ନୂଆଦିଲ୍ଲୀ,୧୪/୦୪; ହୋର୍ମୁଜ ପ୍ରଣାଳୀରେ ଆମେରିକା ପକ୍ଷରୁ ନାକାବନ୍ଦୀ ବା ଅବରୋଧ ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଆଦେଶକ୍ରମେ ସୋମବାର ସନ୍ଧ୍ୟା ୭ଟା ୩୦ (ଆମେରିକୀୟ ସମୟ ସକାଳ ୧୦ଟା)ରେ ଏହି ନାକାବନ୍ଦୀ ଲାଗୁ ହୋଇଛି । ଏହା ଅନୁସାରେ, ଇରାନର ବନ୍ଦରଗୁଡ଼ିକୁ ଯାତାୟାତ କରୁଥିବା ଜାହାଜଗୁଡ଼ିକୁ ରୋକାଯିବ । ଟ୍ରମ୍ପ୍ ସିଧାସଳଖ ଇରାନକୁ ଚେତାବନୀ ଦେଇ କହିଛନ୍ତି, କୌଣସି ଇରାନୀ ଜାହାଜ ନାକାବନ୍ଦୀ ହୋଇଥିବା ସ୍ଥାନକୁ ଆସିଲେ ତାହାକୁ ତୁରନ୍ତ ଧ୍ୱଂସ କରି ଦିଆଯିବ । ଏହି ସମୟରେ ଆମେରିକାକୁ ଧମକ ଦେଇଛି ଚୀନ । ହୋର୍ମୁଜ ବ୍ଲକିଙ୍ଗ ନେଇ ଚୀନ ରକ୍ଷାମନ୍ତ୍ରୀ ଆଡମିରାଲ ଡେଙ୍ଗ ଜୁନ । ହସ୍ତକ୍ଷେପ କଲେ ପରିଣାମ ଭୟଙ୍କର ହେବ ବୋଲି କହିଛନ୍ତି । ଚୀନ ଏହାର ୪୦ % LNG ହୋର୍ମୁଜ ଦେଇ କ୍ରୟ କରେ । ​​​​​​​

କ'ଣ କହିଲା ଚୀନ ? ଇରାନ ବନ୍ଦରଗୁଡିକ ଉପରେ ଆମେରିକାର ଅବରୋଧ ଚୀନକୁ କ୍ରୋଧିତ କରିଛି । ଚୀନ ଏବେ ଆମେରିକାକୁ ସ୍ପଷ୍ଟ ଚେତାବନୀ ଦେଇଛି ଯେ ସେ ତାର ବ୍ୟବସାୟ ହସ୍ତକ୍ଷେପ ନ କରିବାକୁ । ଏହି ବିବୃତ୍ତି ଏପରି ସମୟରେ ଆସିଛି ଯେବେ ଚୀନର ଜାହାଜଗୁଡିକ ହୋର୍ମୁଜ ପ୍ରଣାଳୀରୁ ପଛକୁ ଫେରିବାକୁ ବାଧ୍ୟ କରାଯାଇଥିଲା । ପାକିସ୍ତାନରେ ଇରାନ ସହିତ ଆଲୋଚନା ବିଫଳ ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବରୋଧ ନିର୍ଦ୍ଦେଶ ଦେଇଥିଲା । ଚୀନ ପ୍ରତିରକ୍ଷା ମନ୍ତ୍ରୀ ଡଙ୍ଗ୍ ଜୁନ୍‌ କହିଛନ୍ତି, ତାଙ୍କ ଦେଶ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ସମର୍ଥନ କରେ, କିନ୍ତୁ ଇରାନ ସହିତ ଏହାର ଶକ୍ତି ଏବଂ ବାଣିଜ୍ୟ ଚୁକ୍ତିନାମାକୁ ସମ୍ମାନ କରେ । ଏହାର ସ୍ୱାର୍ଥରେ କୌଣସି ବାହ୍ୟ ଦସ୍ତକ୍ଷେପକୁ ଗ୍ରହଣ କରିବ ନାହିଁ । ଚୀନ ଜୋର ଦେଇଛି କି, ଇରାନର ଏହି ପ୍ରାଣାଳୀ ଉପରେ ନିୟନ୍ତ୍ରଣ ରହିଛି ଏବଂ ଜଳପଥ ଚୀନ ପାଇଁ ଖୋଲା ରହିଛି । ଆମ ଜାହଜଗୁଡିକ ହୋର୍ମୁଜ ପ୍ରଣାଳୀ ଦେଇ ଯାତାୟତ କରୁଛନ୍ତି । ଆମର ଇରାନ ସହିତ ବାଣିଜ୍ୟ ଏବଂ ଶକ୍ତି ଚୁକ୍ତିନାମା ଅଛି । ଆମେ ସେହି ଚୁକ୍ତିମାନାଗୁଡିକୁ ସମ୍ମାନ ଏବଂ ବଜାୟ ରଖିବୁ । ଆମେ ଆଶା କରୁଛୁ ଯେ ଅନ୍ୟମାନେ ଆମ ବ୍ୟବସାୟରେ ହସ୍ତକ୍ଷେପ କରିବେ ନାହିଁ । ''

