ଭୁବନେଶ୍ବର ; ୧୦/୧ : ଆସନ୍ତା ୧୨ ତାରିଖ ଅର୍ଥାତ ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କାମ ଥିବାରୁ ଏହିଦିନ ବନ୍ଦ ରହିବ । ତେବେ ଏସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କୁହାଯାଇଛି କି, ପରବର୍ତ୍ତୀ ଅଭିଯୋଗ ଶୁଣାଣି ତାରିଖ ସମ୍ପର୍କରେ ସମ୍ବାଦପତ୍ର ଏବଂ ଅନ୍ୟ ଗଣମାଧ୍ୟମ ଜରିଆରେ ଦିଆଯିବ ।