ବେଜିଂ/ନୂଆଦିଲ୍ଲୀ, ୦୯/୦୫: ଗତବର୍ଷ ପାକିସ୍ତାନ ବିରୋଧରେ ଭାରତର ‘ଅପରେସନ ସିନ୍ଦୂର’ ବେଳେ ଚୀନ୍ ପାକ୍‌କୁ ସହଯୋଗ କରିଥିବା ସାର୍ବଜନୀନ ଭାବେ ସ୍ୱୀକାର କରିଛି। ଚୀନ୍ ପାକିସ୍ତାନକୁ ଅନ୍-ସାଇଟ୍ ଟେକ୍‌ନିକ୍ ବୈଷୟିକ ସହାୟତା ପ୍ରଦାନ କରିଥିବା ବେଜିଂର‘ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ରେ ଏକ ରିପୋର୍ଟ ପ୍ରକାଶପାଇଛି । ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ନୂଆ ବିତର୍କ ଆରମ୍ଭ ହୋଇଯାଇଛି ।

ଚୀନ୍‌ର ସରକାରୀ ପ୍ରସାରଣକାରୀ ସଂସ୍ଥା ସିସିଟିଭି ଏକ ସାକ୍ଷାତକାର ପ୍ରସାରିତ କରିଥିଲା ।ଏଥିରେ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି କର୍ପୋରେସନ ଅଫ୍ ଚାଇନା(ଏଭିଆଇ)ର ଚେଙ୍ଗଦୁ ଏୟାରକ୍ରାଫ୍ଟ ଡିଜାଇନ ଆଣ୍ଡ ରିସର୍ଚ୍ଚ  ଇନ୍‌ଷ୍ଟିଚ୍ୟୁଟର ଇଞ୍ଜିନିୟର ଝାଙ୍ଗ୍ ହେଙ୍ଗ୍ ପାକିସ୍ତାନକୁ ଚୀନ୍‌ ହୋଇଥିବା ସହାୟତା କରିଥିବା କଥା ଉଠାଇଥିଲେ । ଏହି ସଂସ୍ଥା ଚୀନ୍‌ର ଅତ୍ୟାଧୁନିକ ଯୁଦ୍ଧବିମାନ ଏବଂ ଡ୍ରୋନ୍ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

ଝାଙ୍ଗ୍ ହେଙ୍ଗ୍ ସାକ୍ଷାତକାରରେ କହିଥିଲେ, ସଂଘର୍ଷ ବେଳେ ଚୀନ୍‌ର ଏକଟିମ୍ ପାକିସ୍ତାନର ଏକ ସପୋର୍ଟ ବେସ୍ ବା ସହାୟତା କେନ୍ଦ୍ରରେ ମୁତୟନ ହୋଇଥିଲା । ସେମାନଙ୍କ ମୁଖ୍ୟ କାମ ଥିଲା ବୈଷୟିକ ସହାୟତା ଯୋଗାଇବା ଏବଂ ଯୁଦ୍ଧବିମାନ ଗୁଡ଼ିକ ଯେପରି ପୂର୍ଣ୍ଣ କ୍ଷମତାର ସହ କାମ କରିବ ତାହା ସୁନିଶ୍ଚିତ କରିବା । ଅପରେସନ ସିନ୍ଦୂର ବେଳେ ସପୋର୍ଟ ବେସ୍‌ରେ କ୍ରମାଗତ ଯୁଦ୍ଧ ବିମାନର ଗର୍ଜନ ଏବଂ ଏୟାର-ରେଡ୍ ସାଇରନ୍ ଶବ୍ଦ ଶୁଣାଯାଇଥିଲା । ଏହା ଅତ୍ୟନ୍ତ ଚାପଗ୍ରସ୍ତ କଲା ଭଳି ଥିଲା । ସେତେବେଳେ ସେଠାରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସପାଖାପାଖି ରହିଥିଲା ।

ଅଧିକ ପଢ଼ନ୍ତୁ :-  ଋଣ ପରେ ଋଣ କରୁଛି ପାକିସ୍ତାନ: ଆର୍ଥିକ ସଙ୍କଟ ମଧ୍ୟରେ IMF ର ବଡ଼ ରିଲିଫ୍, ମିଳିଲା ୧.୨ ବିଲିୟନ ଡଲାର

ପ୍ରକାଶଥାଉ କି, ପାକିସ୍ତାନ ବାୟୁସେନା ଚୀନ୍ ନିର୍ମିତ ଜେ-୧୦ସିଇ ଯୁଦ୍ଧ ବିମାନ ବ୍ୟବହାର କରିଥାଏ । ଝାଙ୍ଗ୍‌ କହିଥିଲେ, ସେହି ସମୟରେ କେବଳ ଜେ-୧୦ସିଇ ବିମାନର କ୍ଷମତା ପ୍ରଦର୍ଶନ କରିବାର ନ ଥିଲା ବରଂ ଏକ ମଜଭୁତ ସମ୍ପର୍କର ପ୍ରତୀକ ଥିଲା, ଯାହା ଦୁଇ ଦେଶ ମଧ୍ୟରେ ଗମ୍ଭୀର ବନ୍ଧୁତାର ପ୍ରମାଣ । ଝାଙ୍ଗଙ୍କ ଏହି ବୟାନ ପରେ ପାକିସ୍ତାନକୁ ଚୀନ୍ ଅପରେସନ ସିନ୍ଦୂରରେ ସିଧାସଳଖ ଭାବେ ସହଯୋଗ କରିଥିବା ସ୍ପଷ୍ଟ ହୋଇଛି ।