ନୂଆଦିଲ୍ଲୀ,୧୪।୧୧: ଚୀନ୍ ନିଜର ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ନିକଟରେ ଅବର ଡଲାର ପ୍ୟାକେଜର ଘୋଷଣା କରିଥିଲା। ହେଲେ ପ୍ରାରମ୍ଭିକ ସଙ୍କେତ ଅନୁସାରେ, ଏହାର କୌଣସି ଖାସ୍ ପ୍ରକାର ଦେଖିବାକୁ ମିଳିନି। ଗତ ୩ ଦଶକରେ ପ୍ରଥମ ଥର ଏଭଳି ହେଉଛି, ଯେତେବେଳେ ବିଦେଶୀ ନିବେଶକ ଚୀନ୍ରୁ ନିଜର ଟଙ୍କା ବାହାର କରୁଛନ୍ତି। ଚଳିତ ବର୍ଷ ତୃତୀୟ ତ୍ରୟମାସିକରେ ଫରେନ୍ ଇନଭେଷ୍ଟର୍ସ ଚୀନ୍ରୁ ୮.୧ ଅରବ ଡଲାର ଅର୍ଥ ଆଣିଥିଲେ। ଏଭଳି ବିଦେଶୀ ନିବେଶକ ଚଳିତ ବର୍ଷ ଚୀନ୍ରୁ ୧୨.୮ ବିଲିୟନ ଡଲାର ଫଣ୍ଡ ବାହାର କରିଛି।
୧୯୯୮ ପରେ ବିଦେଶୀ ନିବେଶକଙ୍କ ପକ୍ଷରୁ ବାହାର କରାଯାଇଥିବା ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ଟଙ୍କା ହେଉଛି ଏହା। ଅନୁମାନ କରାଯାଉଛି ଯେ, ଯଦି ସ୍ଥିତିରେ ପରିବର୍ତ୍ତନ ନହୁଏ ତେବେ ଚୀନ୍ ୧୯୯୦ ପରେ ପ୍ରଥମ ଥର ଏଫ୍ଡିଆଇର ବାର୍ଷିକ ନେଟ୍ ଆଉଟ୍ ଫ୍ଲୋ ଦେଖିବାକୁ ମିଳିପାରେ। ଚୀନ୍ର ଅର୍ଥବ୍ୟବସ୍ଥା ୨୦୦୮ର ଆର୍ଥିକ ସଙ୍କଟର ସବୁଠାରୁ ବଡ଼ ମାନ୍ଦାବସ୍ଥାର ସାମନା କରୁଛି। ଏବେ ଆମେରିକାରେ ଡୋନାଲ୍ଡୋ ଟ୍ରମ୍ପ ଫେରିବା ଚୀନ୍ ଉପରେ ଭାରି ପଡିବାକୁ ଯାଉଛି। ନିଜ ନିର୍ବାଚନୀ ଭାଷଣରେ ଟ୍ରମ୍ପ ଚୀନ୍ର ମାଲ୍ ଉପରେ ୬୦% ପର୍ଯ୍ୟନ୍ତ ଇମ୍ପୋର୍ଟ ଡ୍ୟୁଟି ଲଗାଇବା କଥା କହିଥିଲା।
ଯଦି ଟ୍ରମ୍ପ ଏହି ନିର୍ବାଚନ ପ୍ରତିଶୃତି ପାଳନ କରନ୍ତି ତେବେ ଚୀନ୍ର ସ୍ଥିତି ଆହୁରି ଖରାପ ହୋଇପାରେ। ଡ୍ରାଗନ୍ର ଡେଟ୍-ଟୁ-ଜିଡିପି ଆଭିମୁଖ୍ୟ ପ୍ରଥମ ତ୍ରୟମାସିକରେ ୩୬୬% ପହଁଞ୍ଚି ସାରିଥିଲା। ଅର୍ଥାତ ଚୀନ୍ର ଜିଡିପିର ଏକ ୟୁନିଟ୍ ଉପରେ ୩.୬୬ ୟୁନିଟ୍ ଋଣ ଭାର ରହିଛି। ଟ୍ରମ୍ପ ନିଜର କାର୍ଯ୍ୟକାଳରେ ମଧ୍ୟ ଚୀନ୍ର ଜିନିଷ ଉପରେ ୨୫% ପର୍ଯ୍ୟନ୍ତ ଇମ୍ପୋର୍ଟ ଡ୍ୟୁଟି ଲଗାଇଥିଲେ। ବିଶେଷଜ୍ଞଙ୍କ ମତରେ ଏବେ ରାଷ୍ଟ୍ରପତି ଭାବରେ ଟ୍ରମ୍ପଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଚୀନ୍ ପାଇଁ ଅଡୁଆ ବଢିପାରେ। ଆଇଏମ୍ଏଫ୍ ପୂର୍ବରୁ ହିଁ ଚୀନ୍ର ଗ୍ରୋଥ୍ ଅନୁମାନ ହ୍ରାସ କରି ଦେଇଛି। ଆଇଏମ୍ଏଫ୍ର କହିବା ଅନୁସାରେ, ଚଳିତ ବର୍ଷ ଡ୍ରାଗନର ଇକୋନୋମି ୪.୮୫%ର ଦରରେ ବଢିବ, ସେଭଳି ଜିନପିଙ୍ଗ ସରକାର ୫%ର ଗ୍ରୋଥ ଳକ୍ଷ୍ୟ ରଖିଛି। ଯାହାକି ଆଗାମୀ ବର୍ଷ ସାଢେ ୪% ରହିବାର ଅନୁମାନ ରହିଛି। ଆଶଙ୍କା ରହିଛି ଯେ, ଚୀନ୍ରେ ମଧ୍ୟ ଜାପାନ ଭଳି ସଙ୍କଟ ଆସିପାରେ, ଯେଉଁଥିରେ ସେ ବହୁ ଦଶକ ହେବ ଫଶି ରହିଛି। ଜାପାନରେ ୯୦ ଦଶକରେ ଷ୍ଟକ୍ ଓ ପ୍ରପଟିର ବବଲ ବ୍ରଷ୍ଟ ହେବା ଯୋଗୁଁ ଯେଉଁ ମାନ୍ଦାବସ୍ଥା ରହିଛି ତାହା ଆଜି ପର୍ଯ୍ୟନ୍ତ ଜାରି। ଏବେ ସାରା ଦୁନିଆର ଫ୍ୟାକ୍ଟ୍ରିର ମାନ୍ୟତା ରଖିଥିବା ଚୀନ୍ ମଧ୍ୟ ଏଭଳି ଚ୍ୟାଲେଞ୍ଜର ସାମନା କରିପାରେ।