାଜୀ ଠାରୁ ମଧ୍ୟ ଆଗରେ ‘ଛାଭା’

Published By : Prameya | February 18, 2025 6:22 PM

ମୁମ୍ୱାଇ : ଭିକ୍କି କୌଶଳଙ୍କର ଫିଲ୍ମ ‘ଛାଭା’ ଶୁକ୍ରବାର ରିଲିଜ ହେବା କ୍ଷଣି , ଯେଉଁଭଳି ଲୋକଙ୍କ ହୃଦୟ ଜିତିବା ଆରମ୍ଭ କଲା , ଏଥିରୁ ଅନୁମାନ କରାଯାଉ ଥିଲା କି, ଫିଲ୍ମଟି କମାଲ କରିବ। ପୂରା ୱିକେଣ୍ଡ ହଲ୍‌ରେ ଛାଭା ଏମିତି ଭିଡ଼ ସୃଷ୍ଟି କରିଛି, ଯାହାକି ଏହା ବିଜନେସ୍‌ ଏକ୍ସପର୍ଟସଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେଇଛି। 

‘ଛାଭା’ ଫିଲ୍ମ ଦେଖି ଭାବବିହ୍ୱାଳ ହୋଇଗଲେ ଏହି କୁନି ଦର୍ଶକ , ଭିକି କୌଶଳ କହିଲେ –

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ରୋଲରେ ଭିକ୍କିଙ୍କର ଦମଦାର ପ୍ରଦର୍ଶନ , ଛାଭାର ଟିଜର ଓ ଟ୍ରେଲରରେ ହିଁ ନଜର ଆସିବାକୁ ଲାଗିଥିଲା। ଫିଲ୍ମର ଗୀତ ଓ ଅନ-ଗ୍ରାଉଣ୍ଡ ପ୍ରମୋସନ ମଧ୍ୟ ପ୍ରଭାବ ଦେଖାଇ ଥିଲା ଏବଂ ପ୍ରଥମ ଦିନରୁ ହିଁ ଫିଲ୍ମରେ ଭିକ୍କିଙ୍କର ଜଲୱା ନଜର ଆସିବାକୁ ଲାଗିଛି। ଛାଭାକୁ ଆଡଭାନ୍ସ ବୁକିଂରେ ହିଁ ଲୋକଙ୍କ ଠାରୁ ଭଲ ରେସପନ୍ସ ମିଳିବାକୁ ଲାଗି ଥିଲା। ଯଦି ଜନତାଙ୍କ ୱାର୍ଡ ଅଫ୍ ମାଉଥ୍‌ ଏମିତି ପରିବେଶ କରିଥିଲା କି ଫିଲ୍ମ ବକ୍ସ ଅଫିସରେ  ଆଶା ଠାରୁ ଅଧିକ ଆଗକୁ ଯାଇ ପ୍ରଦର୍ଶନ କରିଛି। 

ଛାଭା ଶୁକ୍ରବାର ବକ୍ସ ଅଫିସରେ ଯେବେ ୩୩.୧୦ କୋଟି ଟଙ୍କାର କଲେକ୍ସନର ସହ ଓପନିଂ କଲା, ନଜର ଆସି ଥିଲା କି ,ଏହି ଫିଲ୍ମ ବଡ଼ ଧମାକା କରିବାକୁ ଯାଉଛି। ପଜିଟିଭ୍‌ ୱାର୍ଡ ଅଫ୍‌ ମାଉଥ୍‌ ଏଥିରେ ନିଜର ଯାଦୁ ଦେଖାଇଛି ଓ ଛାଭାକୁ ଆଗାମୀ ଦୁଇ ଦିନରେ ଲଗାତାର ଭଲ ଗ୍ରୋଥ୍‌ ମିଳିଛି। ଶନିବାର ଫିଲ୍ମର ଆୟ ୩୯ କୋଟିରୁ ଅଧିକ ରହିଥିଲା। ୩ୟ ଦିନରେ ଛାଭା ର କଲେକ୍ସନରେ ୨୫ ପ୍ରତିଶତରୁ ଅଧିକ ଲମ୍ଫ ପ୍ରଦାନ କରିଛି ଏହଂ ଫିଲ୍ମଟି ୫୦ କୋଟିର ଆକର୍ଷଣୀୟ ମାର୍କରୁ ଟିକିଏ ପଛରେ ରହିଯାଇଛି। ରବିବାର ଫିଲ୍ମର କଲେକ୍ସନ ୪୯ କୋଟି ଟଙ୍କା ରହିଥିଲା। 

ତିନି ଦିନରେ ୧୨୧ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଥିବା ଛାଭା, ଭିକ୍କିଙ୍କର କ୍ୟାରିୟରରେ ସବୁଠୁ ବଡ଼ ୱିକେଣ୍ଡ କଲେକ୍ସନ ନେଇ ଆସିଛି। ଛାଭା ପୂର୍ବରୁ ଭିକ୍କିଙ୍କର କ୍ୟାରିୟରର ସବୁଠୁ ବଡ଼ ୱିକେଣ୍ଡ କଲେକ୍ସନ ଉରୀ : ଦ ସର୍ଜିକାଲ ଷ୍ଟ୍ରାଇକ୍ ରୁ ଆସିଥିଲା, ଯିଏକି ପ୍ରଥମ ୱିକେଣ୍ଡରେ ୩୬ କୋଟି ଟଙ୍କାର ଆୟ କରିଥିଲା। ପ୍ରଥମ ୱିକେଣ୍ଡରେ ଛାଭାର ଆୟ ପାଖାପାଖି ଭିକ୍କିଙ୍କର ଦ୍ୱିତୀୟ ସବୁଠୁ ବଡ଼ ଫିଲ୍ମ ‘ରାଜି’ ର ସମକକ୍ଷ ପହଞ୍ଚି ଯାଇଛି। ‘ରାଜି’ର  ଲାଇଫ୍‌ଟାଇମ୍‌ କଲେକ୍ସନ ୧୨୩ କୋଟି ଥିଲା , ଯାହାକୁ ଛାଭା ସୋମବାରରେ ବଡ଼ ଆରାମରେ ଅତିକ୍ରମ କରି ପାରିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.