ଭୁବନେଶ୍ବର,୨୪/୧୧: ବିଶ୍ୱ ବକ୍ସିଂ କପ୍ ଫାଇନାଲ୍ସ ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅବିଶ୍ୱସନୀୟ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏକ୍ସରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, '୯ ସ୍ୱର୍ଣ୍ଣ, ୬ ରୌପ୍ୟ ଏବଂ ୫ କାଂସ୍ୟ ସମେତ ଅଭୂତପୂର୍ବ ୨୦ ପଦକ ଆଣି ଆମ କ୍ରୀଡ଼ାବିତମାନେ ଅସାଧାରଣ ପ୍ରତିଭା, ଦୃଢ଼ ସଂକଳ୍ପ ଏବଂ ଲଢ଼ୁଆ ମନୋଭାବ ପ୍ରଦର୍ଶନ କରିଛନ୍ତି। ଏହି ସଫଳତା ଆମର ବକ୍ସରମାନଙ୍କ ଅକ୍ଳାନ୍ତ ପରିଶ୍ରମ, ସେମାନଙ୍କ ପ୍ରଶିକ୍ଷକଙ୍କ ପ୍ରତିବଦ୍ଧତା ଏବଂ ସେମାନଙ୍କୁ ସଶକ୍ତ କରୁଥିବା ଦୃଢ଼ ସମର୍ଥନ ପ୍ରଣାଳୀକୁ ପ୍ରତିଫଳିତ କରିଛି। ଆମର ସମସ୍ତ ଚାମ୍ପିଅନଙ୍କୁ ମୋର ଶୁଭକାମନା। ସେମାନେ ନୂତନ ମାଇଲଖୁଣ୍ଟ ହାସଲ କରି ଦେଶକୁ ଗର୍ବିତ କରନ୍ତୁ।'