ଭୁବନେଶ୍ୱର,୩୦/୦୭:  ଆସନ୍ତା ଅଗଷ୍ଟ ୯ ‘ରାକ୍ଷୀ ପୂର୍ଣ୍ଣିମା’ରେ  ମିଳିବ ସୁଭଦ୍ରାର ତୃତୀୟ କିସ୍ତି । ଜୟପୁରରୁ କୋଟିଏରୁ ଅଧିକ ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ। ଏହା ପୂର୍ବରୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଗୁରୁତ୍ବପୁର୍ଣ୍ଣ ବୈଠକ। ସୁଭଦ୍ରା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ ଷ୍ଟିଅରିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି। ଆଗକୁ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ନୂଆ ଯୋଡାଯିବା ନେଇ ବି ବୈଠକରେ ଆଲୋଚନା ହୋଇଛି। ଏଥିସହିିତ ସୁଭଦ୍ରା ଅର୍ଥ କିପରି ବ୍ୟବହାର ହେଉଛି ମତାମତ ନେବକୁ ଷ୍ଟିୟରିଂ କମିଟିରେ ନିଷ୍ପତ୍ତି ନେବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ଅତିରିକ୍ତ ସଚିବ ଦୂତିବାସ ରାଉତଙ୍କ ସୂଚନା ଦେଇଛନ୍ତି।

ଅଗଷ୍ଟ ୯  ତାରିଖ ପରେ ପୁଣି ଖୋଲିବ ସୁଭଦ୍ରା  ପୋର୍ଟାଲ । ଯେଉଁମାନଙ୍କୁ ୨୧ ବର୍ଷ  ହୋଇଥିବ, ସେମାନେ ଏ ଯୋଜନାରେ  ଆବେଦନ କରିପାରିବେ । ତେବେ  ଯେଉଁ ହିତାଧିକାରୀମାନଙ୍କୁ ୬୦  ବର୍ଷ ଛୁଇଁଛି ସେମାନଙ୍କୁ ସିଧାସଳଖ  ଭତ୍ତାରେ ଯୋଡ଼ାଯିବ । ପ୍ରାୟ ୯୩  ହଜାର ମହିଳା ସୁଭଦ୍ରାରୁ ବଞ୍ଚିତ  ହେଲେ ମଧ୍ୟ ଭତ୍ତାରେ ଯୋଡ଼ି  ହେବେ ।

ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ସରକାର ରାଜ୍ୟର ପ୍ରାୟ ୧  କୋଟିରୁ ଅଧିକ ମହିଳାଙ୍କୁ ଦୁଇଟି କିସ୍ତି ପ୍ରଦାନ କରି ସାରିଛନ୍ତି ।