ଭୁବନେଶ୍ୱର,୦୨/୦୬: ରାଜ୍ୟରେ ମୋହନ ସରକାରଙ୍କ କାର୍ଯ୍ୟକାଳକୁ ୨ ବର୍ଷ ହେବାକୁଯାଉଛି । ୨ ବର୍ଷ ପୂତ୍ତିର୍ ପୂର୍ବରୁ ସମସ୍ତ ବିଭାଗର କାର୍ଯ୍ୟ ସମୀକ୍ଷା ହେବ । ଆଜିଠୁ ବିଭିନ୍ନ ବିଭାଗ ଓ ମନ୍ତ୍ରୀମାନଙ୍କର ପ୍ରଦର୍ଶନ ଏବଂ ଦକ୍ଷତାର ସମୀକ୍ଷା କରାଯିବ । ପ୍ରଥମ ଦିନରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧୀନରେ ଥିବା କୃଷି ଓ ଶକ୍ତି ବିଭାଗର କାର୍ଯ୍ୟର ସମୀକ୍ଷା ହେବ ବୋଲି ଜଣାପଡ଼ିଛି । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଭାଗଗୁଡ଼ିକର କାର୍ଯ୍ୟ ସମୀକ୍ଷା କରାଯିବ ।
ଏହାସହିତ ପ୍ରତିଦିନ ବିଭିନ୍ନ ବିଭାଗ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିଜ ନିଜର ଉପଲବ୍ଧି ଗଣାଇବେ । ସରକାର ୨ ବର୍ଷରେ କେଉଁ ସବୁ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, ତାହାର ହିସାବ ରଖିବେ । ନୂଆ ଯୋଜନା, ନୂଆ ଘୋଷଣା, ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ନିଆଯାଇଥିବା ପଦକ୍ଷେପର ତାଲିକା ରଖିବେ ପ୍ରତି ବିଭାଗ ।