ନବରଙ୍ଗପୁର ୧୫/୦୨: ବେଆଇନ ଡ୍ରଗ୍ସ କାରବାର ନେଇ ଛତିଶଗଡ଼ ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ସହରର ଜଣେ ଔଷଧ ଦୋକାନୀଙ୍କୁ ଉଠାଇ ନେଇଛି । ସେ ହେଲେ ସ୍ଥାନୀୟ ଜେଇଏଲ୍‌ସି କମ୍ପେ୍‌ଲକ୍ସର ଔଷଧ ଦେକାନୀ ଉନ୍ନା ରାମକୃଷ୍ଣା । ବସ୍ତର ଜିଲ୍ଲା ପୁଲିସ୍ ରାତିରେ ଆସି ତାଙ୍କୁ ଗିରଫ କରିବା ସହ ଅବ୍ୟବହୃତ ରୋଷେଇ ଘରୁ ୧୨ଟି ବକ୍ସରେ ଥିବା ୨ ହଜାର ୮୪୮ କ୍ରୋନୋଡୋଲ୍ ବଟିକା ଜବତ କରିଛି । ଏହାର ବଜାର ମୂଲ୍ୟ ୧୧ ଲକ୍ଷ ୩୯ ହଜାର ୨୦୦ ଟଙ୍କା ହେବ ।

ଆହୁରି ପଢ଼ନ୍ତୁ...କିଏ ରାଜ୍ୟସଭା ଚତୁର୍ଥ ଆସନ ହାତେଇବ ? ଘୋଡ଼ା ବେପାରକୁ ନେଇ ଶାସକ-ବିରୋଧୀ ମୁହାମୁହିଁ

ବସ୍ତର ଜିଲ୍ଲାର ବୋଧଘାଟ ପୁଲିସ ଇନ୍ସପେକ୍ଟର ଲୀଳାଧର ରାଠୋରଙ୍କ ସୂଚନା ପ୍ରକାରେ ଔଷଧ ଦୋକାନୀଙ୍କ ବିରୋଧରେ ଏନଡିପିଏସ ମାମଲା ରୁଜୁ କରାଯାଇଛି । ତାଙ୍କୁ ଗିରଫ କରାଯିବା ସହ ତାଙ୍କ ଠାରୁ ବିପୁଳ ବେଆଇନ ଡ୍ରଗ୍ସ ଜବତ ହୋଇଛି । ରାମକୃଷ୍ଣା ବେଆଇନ ଡ୍ରଗ୍ସ କାରବାର କରୁଛନ୍ତି । ନିଶା ଥିବା ବଟିକା ଓ ଔଧଷ ଏଠାରୁ ଛତିଶଗଡ ଚାଲାଣ କରୁଥିଲେ । ଗୁରୁବାର ସନ୍ଧ୍ୟାରେ ବୋଧଘାଟ ଥାନା ଅଞ୍ଚଳର ଗଙ୍ଗାମୁଣ୍ଡା ଚୌପାଟି ନିକଟରେ ଗଜେନ୍ଦ୍ର ସିଂ ଠାକୁର ପ୍ଲାଷ୍ଟିକ ବସ୍ତାରେ ବେଆଇନ ନିଶା ଡ୍ରଗ୍ସ ଧରି ଅପେକ୍ଷା କରିଥିଲା । ସନ୍ଦେହରେ ଯାଞ୍ଚ୍ ପରେ ତାଙ୍କଠୁ ନିଶା ବଟିକା ଜବତ ହୋଇଛି । କରାଯାଇଥିଲା । ଗଜେନ୍ଦ୍ର ସିଂଙ୍କୁ ପଚରାଉଚରା ପରେ ଡ୍ରଗ୍ସ ନବରଙ୍ଗପୁର ଔଷଧ ଦୋକାନୀ ଯୋଗାଇଥିବା ଜଣାପଡିଥିଲା । ଶୁକ୍ରବାର ରାତିରେ ରାମକୃଷ୍ଣାଙ୍କୁ ଗିରଫ କରାଯାଇଛି ।