ଭୁବନେଶ୍ବର,୨୨।୨ :  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମହାକୁମ୍ଭରେ ହେବେ ସାମିଲ। ତ୍ରିବେଣୀ ସଙ୍ଗମରେ ପକାଇବେ ବୁଡ।  ଏହା ପରେ ମୁଖ୍ୟମନ୍ତ୍ରୀ ରାମ ଲାଲାଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ମହାକୁମ୍ଭ ଶେଷ ହେବାକୁ ଆଉ ୩ ଦିନ ବାକି ରହିଛି । ମହାକୁମ୍ଭରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ ହେବେ ସାମିଲ।ସେଥିପାଇଁ  ରବିବାର ଠାରୁ  ତିନିଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ। । ସେଠାରେ  ପ୍ରୟାଗରାଜରେ  ପକାଇବେ ବୁଡ଼ ପକାଇବେ। ୧୪୪ ବର୍ଷକୁ ଥରେ ପଡ଼ୁଥିବା ଏହି ଭବ୍ୟ କୁମ୍ଭମେଳାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ଅନେକ କ୍ୟାବିନେଟ୍ ମନ୍ତ୍ରୀ   ଓ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, ମୁକେଶ ଅମ୍ବାନୀ ଙ୍କ ପରିବାର ପ୍ରମୁଖ ବୁଡ଼ ପକାଇ ସାରିଛନ୍ତି।