PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟ୍‌ ଅଞ୍ଚଳରେ ଏକ ସମ୍ପ୍ରଦାୟର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଫାଙ୍କା ଗୁଳି ଚାଳନା କରି ୧୦ ଅଟକ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଅଘଟଣ, ହାଇଓ୍ୱା ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
  • ||
  • ବଡ଼ବିଲ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀ ସାହିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଭତ୍ସ ହତ୍ୟାକାଣ୍ଡ, କଟୁରୀରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲା ଦୁର୍ବୃତ୍ତ
  • ||
  • ବାରିପଦା : ବାରିପଦା ଷ୍ଟେସନ ଠାରେ ଗଛ ପଡ଼ି ଇଲେକ୍ଟ୍ରିକ ତାର ଛିଡି ଅଟକିଲା ଟ୍ରେନ, ବିଳମ୍ବରେ ଚାଲିବ ଟ୍ରେନ
  • ||
  • ଭଦ୍ରକ : ସମ୍ଭାବ୍ୟ ବନ୍ୟା ଲାଗି ଛୁଟି ବାତିଲ, ମୁକାବିଲା ପାଇଁ ଓଡ୍ରାଫ-ଏନ୍‌ଡିଆରଏଫ୍‌-ଅଗ୍ନିଶମ ବାହିନୀ ପ୍ରସ୍ତୁତ
  • ||
  • ବାରିପଦା : ବିଶୋଇ ଥାନା ଲୋହାକାନି ଭୋଳ ବେଡା ଗ୍ରାମରେ ବିଳମ୍ୱିତ ରାତିରେ ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ
  • ||
  • ଲକ୍ଷ୍ନୌ : ଭୂକମ୍ପରେ ଥରିଲା ଲକ୍ଷ୍ନୌ ସମେତ ୟୁପିର କେତେକ ଜିଲ୍ଲା , କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା
  • ||
  • ପୁରୀ : ଶ୍ରଦ୍ଧାଳୁଙ୍କ ବେକରେ ବ୍ଲେଡ୍‌ ମାରି ସୁନା ଚେନ୍‌ ଲୁଟ ଉଦ୍ୟମ ଫେଲ୍, ଧରାପଡି ଛେଚା ଖାଇଲେ ୩ ଲୁଟେରା
  • ||
  • ସମ୍ବଲପୁର : ୬୨୧.୦୨ ଫୁଟ୍‌କୁ ଖସିଲା ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୨୦ ଗେଟ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ
  • ||
  • ଭୁବନେଶ୍ୱର : ୨୧ରୁ ବନ୍ୟାଞ୍ଚଳ ଗସ୍ତ କରିବ ପିସିସି ଟିମ୍‌, ୨୩ ସୁଦ୍ଧା ଦେବେ ରିପୋର୍ଟ
  • ||
  • ବାଲିଗୁଡ଼ା : ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସିମନବାଡ଼ି ଗ୍ରାମ ନିକଟରେ ଥିବା ପୋଲର ପାର୍ଶ୍ଵ ରାସ୍ତା ଧସି ଯାଇଛି, ବସ୍ ଚଳାଚଳ ସମ୍ପୂର୍ଣ୍ଣ ଠପ୍
  • ||
  • କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ାରେ ଲଗାଣ ବର୍ଷାରେ କାନ୍ଥ ଭୁଷୁଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
  • ||
  • ଜୟପୁର/ଦିଲ୍ଲୀ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୬ଶ୍ରଦ୍ଧାଳୁଙ୍କ ଜୀବନ : ୨୦ରୁ ଅଧିକ ଆହତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
  • ||
  • ନୂଆଦିଲ୍ଲୀ : ବାଙ୍କ ବିହାରୀ ମନ୍ଦିରରେ ବଡ଼ ଧରଣ ଅଘଟଣ, ମଙ୍ଗଳା ଆରତୀ ସମୟରେ ଦଳା ଚକଟାରେ ଦୁଇ ମୃତ
  • ||

ମୋଦିଙ୍କୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଓପନ ଲେଟର, ଉପହାରରେ ପଠାଇଲେ ଆଇନା

ନୂଆଦିଲ୍ଲୀ,୧।୪: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଖୋଲା ଚିଠି ଦେବା ସହ ଉପହାର ସ୍ବରୂପ ଏକ ଦର୍ପଣ ପଠାଇଛନ୍ତି। ସେ ତାଙ୍କର ଅର୍ଡରର ସ୍କ୍ରିନ୍ ସଟ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହା ସହ ଟ୍ବିଟ୍ କରିଛନ୍ତି ମୁଁ ଆପଣଙ୍କୁ ଏହି ଦର୍ପଣ ଉପହାରସ୍ବରୂପ ପଠାଇଛି। ଏହାକୁ ଆପଣ ଲୋକକଲ୍ୟାଣ ମାର୍ଗରେ ଥିବା ନିଜ ବାସଭବନର ଏପରି ଜାଗାରେ ରଖିବେ ଯେଉଁ ବାଟ ଦେଇ ଅଧିକ ଥର ଯିବାଆସିବା କରୁଥିବେ। ଫଳରେ ଦର୍ପଣରେ ଆପଣଙ୍କ ଚେହେରାକୁ ବାରମ୍ବାର ଦେଖିବେ ଏବଂ ନିଜର ଅସଲ ଚେହେରାକୁ ଚିହ୍ନିବାକୁ ଚେଷ୍ଟା କରିପାରିବେ।

ସେ ଆହୁରି ଲେଖିଛନ୍ତି, ହୋଇପାରେ ଆପଣ ଏହି ଆଇନାକୁ ବ୍ୟବହାର ନକରି ପ୍ରଧାନମନ୍ତ୍ରୀ ଭବନର କୌଣସି ଡଷ୍ଟବିନରେ ପକାଇ ଦେଇପାରନ୍ତି। କିନ୍ତୁ ଆପଣ ଏଥିରୁ ନିଜକୁ ବଞ୍ଚାଇ ପାରିବେନି। ଏହି ଦେଶର ୧୨୫ କୋଟି ଜନସଂଖ୍ୟା ଦର୍ପଣକୁ ଏଭଳି ଏକ ଜାଗାରେ ରଖିବେ ଯେଉଁ ବାଟ ଦେଇ ଆପଣ ନିୟମିତ ଯିବାଆସିବା କରୁଥିବେ। ଏହି ଦେଶର ୧୨୫ କୋଟି  ନାଗରିକ ଏଥର ନିର୍ବାଚନରେ ଆପଣଙ୍କୁ ଦର୍ପଣ ଦେଖାଇବେ। ଆପଣ ପ୍ରସ୍ତୁତ ଅଛନ୍ତି ତ ମୋଦି ଜୀ? ଆପଣଙ୍କୁ ମୋଦିଜୀ କହିପାରିବି ତ? କାରଣ ଆପଣ ଏତେ ସବୁ ନାଁ ଦେଖିଛି ଲୋକ ଭମ୍ରିତ ହୋଇଯାଆନ୍ତି, ଆପଣଙ୍କୁ କେଉଁ ନାମରେ ଡାକିବି? ଚା’ବାଲା, ଫକିର, ପ୍ରଧାନ ସେବକ, ଚୌକିଦାର, ସାହେବ କିମ୍ବା ଆଉ କେତେ ନା ସବୁ ରହିଛି।

ଆପଣ ଭାରତ ଏଭଳି ପ୍ରଥମ ପ୍ରଧାନମନ୍ତ୍ରୀ, ଯାହାଙ୍କର ଅନେକ ଚେହେରା। ଯାହା ଆପଣଙ୍କ ସୁବିଧା ଅନୁସାରେ ଚେହେରାକୁ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବ୍ୟବହାର ହୋଇଥାଏ। କିନ୍ତୁ ଏଥିରେ ଆପଣଙ୍କ ପ୍ରକୃତ ଚେହେରା କ’ଣ? ଲୋକ ଚିହ୍ନି ପାରୁନାହାନ୍ତି ଯେ ଆପଣଙ୍କ ପ୍ରକୃତ ଚେହେରା କ’ଣ। ଆପଣଙ୍କୁ ମନେ ଅଛି କି ଆପଣଙ୍କ ପ୍ରକୃତ ଚେହେରା କ’ଣ? ଏହା ପୂର୍ବରୁ ଆପଣ ମିଛର ଏକ ମୁଖା ପିନ୍ଧି ଜନତାଙ୍କ ଭିତରକୁ ଆସିଲେ, ମୁଁ ଆପଣଙ୍କୁ ଏହି ଆଇନା ଉପହାର ସ୍ବରୂପ ପଠାଉଛି ବୋଲି ଲେଖିଛନ୍ତି ବଘେଲ।