ପ୍ରମୂଖ ଖବର
  • ରାଜ୍ୟରେ ଆଉ ୮ ଶିଳ୍ପକୁ ମଞ୍ଜୁରୀ, ନିବେଶ ହେବ ୧ ଲକ୍ଷ ୫୧ ହଜାର ୨୩୯ କୋଟି ଟଙ୍କା, ଢେଙ୍କାନାଳରେ ବେଦାନ୍ତ କରିବ ପ୍ଲାଣ୍ଟ
  • ||
  • ଜୁନାଗଡ଼ରେ ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ, ଅଟୋ ଡ୍ରାଇଭର ଗୁରୁତର
  • ||
  • ଗୁଣପୁର : ବଜ୍ରପାତରେ ୨ ମହିଳା ମୃତ
  • ||
  • କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହୋଟେଲ ଓରିଅନ ନିକଟରେ ଦୁର୍ଘଟଣା, ଟ୍ରକ୍ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଅଟୋ ଚାଳକ ଗୁରୁତର
  • ||
  • ସ୍କୁଲ ଖୋଲିବାକୁ ନେଇ ହଟିଲା ଦ୍ୱନ୍ଦ୍ୱ: ଜୁନ୍ ୨୦ରେ ଖୋଲିବ ସ୍କୁଲ, ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ୨୦୨୭ ମାର୍ଚ୍ଚ ୧ରୁ ଦେଶରେ ଜନଗଣନା; ୨ଟି ପର୍ଯ୍ୟାୟରେ ହେବ, ଗେଜେଟ୍ ବିଜ୍ଞପ୍ତି ପ୍ରକାଶ
  • ||
  • ବାଲେଶ୍ୱର : ସ୍ତ୍ରୀ ଓ ପୁଅକୁ ହାଣି ବାପା ଫେରାର, ତଦନ୍ତ କରୁଛି ପୁଲିସ
  • ||
  • ଗଜପତି ମହାରାଜାଙ୍କ ଭାତୃ ବିୟୋଗ, ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ରଣାର୍ଣ୍ଣବ ଦେବ
  • ||
  • 'ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଚାହୁଁଛି ଇରାନ୍',ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ବୟାନ
  • ||
  • କେନ୍ଦୁଝର : ଶୈଲଙ୍ଗ ଗାଁରେ ଅଭାବନୀୟ ଘଟଣା, ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଏନଏଚରେ ପଛକୁ ପଛ ପିଟି ହେଲା ୪ ଟ୍ରକ୍‌, ୩ ଡ୍ରାଇଭର ଆହତ
  • ||
  • ନରସିଂହପୁରରେ ଝାଡ଼ାବାନ୍ତି ନେଲା ମହିଳାଙ୍କ ଜୀବନ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ; ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ୨୪ ଘଣ୍ଟାରେ ସକ୍ରିୟ ହେବ ମୌସୁମୀ
  • ||

ଚିଲିକା ନଳବଣକୁ ଆସିଲେଣି ବିିଦେଶୀ ପକ୍ଷୀ, ସୁରକ୍ଷା ଲାଗି ବନ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍‌ ଟିମ୍‌ ଗଠନ

Published By : Prameya | October 7, 2024 11:20 AM

ବ୍ରହ୍ମଗିରି/ଅସ୍ତରଙ୍ଗ,୦୭/୧୦: ଶୀତ ଦିନ ଆରମ୍ଭ ହୋଇନି । ହେଲେ ଏବେଠୁ ଆସିଲେଣି ବିଦେଶୀ ପକ୍ଷୀ ।  ଚିଲିକା ନଳବଣରେ ହଜାର ହଜାର ରଙ୍ଗବେରଙ୍ଗର ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଛି । ବନ ବିଭାଗ  ପକ୍ଷରୁ ପକ୍ଷୀଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର  ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାଧାରଣତଃ ନଭେମ୍ବର ଆରମ୍ଭରେ  ଅର୍ଥାତ ଶୀତ ପଡ଼ିବା ପରେ ମରାଳ  ମାଳିନୀ ନୀଳାମ୍ବୁ ଚିଲିକାକୁ ବିଦେଶୀ  ପକ୍ଷୀଙ୍କ ଆଗମନ ହୋଇଥାଏ । ଚଳିତ  ବର୍ଷ ଶୀତ ଋତୁ ଅବ୍ୟବହିତ ପୂର୍ବରୁ  ଚିଲିକାକୁ କିଛି ବିଦେଶୀ ପକ୍ଷୀଙ୍କ ଆଗମନ  ହୋଇଥିବା ଜଣାପଡ଼ିଛି । 