ଅନେକ ଦେଶ ଅସନ୍ତୁଷ୍ଟ- ଆମେରିକାର ହେର୍ମୁଜ ଅବରୋଧ ନେଇ ଅନେକ ଦେଶ ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ପେନିସ୍ ପ୍ରତିରକ୍ଷା ମନ୍ତ୍ରୀ ମାର୍ଗାରିଟା ରୋବଲ୍ସ ଅବରୋଧ ଧମକୁ ଅର୍ଥହୀନ ବୋଲି କହିଛନ୍ତି । ସେ କହିଛନ୍ତି ଯେ ଏହି ସଂଘର୍ଷ ପୂର୍ବରୁ ବିଶ୍ୱକୁ ଏକ ବିପଜ୍ଜନକ ପରିସ୍ଥିତି ମଧ୍ୟରୁ ଠେଲି ଦେଇଛି । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ କହିଛନ୍ତି ଯେ, ତାଙ୍କୁ ଅବରୋଧରେ ଯୋଗଦେବା ପାଇଁ କୌଣସି ଅନୁରୋଧ ମିଳିନାହିଁ ଏବଂ ଜଳପଥ ସମସ୍ତ ଦେଶ ପାଇଁ ଖୋଲା ରହିବା ଉଚିତ୍‌ ।

ଏହା ବି ପଢନ୍ତୁ...ଟ୍ରମ୍ପଙ୍କ ହୋର୍ମୁଜ ଅବରୋଧ: ସବୁ କ୍ଷେତ୍ର ଉପରେ ପଡ଼ିବ ପ୍ରଭାବ, ଅସହ୍ୟ ହୋଇଯିବ ଦରଦାମ ସ୍ଥିତି  

ଆମେରିକା-ଇରାନ ଆଲୋଚନା ବିଫଳ ହେବା, ହୋର୍ମୁଜ ଅବରୋଧ ଘୋଷଣା ପରେ ତୈଳ ଦର ବୃଦ୍ଧି ପାଇଛି । ବ୍ରେଣ୍ଟ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୦୧.୮୮ ଏବଂ ଆମେରିକୀୟ ଅଶୋଧିତ ତେଲ ବ୍ୟାରେଲ ପ୍ରତି ୧୦୪.୬୯ରେ ପହଞ୍ଚିଛି । ବିଶ୍ଳେଷକମାନେ ଆଶା କରୁଛନ୍ତି ହୋର୍ମୁଜ ପ୍ରଣାଳୀ ଉପରେ ଉତ୍ତେଜନା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ଜାରି ରଖିବ । ଇରାନ ପାରସ୍ୟ ଉପସାଗର ଏବଂ ଓମାନ ଉପସାଗରର ସମସ୍ତ ବନ୍ଦରକୁ ଟାର୍ଗେଟ କରିବାକୁ ଧମକ ଦେଇଥିଲା । ଏହା ଦୁଇପକ୍ଷ ମଧ୍ୟରେ ଯୁଦ୍ଧବିରତି ବିଫଳ ହୋଇପାରେ ଏବଂ ପୁଣି ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି କରିଛି ।