ଭୁବନେଶ୍ୱର,୦୫/୦୧: ରବିବାର ସହିଦ ମାଧୋ ସିଂ ହାତ  ଖର୍ଚ୍ଚ ଯୋଜନାର ଶୁଭାରମ୍ଭ ହେବ ।  ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଆଦିବାସୀ  ମେଳା-୨୦୨୫ ଉଦ୍‌ଘାଟନୀ ଉତ୍ସବରେ ଏହାର ଶୁଭାରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଜନଜାତି  ଛାତ୍ରଛାତ୍ରୀଙ୍କ ଜମାଖାତାକୁ ଏକକାଳୀନ  ୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ  କରିବେ । ରାଜ୍ୟରେ ୨ ଲକ୍ଷ ଶିକ୍ଷାର୍ଥୀ ଏହି ପ୍ରୋତ୍ସାହନ ରାଶି ପାଇବାକୁ ଥିବା  ବେଳେ ଏହି ଶୁଭାରମ୍ଭ ଦିବସରେ  ୧ ଲକ୍ଷ ୬୦ ହଜାର ଶିକ୍ଷାର୍ଥୀଙ୍କୁ  ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।  

ସୂଚନାଯୋଗ୍ୟ, ରାଜ୍ୟ ସରକାର  ଜନଜାତିଙ୍କ ବିକାଶ ପାଇଁ ଅନେକ  ଯୋଜନା ହାତକୁ ନେଇଛନ୍ତି ।  ଅନୁସୂଚିତ ଜନଜାତିଙ୍କୁ ଉଚ୍ଚଶିକ୍ଷା ପ୍ରତି ପ୍ରୋତ୍ସାହିତ କରିବା, ଡ୍ରପ୍‌ ଆଉଟ୍‌ ହାର ହ୍ରାସ  କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିଲାଗି ସହିଦ ମାଧୋ ସିଂହ  ହାତ ଖର୍ଚ୍ଚ ଯୋଜନାର ପରିକଳ୍ପନା କରିଛନ୍ତି । ରବିବାର ଏହାର ଶୁଭାରମ୍ଭ  କରାଯିବ । ଏଥିରେ ନବମ ଓ  ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଶିକ୍ଷାର୍ଥୀଙ୍କୁ ବାର୍ଷିକ  ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ ।