ପ୍ରମୁଖ ଖବର
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ମାସୁଦକୁ ପୁଣି ରକ୍ଷାକଲା ଚୀନ

ନୂଆଦିଲ୍ଲୀ,୧୩ ।୩(ଏଜେନ୍ସି): ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଇ-ମହମ୍ମଦ ମୁଖ୍ୟ ତଥା ପୁଲୱାମା ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦ ଆଝାରକୁ ବିଶ୍ୱ ଆତଙ୍କୀ ତାଲିକାରେ ସାମିଲ କରିବା ପ୍ରସ୍ତାବ ଉପରେ ଚୀନ୍‌ ଚତୁର୍ଥଥର ପାଇଁର୍ ବାଧା ଦେଇଛି । ଆଜି ଅନୁଷ୍ଠିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ୧୨୬୭ ବାସନ୍ଦ କମିଟି ବୈଠକରେ ଅଧିକାଂଶ ସଦସ୍ୟ ରାଷ୍ଟ୍ର ମାସୁଦକୁ ତାଲିକାରେ ସାମିଲ କରିବାକୁ ପ୍ରସ୍ତାବ ଦେଇଥିଲା ବେଳେ ଚୀନ୍‌ ତାହା ଉପରେ ଭିଟୋ ପ୍ରୟୋଗ କରିଛି । ଫଳରେ ଏହି ପ୍ରସ୍ତାବ ରଦ୍ଦ ହୋଇଯାଇଛି । ଆଜିର ଏହି ଘଟଣାରେ ଭାରତକୁ ନିରାଶ ହେବାକୁ ପଡିଛି ।
ବୈଠକରେ ଚୀନ୍‌ ଯୁକ୍ତି ବାଢ଼ିଥିଲା ଯେ ଜୈସ୍‌ ସହିତ ମାସୁଦର କୌଣସି ଲିଙ୍କ୍‌ ନାହିଁ । ତା’ଛଡା ମାସୁଦ ବିରୋଧରେ ପୂର୍ବରୁ ମଧ୍ୟ କୌଣସି ପ୍ରମାଣ ନାହିଁ । ଯଦି ଆତଙ୍କବାଦୀ କାର୍ଯ୍ୟକଳାପ ସହ ମାସୁଦର କୌଣସି ସମ୍ପର୍କ ରହିଛି ତେବେ ତାହାର ପ୍ରମାଣ କାହିଁ ବୋଲି ଚୀନ୍‌ ଦାବି କରିଥିଲା । ଏଥିସହିତ ଭାରତ ଯେଉଁ ଦାବି କରୁଛି ତାହା କେତେଦୂର ସତ ତାହାର ଅନୁଧ୍ୟାନ ପ୍ରଥମେ କରାଯିବା ଉଚିତ ବୋଲି କହିଥିଲା । ଭାରତ ପକ୍ଷରୁ ଜୈସ୍‌ ସହିତ ମାସୁଦର ସମ୍ପର୍କ ନେଇ ଜାତିସଂଘକୁ ଡୋସିୟର ପ୍ରଦାନ କରାଯାଇଥିଲା । ଏଥିସହିତ ଆମେରିକା ଓ ଫ୍ରାନ୍ସକୁ ପୁଲୱାମା ଆକ୍ରମଣରେ ମାସୁଦର ସମ୍ପୃକ୍ତି ନେଇ କେତେକ ପ୍ରମାଣଯୋଗ୍ୟ ତଥ୍ୟ ପ୍ରଦାନ କରିଥିଲା । ଭାରତ ବିଶ୍ୱାସ କରିଥିଲା କି ଏହି ପ୍ରମାଣ ମଧ୍ୟ ମାସୁଦ ବିରୋଧରେ ଯଥେଷ୍ଟ ହେବ ଏବଂ ଆମେରିକା ଓ ଫ୍ରାନ୍ସ ଚାପ ପକାଇବେ । ଉଭୟ ଦେଶ ମଧ୍ୟ ଭାରତକୁ ପୂର୍ଣ୍ଣ ସମର୍ଥନ କରିଥିଲେ । ଯେଉଁ ମାସୁଦକୁ ନେଇ ଜାତିସଂଘରେ ବିତର୍କ ଲାଗି ରହିଛି ତାହାରି ନେତୃତ୍ୱାଧୀନ ଜୈସ୍‌କୁ ୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦ ପକ୍ଷରୁ ଆତଙ୍କୀ ସଙ୍ଗଠନ ଘୋଷଣା କରାଯାଇସାରିଛି । ତଥାପି ଚୀନ୍‌ କାହିଁକି ମାସୁଦକୁ ସୁରକ୍ଷା ଦେବାକୁ ଚାହୁଁଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ସଂସଦ ଭବନଠାରୁ ଆରମ୍ଭ କରି ପଠାନକୋଟ ଏବଂ ଉରିଠାରୁ ଆରମ୍ଭ କରି ପୁଲୱାମା ପର୍ଯ୍ୟନ୍ତ ସବୁ ଆକ୍ରମଣର ମାଷ୍ଟରମାଇଣ୍ଡ ମାସୁଦକୁ ଭାରତୀୟ ଆଇନ ଦୀର୍ଘ ୧୮ ବର୍ଷ ଧରି ଖୋଜୁଥିଲା ବେଳେ ଭାରତର ଯୋଜନାକୁ ଚୀନ୍‌ ବାରମ୍ବାର ବିଫଳ କରିଛି । ମାସୁଦକୁ ବିଶ୍ୱ ଆତଙ୍କୀ ତାଲିକାରେ ସାମିଲ କରାଯାଇ ନପାରିବା ଘଟଣାରେ ଭାରତ ନିରାଶ ହୋଇଛି । ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଭାରତର ପ୍ରସ୍ତାବକୁ ୧୦ରୁ ଅଧିକ ରାଷ୍ଟ୍ର ସମର୍ଥନ କରିଥିଲେ । ମାତ୍ର ଜଣେ ସଦସ୍ୟ ସ୍ଥଗିତ ପ୍ରସ୍ତାବ ଦେବା ଫଳରେ ମାସୁଦକୁ ୧୨୬୭ ବାସନ୍ଦ ତାଲିକାରେ ସାମିଲ କରାଯାଇପାରିଲା ନାହିଁ । ତଥାପି ଭାରତର ପ୍ରସ୍ତାବକୁ ସଦସ୍ୟ ରାଷ୍ଟ୍ରମାନେ ସମର୍ଥନ କରିଥିବାରୁ ଆମେ ସେମାନଙ୍କୁ କୃତଜ୍ଞତା ଜଣାଉଛୁ । ଜଘନ୍ୟ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଆତଙ୍କୀ ନେତାମାନଙ୍କୁ ଆଇନ ପରିସରକୁ ଆଣିବା ଓ ସେମାନଙ୍କୁ ଦଣ୍ଡିତ କରିବା ପାଇଁ ଭାରତ ପ୍ରୟାସ ଜାରି ରଖିବ ବୋଲି ମନ୍ତ୍ରଣାଳୟ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.