ପ୍ରମୂଖ ଖବର
  • କେନାଲ ନିକଟରେ ଯୁବକଙ୍କ ରକ୍ତାକ୍ତ ମୃତ ଦେହ ଠାବ, ହତ୍ୟା ସନ୍ଦେହ
  • ||
  • ମଙ୍ଗଳବାର ସରିବ ଶ୍ରୀକ୍ଷେତ୍ର ସାହିଯାତ, ରାମାଭିଷେକ ସହ ରାମଲୀଳାର ଅନ୍ତ ଘଟିବ
  • ||
  • IPL 2025: ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ଏକାନ୍ନାରେ ପୁଣି ହେବ ରାହୁଲ ରାଜୁତି
  • ||
  • କଟକ ଗତିରାଉତପାଟଣା ନିକଟରେ ପିସିଆର ଗାଡ଼ିକୁ ଧକ୍କା ଦେଲା ହାଇୱା, ୨ ପୋଲିସ କର୍ମଚାରୀ ମୃତ, ଜଣେ ଆହତ
  • ||
  • ପଶ୍ଚିମ, ଆଭ୍ୟନ୍ତରୀଣରେ ବର୍ଷୁଛି ନିଆଁ, ୪୫ ଡିଗ୍ରୀ ଡେଇଁଲା ପାରଦ: ଆଜିଠାରୁ ଗ୍ରୀଷ୍ମ ଲହରୀ, ୨୩ରୁ ସାଂଘାତିକ ତାତି
  • ||

ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya | March 16, 2025 10:55 AM

ଭୁବନେଶ୍ୱର ୧୬/୦୩: କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ଗୁଲୁମୀ ଜଳପ୍ରପାତରେ ବୁଡ଼ି ୨ ଯୁବକ ନିଖୋଜ। ନିଖୋଜ ଦୁଇ ଜଣ ପଡୋଶୀ ଛତିଶଗଡ଼ ରାଜ୍ୟର ଜଗଦଲପୁର ଅଞ୍ଚଳର ରୋହନ କଶ୍ୟପ(ବୟସ ୨୧ ବର୍ଷ ) ଓ ଗୌରବ ବାଘେଲ (ବୟସ ୨୦ ବର୍ଷ ) ବୋଲି ଜଣାପଡିଛି। ଘଟଣା ସ୍ଥଳରେ କୋଟପାଡ଼ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। 

ସୂଚନା ମୁତାବକ, ଛତିଶଗଡ଼ର ଜଗଦଲପୁର ଅଞ୍ଚଳରୁ ୧୩ ଜଣ ଯୁବକ କୋଟପାଡ଼ ବ୍ଲକର ଗୁଲମୀ ଜଳପ୍ରପାତକୁ ପିକନିକ କରିବାକୁ ଆସିଥିଲେ। ରୋଷେଇ ସରିବା ପରେ ଗାଧୋଉ ଯାଇଥିଲେ। ଗାଧୋଇବା ସମୟରେ ଗଭୀର ପାଣି ଭିତକୁ ଦୁଇ ଜଣ ଚାଲିଯାଇଥିଲେ। ହଠାତ୍ ଦୁଇ ଜଣ ପାଣିରେ ବୁଡି ନିଖୋଜ ହୋଇ ଯାଇଥିଲେ। ତାଙ୍କୁ ଖୋଜାଖୋଜି କରିବା ପରେ ବି ମିଳିନଥିଲେ। ଏନେଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର ପାଇଁ ଅପରେସନ ଆରମ୍ଭ କରିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.