PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

କ୍ବାଡ ବୈଠକ ନିକଟରେ ଯୁଦ୍ଧ ବିମାନ ଉଡ଼ାଣକୁ ନେଇ ଚୀନର ସଫେଇ; କହିଲା ଋଷ ସହିତ କରୁଥିଲା ମିଳିତ ସମରାଭ୍ୟାସ

Image Credit : ABP News

ଟୋକିଓ,୨୫/୦୫: ବୁଧବାର କ୍ବାଡ୍‌ ବୈଠକ ନିକଟରେ ଚୀନ୍‌ ସେନା ଯୁଦ୍ଧ ବିମାନ ଉଡ଼ାଇଥିବା ଘଟଣାରେ ସଫେଇ ଦେଇଛି। ଚୀନ୍‌ କହିଛି ଯେ, ଋଷ ସହିତ ମିଶି ସେ ତାହାର ସମରାଭ୍ୟାସ କରୁ‌ଥିଲା, ଏଥିରେ କାହା ଉପରକୁ ଆକ୍ରମଣ କରାଯାଇନି କି କୌଣସି ଦେଶକୁ ଟାର୍ଗେଟ କରାଯାଇନାହିଁ। ଜାପାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ, ୧୪ତମ କ୍ବାଡ ସମ୍ମିଳନୀରେ ଜାପନ୍‌ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା,ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଆଷ୍ଟ୍ରେଲିଆର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିସ୍‌ ପ୍ରମୁଖଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଚାଲିଥିଲା। ତେବେ ନିକଟରେ ଚୀନ୍‌ର ଯୁଦ୍ଧ ବିମାନକୁ ଦେଖିବାକୁ ପାଇଥିଲେ ଜାପାନର ସୁରକ୍ଷାକର୍ମୀ। ତେବେ ଏହାକୁ ନେଇ ଚୀନ୍‌ କହିଛି ଯେ, ଋଷ-ଜାପାନ ସାଗର, ପୂର୍ବ ଚୀନ-ସାଗର ଏବଂ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଋଷ ସହିତ ଚୀନ୍‌ ମିଳିତ ସମରାଭ୍ୟାସ କରାଯାଉଛି। 

ରଏଟର୍ସର ରିପୋର୍ଟ ମୁତାବକ, ଚୀନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ତାର ଓ୍ବେବସାଇଟରେ ମଙ୍ଗଳବାର କହିଛି ଯେ, ଏହା ଏକ ଦୀର୍ଘ ଦୂରଗାମୀ ବିମାନ ବାର୍ଷିକ ସାମରାଭ୍ୟାସ ଅଟେ। ଯାହା ଋଷର ୟୁକ୍ରେନ ଉପରେ ଆକ୍ରମଣ ପରେ ପ୍ରଥମ ଥର ପାଇଁ ମିଳିତ ଭାବରେ କରାଯାଇଥିଲା। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ଭାବରେ ଏସିଆ ଗସ୍ତ ସମୟରେ ଜାପାନ ଏବଂ ଦକ୍ଷିଣ କୋରିଆର ଏୟାରଫିଲ୍ଡ ନିକଟରେ ଏହି ଅଭ୍ୟାସ କରାଯାଇଥିଲା। ଏହାପୂର୍ବରୁ ଜୋ ବାଇଡେନ କହିଥିଲେ ଯେ, ଯଦି ଚୀନ୍ ତାଇୱାନ ଉପରେ ଆକ୍ରମଣ କରେ ତେବେ ଆମେରିକା ତାଇୱାନକୁ ସାମରିକ ସହାୟତା ଯୋଗାଇବା ସହିତ ଚୀନକୁ କଡ଼ା ଜବାବ ଦେବ।

ସୂଚନାଥାଉକି ୨୦୧୯,୨୦୨୦ ଏବଂ ୨୦୨୧ରେ ମଧ୍ୟ ଚୀନ୍‌ ଓ ଋଷ  ଦୀର୍ଘ ଦୂରଗାମୀ ବିମାନ ବାର୍ଷିକ ସାମରାଭ୍ୟାସ କରିଥିଲେ, ଏହା ଦ୍ବିତୀୟ ଥର ଅଟେ। ଚାଇନା ଏବଂ ଋଷର ସିଧାସଳଖ ନାଁ ନନେଇ କ୍ୱାଡ ନେତାମାନେ ମଙ୍ଗଳବାର ଦିନ ଚେତାବନୀ ଦେଇଛନ୍ତି ଯେ, ବଳ ପ୍ରୟୋଗ କରି ଭାରତ-ପ୍ରଶାନ୍ତ ମହାସାଗରରେ ବର୍ତ୍ତମାନର ସ୍ଥିତିକୁ ପରିବର୍ତ୍ତନ କରିବାର କୌଣସି ପ୍ରୟାସକୁ ଋଷ-ଚୀନ୍ ମିଳିତ ସମରାଭ୍ୟାସ ପରେ ମିଳିତ ବିବୃତ୍ତିରେ ଗ୍ରହଣ କରାଯିବ ନାହିଁ। ତେବେ ଚାଇନା ମଧ୍ୟ ଏହି କ୍ଷେତ୍ରରେ ଅନେକ କାର୍ଯ୍ୟକଳାପ କରୁଥିବା ଅଭିଯୋଗ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା।

ଜାପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି ଯେ, ଏହି ଯୁଦ୍ଧ ବିମାନର ଉଡ଼ାଣକୁ ନେଇ ତାଙ୍କ ସରକାର ଋଷ ଏବଂ ଚୀନ୍ ପ୍ରତି ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଯେତେବେଳେ ୟୁକ୍ରେନ ବିରୁଦ୍ଧରେ ଋଷର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରୁଛି, ଋଷ ସହିତ ଚୀନ୍‌ର ସହଯୋଗ, କୌଣସି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିବ ବୋଲି କହିଛନ୍ତି ନୋବୁଓ କିିଶି। ଏଥିପାଇଁ ଆମକୁ ପ୍ରସ୍ତୁତ ଓ ସତର୍କ ରହିବାକୁ ହେବ ବୋଲି ଜାପାନ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର