PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବର୍ଷାରେ କାନ୍ଥ ପଡ଼ି ଶିଶୁକନ୍ୟାର ମୃତ୍ୟୁ

ମାଲକାନଗିରି/କାଲିମେଳା,୧୮।୩ :ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ମେଟାଗୁଡା ଗ୍ରାମରେ କାନ୍ଥ ପଡ଼ି ଚାରିମାସର ଶିଶୁ କନ୍ୟାର ମୃତ୍ୟୁ ଘଟିବା ସହିତ ବାପା ଓ ମା ଆହତ ହୋଇଛନ୍ତି l

ପଡିଆ ବ୍ଲକ ମାଟେରୁ ପଞ୍ଚାୟତ ଅନ୍ତର୍ଗତ ମେଟାଗୁଡା ଗ୍ରାମର ଆଇତା ମାଡକାମୀ ଏବଂ ତାଙ୍କ ପତ୍ନୀ ସହ ଚାରି ମାସର ଶିଶୁକନ୍ୟା ସ୍ଵାତି ଘରେ  ଶୋଇଥିବା ବେଳେ ଘରର କାନ୍ଥ ହଠାତ ପଡ଼ି ଯାଇଥିଲା । ଏଥିରେ ପିତା ମାତା ଆହତ ହୋଇଥିଲା ବେଳେ ଚାରିମାସର ଶିଶୁ କନ୍ୟାଟି ମୃତ୍ୟୁ ଘଟିଥିଲା। ଖବର ପାଇ ପଡିଆ ଗୋଷ୍ଠୀଉନ୍ନୟନ ଅଧିକାରୀ  ଘଟଣା ସ୍ଥଳେ ପହଞ୍ଚି ସମବେଦନା ଜଣାଇବା ଆର୍ଥିକ ସହାୟତାର  ବ୍ୟବସ୍ଥା କରିଥିଲେ। ଏଥି ସହ ଆବାସ ଯୋଜନା ପାଇଁ ବ୍ୟବସ୍ଥା କରିବା ପାଇଁ ପିଇଓ ଙ୍କୁ କହିଥିଲେ l ପଡିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ବ୍ୟବଛେଦ ନିମନ୍ତେ ପଠାଇ ତଦନ୍ତ କରିଛନ୍ତି।