ଭୁବନେଶ୍ଵର, ୧୪/୦୧ : ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତ ଯେ, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଭରିଦେଉ। ମହାପ୍ରଭୁଙ୍କ ନିକଟରେ ଏତିକି କାମନା।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜଗନ୍ନାଥ ସଂସ୍କୃତିରେ ମକର ସଂକ୍ରାନ୍ତିର ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି। ଏହା କେବଳ ଧାର୍ମିକ ଉତ୍ସବ ନୁହେଁ ଭାଇଚାରା, ସଦ୍‌ଭାବ ଓ ଏକତାର ପ୍ରତୀକ। ମକର ସଂକ୍ରାନ୍ତି ଓଡ଼ିଶା ତଥା ଆପଣଙ୍କ ପାଇଁ ଶୁଭପ୍ରଦ ହେଉ। ମହାପ୍ରଭୁଙ୍କ ନିକଟରେ କାମନା ଆପଣଙ୍କ ଜୀବନ ମଙ୍ଗଳମୟ ହେଉ। 

ଅଧିକ ପଢନ୍ତୁ- ଶ୍ରୀମନ୍ଦିରରେ ପବିତ୍ର ମକର ସଂକ୍ରାନ୍ତି, ଶ୍ରୀବିଗ୍ରହଙ୍କୁ ମକରଚୂଳ ଓ ମାଳ ଲାଗି କରାଯାଇ ହେବ ସ୍ୱତନ୍ତ୍ର ବେଶ


ଆଜି ମକର ସଂକ୍ରାନ୍ତି । ସୂର୍ଯ୍ୟ ମକର ରାଶିରେ ଚଳିବେ । ଆଜିଠୁ ସୂର୍ଯ୍ୟଦେବତାଙ୍କ ଉତ୍ତରାୟଣ ଆରମ୍ଭ ହୋଇଥାଏ । ମକର ସଂକ୍ରାନ୍ତିଠାରୁ ଦିନ ବଡ଼ ହେବା ସହିତ ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇଥାଏ । ଓଡ଼ିଆ ଘରେ ମକର ସଂକ୍ରାନ୍ତି ଧୁମ୍‌ଧାମରେ ପାଳନ କରାଯାଏ । ମନ୍ଦିରଠାରୁ ଘରେ ଘରେ ପୂଜାର୍ଚ୍ଚନା ବି ଜୋର୍‌ଦାର ହେବ । ନୂଆ ମକର ଚାଉଳ ଭୋଗ ଲାଗି ହୋଇଥାଏ ଏହି ଦିନ ।