ନୂଆଦିଲ୍ଲୀ,୧୭/୧୦: ଚୀନ୍‌ ବିରୋଧୀ ସ୍ଲୋଗାନ ସତ୍ତେ୍ୱ ସେଠାରୁ  ବୃହତ୍‌ ପରିମାଣର ସାମଗ୍ରୀ ଦେଶକୁ ଆସିଛି । ଆମଦାନି କ୍ଷେତ୍ରରେ ଭାରତର  ପ୍ରମୁଖ ଉତ୍ସ ପାଲଟିଛି ଡ୍ରାଗନ୍‌ । ବାଣିଜ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଚଳିତ  ଆର୍ଥିକ ବର୍ଷର ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ଚୀନ୍‌ରୁ ଭାରତକୁ ମୋଟ ୫୬୨୯  କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନି ହୋଇଛି ।  

ଆଲୋଚ୍ୟ ସମୟରେ ଭାରତର ପ୍ରମୁଖ ରପ୍ତାନି ସ୍ଥଳ ଭାବେ ଉଭା  ହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ଏ ସମୟରେ ଦେଶରୁ ମୋଟ ୪୦୩୮  କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନି ହୋଇଛି । ଏହା ପୂର୍ବ  ବର୍ଷ ସମାନ ସମୟ ତୁଳନାରେ ୫.୬୨% ଅଧିକ । ଚଳିତ ଆର୍ଥିକବର୍ଷର  ପ୍ରଥମାର୍ଦ୍ଧରେ ଚୀନ୍‌ରୁ ଆମଦାନି ୧୧.୫% ବଢ଼ିଛି । ପୂର୍ବବର୍ଷ ସମାନ  ସମୟରେ ସେଠାରୁ ମୋଟ ୫୦୪୮ କୋଟି ଡଲାର ମୂଲ୍ୟର ସାମଗ୍ରୀ  ଆମଦାନି ହୋଇଥିଲା । 

ଆଲୋଚ୍ୟ ଅବଧିରେ ଭାରତର ଶ୍ରେଷ୍ଠ ୧୦ ଆମଦାନି  ଉତ୍ସ ହେଲେ ଚୀନ୍‌, ରୁଷ, ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ),  ଆମେରିକା, ଇରାକ, ସାଉଦି ଆରବ, ଇଣ୍ଡୋନେସିଆ, କୋରିଆ,  ସୁଇଜରଲାଣ୍ଡ ଏବଂ ସିଙ୍ଗାପୁର । ୨୦୨୩-୨୪ରେ ଭାରତର ସର୍ବବୃହତ୍‌  ଟ୍ରେଡିଂ ପାର୍ଟନର ରହିଛି ଆମେରିକା । ଏହା ପଛକୁ ରହିଛି ଚୀନ୍‌ ।