ବନ ବିଭାଗ  ସୂଚନା ଅନୁଯାୟୀ, ପ୍ରାୟ ୧୦ ହଜାରରୁ  ଅଧିକ ପିଣ୍ଟେଲ୍‌, ଗଡ୍‌ୱିଲ୍‌ ଓ ସୋଭ୍‌ଲର୍‌  ଇତ୍ୟାଦି ବିଦେଶୀ ଅତିଥି ପକ୍ଷୀ ଆସି  ନଳବଣ ଇଲାକାରେ ପହଞ୍ଚି ଗଲେଣି ।  ପକ୍ଷୀମାନେ ଆସିବା ସୂଚନା ମିଳିବା କ୍ଷଣି  ଶିକାରୀମାନେ ନିଜକୁ ପ୍ରସ୍ତୁତ କଲେଣି ।  ଏହି ଖବର ଜଣାପଡ଼ିବା ପରେ ଚିଲିକା  ୱାଇଲ୍ଡ ଲାଇଫ୍‌ ଡିଭିଜନ୍‌ର ଡିଏଫ୍‌ଓ  ଆମ୍ଳାନ ନାୟକ କହିଛନ୍ତି, ଚଳିତ ବର୍ଷ  ଶୀତ ପୂର୍ବରୁ ବିଦେଶୀ ପକ୍ଷୀଙ୍କ ଆଗମନ  ହୋଇଛି । ସେତେ ପରିମାଣରେ ପକ୍ଷୀ  ଆସିନାହାନ୍ତି । ଶୀତ ପଡ଼ିଲା ପରେ  ପକ୍ଷୀମାନଙ୍କ ସମୂହ ଆଗମନ ହେବ  ବୋଲି ଆଶଙ୍କା କରାଯାଉଛି । ପକ୍ଷୀଙ୍କ  ସୁରକ୍ଷା ପାଇଁ ସାତପଡ଼ା, ଚିଲିକା  ନୂଆପଡ଼ା, ବାଲୁଗାଁ, ଟାଙ୍ଗି, ରମ୍ଭା ଇତ୍ୟାଦି  ରେଞ୍ଜ୍‌ ଅଧୀନରେ ପ୍ରାୟ ୧୫ରୁ ଅଧିକ  ସ୍କ୍ୱାଡ୍‌ ଟିମ୍‌ ଗଠନ କରାଯାଇ କ୍ୟାମ୍ପ୍‌  ହୋଇଛି । ସେମାନେ ଶିକାରୀଙ୍କ ଗତିବିଧି  ଉପରେ ତୀକ୍ଷ୍ମ ନଜର ରଖିଛନ୍ତି । ପକ୍ଷୀ  ସୁରକ୍ଷା ନିମନ୍ତେ କଡ଼ା ନଜର ରଖା ଯାଇଛି । ସେହିପରି ଅସ୍ତରଙ୍ଗରେ ବିଦେଶୀ  ପକ୍ଷୀଙ୍କ ଆଗମନ ଦେଖିବାକୁ ମିଳିଛି ।  ସମୁଦ୍ରର ନୀଳ ଜଳରାଶି ଉପରେ  ରଙ୍ଗବେରଙ୍ଗର ବିଦେଶାଗତ ପକ୍ଷୀଙ୍କ  କଳରବ ସାଙ୍ଗକୁ ଭଳିକି ଭଳି ଉଡ଼ାଣ  ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବହୁଗୁଣିତ  କରିଛ। ପାପିରା, ଗଙ୍ଗାଦେବୀ,  କେଳୁଣୀ ମୁହାଣ ଅଞ୍ଚଳରେ ଥିବା  ଗଛଗୁଡ଼ିକରେ ବିଦେଶାଗତ  ପକ୍ଷୀ ପରିପୂର୍ଣ୍ଣ ହୋଇଗଲଣି ।  

ଗତବର୍ଷ ଏହି ସମୟରେ ଯେତିକି  ସଂଖ୍ୟକ ପକ୍ଷୀ ଅସ୍ତରଙ୍ଗକୁ ଆସିଥିଲେ  ଏଥର ଏହି ସଂଖ୍ୟା ସାମାନ୍ୟ ହ୍ରାସ  ପାଇଛି । ସମୁଦ୍ର ନିକଟବର୍ତ୍ତୀ ଗାଁ  ଗୁଡ଼ିକରେ ଅତିଥି ପକ୍ଷୀଙ୍କ କିଚିରି ମିଚିରି  ଶବ୍ଦ ସାଙ୍ଗକୁ ଭଳିକି ଭଳି ଉଡ଼ାଣ ସମଗ୍ର  ଅଞ୍ଚଳର ପରିବେଶକୁ ବଦଳାଇ ଦେଇଛି । ପାପିରା ବନ୍ଧ ନିକଟରେ ୨ରୁ ୩ଟି  ପକ୍ଷୀ ଦଳ ଓହ୍ଲାଇଛନ୍ତି । ଦିନେ ଦୁଇ ଦିନ  ମଧ୍ୟରେ ଏମାନଙ୍କ ପ୍ରଜାତି ଓ ସଂଖ୍ୟା  ବୃଦ୍ଧି ହୋଇପାରେ ବୋଲି ଅନୁମାନ  କରାଯାଇଛି । ଏନେଇ ପୁରୀ ଜିଲ୍ଲା  ଡିଏଫ୍‌ଓ ବିବେକ କୁମାର କହିଛନ୍ତି,  ହଜାର ହଜାର ମାଇଲି ଅତିକ୍ରମ  କରି ଅସ୍ତରଙ୍ଗ ପ୍ରାକୃତିକ ସୌନ୍ଦର୍ଯ୍ୟ  ପରିପୂର୍ଣ୍ଣ ଅଞ୍ଚଳକୁ ବିଦେଶାଗତ ପକ୍ଷୀଙ୍କ  ଆଗମନ ହୋଇଛି । ନଭେମ୍ବରରୁ  ସ୍ୱତନ୍ତ୍ର କ୍ୟାମ୍ପ ଆରମ୍ଭ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.