ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ୨୮ ହଜାର କୋଟିର ହେବ ପୁଞ୍ଜିନିବେଶ, ଅପରାହ୍ଣରେ ତାରାଦେବୀ ଦର୍ଶନ

Published By : Prameya | June 5, 2025 8:13 AM

ବ୍ରହ୍ମପୁର,୦୫/୦୬: ତିନି ମାସ ହେଲା ଗଞ୍ଜାମ ଜିଲ୍ଲାକୁ ଲଗାତାର ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଗଞ୍ଜାମରୁ ପ୍ରତିନିଧିତ୍ୱ କରୁଥିବାରୁ ଜିଲ୍ଲାର ଗୁରୁତ୍ୱ ଅଧିକ ରହୁଥିଲା । ବର୍ତ୍ତମାନ ସରକାରରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ସରକାର ଗଠନ ପରଠୁ ଲଗାତାର ଜିଲ୍ଲା ଗସ୍ତ  ଜାରି ରଖିଛନ୍ତି, ଯାହା ବିଜେପି ନେତା ଓ କର୍ମୀଙ୍କ ମହଲରେ  ଉତ୍ସାହ ଭରି ଦେଇଛି । ଗଞ୍ଜାମ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ  ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । 

ମୁଖ୍ୟମନ୍ତ୍ରୀ  ୯ଟା ୩୦ରେ ଭୁବନେଶ୍ୱରରୁ ବାହାରି ପୂର୍ବାହ୍ନ ୧୦ଟାରେ ରମ୍ଭା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ । ସେଠାକାର ହାଇସ୍କୁଲରେ ସଂଗ୍ରାମୀ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗ ଦେବା  ପରେ ପୂର୍ବାହ୍ନ ୧୦ଟା ୩୦ରେ ଛତ୍ରପୁର ଆସିବେ । ସେଠାରେ ଇଣ୍ଡଷ୍ଟ୍ରି କ୍ୟାପଟେନ୍‌ (ଉଦ୍ୟୋଗପତି)ମାନଙ୍କ ସହ ଆଲୋଚନା  କରିବେ । ଛତ୍ରପୁର ଷ୍ଟାଡିୟମରେ ପ୍ରସ୍ତାବିତ ୮ଟି ଶିଳ୍ପାନୁଷ୍ଠାନର  ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଛି । ସେଠାରେ ସାଧାରଣ  ସଭାରେ ଉଦ୍‌ବୋଧନ ଦେବେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଗଣ ।   

ମୁଖ୍ୟମନ୍ତ୍ରୀ ଅପରାହ୍ନ ୨ଟା ୧୫ରେ ଶିଳ୍ପାନୁଷ୍ଠାନ ବୁଲିବା କାର୍ଯ୍ୟକ୍ରମ ରହିଛି । ଟାଟା ଇଣ୍ଡଷ୍ଟ୍ରିଆଲ୍‌ ପାର୍କ ବୁଲିବା ସହ ସେଠାରେ ଚାରାରୋପଣ କରିବେ । ଇଣ୍ଡଷ୍ଟ୍ରିଆଲ୍‌ ପାର୍କ  ପରିସରରେ ଦୀପକ ଫର୍ଟିଲାଇଜର ୟୁନିଟ୍‌ ବୁଲିବେ ।  ଅପରାହ୍ନରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ମା’ ତାରାଦେବୀ ଠାକୁରାଣୀ ଯାତ୍ରାରେ ପହଞ୍ଚି ଠାକୁରାଣୀଙ୍କ ଦର୍ଶନ କରି  ଭୁବନେଶ୍ୱର ଫେରିଯିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଇସ୍ପାତ ଓ ଖଣି, ବାଣିଜ୍ୟ  ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କାର୍ଯ୍ୟକ୍ରମର  ସମୀକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲାରେ ୫ଟି  ବୃହତ୍‌ ଶିଳ୍ପର ଶିଳାନ୍ୟାସ ହେବ । ଏଥିରେ ୨୮ ହଜାର  କୋଟିରୁ ଊଦ୍ଧ୍ୱର୍ ଟଙ୍କା ପୁଞ୍ଜିନିବେଶ ଏବଂ ୧୫ ହଜାରରୁ  ଊଦ୍ଧ୍ୱର୍ ଲୋକ ନିଯୁକ୍ତି ପାଇବେ ବୋଲି ଛତ୍ରପୁର  କାର୍ଯ୍ୟକ୍ରମ ସ୍ଥଳରେ ସମୀକ୍ଷା କରି ମନ୍ତ୍ରୀ କହିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଓ ଗଞ୍ଜାମ  ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । 

ଏହା ପୂର୍ବରୁ ଏପ୍ରିଲ୍‌ ୨୭ରେ ବ୍ରହ୍ମପୁର, ପାତ୍ରପୁର ଓ  ବୁଗୁଡ଼ା, ମେ ୮ରେ ତାରାତାରିଣୀ ଓ ପୁରୁଷୋତ୍ତମପୁର  ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଚଳିତ ମାସରେ ପୁଣି ଗଞ୍ଜାମ ଜିଲ୍ଲା ଗସ୍ତ କରୁଛନ୍ତି । ଆଗାମୀ ଦିନରେ ସେ ଜନ  ଅଭିଯୋଗ ଶୁଣାଣି ପାଇଁ ବ୍ରହ୍ମପୁର ଗସ୍ତ କରିବା  କାର୍ଯ୍ୟକ୍ରମ ରହିଛି । ଛତ୍ରପୁର ଠାରେ ପ୍ରସ୍ତୁତି ସମୀକ୍ଷା  ବୈଠକରେ ପରିବହନ ମନ୍ତ୍ରୀଙ୍କ ସମେତ ଛତ୍ରପୁର  ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲିକୋଟ ବିଧାୟକ  ପୂର୍ଣ୍ଣଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)  ପ୍ରମୋଦ କୁମାର ପୃଷ୍ଟି ଉପସ୍ଥିତ ଥିଲେ । ସେହିପରି  ଲାଞ୍ଜିପଲ୍ଲୀ ଯାତ୍ରା ସ୍ଥଳ ପରିଦର୍ଶନ ସମୀକ୍ଷା ସମୟରେ  ବ୍ରହ୍ମପୁର ଏସ୍‌ପି ଡା. ସରବଣା ବିବେକ ଏମ୍‌, ଉପଜିଲ୍ଲାପାଳ  ଦୀନା ଦସ୍ତଗୀର, ବିଜେପି ଜିଲ୍ଲା ସଭାପତି ସରୋଜ ସାବତ,  କର୍ପୋରେଟର ବନିତା ସାହୁଙ୍କ ସମେତ ଯାତ୍ରା ପରିଚାଳନା  କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.