PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ଚୀନ୍‌ରେ ନୂଆ କୋଭିଡ୍‌ ଲହର, ସପ୍ତାହକୁ ପ୍ରାୟ ସାଢ଼େ ୬ କୋଟି ଲୋକ ସଂକ୍ରମିତ ହୋଇପାରନ୍ତି

ବେଜିଂ,୨୬/୦୫: ଚୀନ୍‌ରେ ପୁଣି କୋଭିଡ୍‌ ସଂକ୍ରମଣ ଉପରମୁହାଁ ହୋଇଛି । ଆସନ୍ତା ଜୁନ୍‌ରେ ସଂକ୍ରମଣ ଶୀର୍ଷକୁ ଛୁଇଁବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଏହି ସମୟରେ ସପ୍ତାହକୁ ପ୍ରାୟ ୬ କୋଟି ୫୦ ଲକ୍ଷ ଲୋକ ସଂକ୍ରମିତ ହୋଇପାରନ୍ତି । ସଂକ୍ରମଣ ରୋକିବା ପାଇଁ ସରକାର ଟିକାକରଣ ବଢ଼ାଇଛନ୍ତି ।

ଗତ ଏପ୍ରିଲଠାରୁ ଓମିକ୍ରନ୍‌ର ଏକ୍ସବିବି ଭାରିଆଣ୍ଟ ଯୋଗୁ ଚୀନରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ମେ’ ଶେଷ ସୁଦ୍ଧା ସେଠାରେ ସପ୍ତାହକୁ ୪ କୋଟି ସଂକ୍ରମିତ ହୋଇପାରନ୍ତି । ପୂର୍ବ ଲହରରେ ଚୀନ୍‌ରେ ସ୍ଥିତି ଗମ୍ଭୀର ହୋଇପଡ଼ିଥିଲା । ରୋଗୀଙ୍କ ପାଇଁ ହସ୍ପିଟାଲରେ ବେଡ୍‌ ଅଭାବ ପଡ଼ିବା ସହ ମୃତକଙ୍କ ପାଇଁ ସତ୍କାର ପାଇଁ ଘଣ୍ଟା ଘଣ୍ଟା ଧରି ପରିବାର ଲୋକଙ୍କୁ ଧାଡ଼ିର ଛିଡ଼ା ହେବାର ଦୃଶ୍ୟ ସାମ୍‌ନାକୁ ଆସିଥିଲା ।