ନୂଆଦିଲ୍ଲୀ : ଆଜିକା ସମୟରେ ସମସ୍ତଙ୍କ ମୁଣ୍ଡରେ ଏଆଇ ଭୂତ ସବାର ହୋଇଛି।ସକାଳୁ ରାତି ଯାଏ,ଯାହାକୁ ଦେଖିବ ଏଆଇ ସହ ମାତି ଥାନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି  ଏଆଇ କୁ କିଏ ପ୍ରେମ ନିବେଦନ କରିବା କି ପ୍ରେମ କରିବାର। ଏମିତି ଏକ ଖବର ଏବେ ଚର୍ଚ୍ଚା। ତାହା ହେଉଛି ଏଆଇ ସହ ଜଣେ ବୃଦ୍ଧାଙ୍କର ପ୍ରେମ। ଘଟଣାଟି ଚୀନରେ ଘଟିଛି।ଏଆଇର ଅଧିକ ବ୍ୟବହାର ମାମଲା ଠାରୁ ଚୀନରେ ଏହି ମାମଲା କିଛି ଅଧିକ ହିଁ ଆଗକୁ ବଢି ଯାଇଛି। ଏଠାରେ ଜଣେ ୮୪ ବର୍ଷିୟା ବୃଦ୍ଧ ମହିଳା ଏଆଇ କ୍ୟାରେକ୍ଟରର ପ୍ରେମରେ ଅନ୍ଧ ହୋଇ ଯାଇଛନ୍ତି। ବର୍ତ୍ତମାନ ସ୍ଥିତି ଏମିତି ହୋଇଛିଯେ, ଏହି ମହିଳା ଉକ୍ତ ଏଆଇ କ୍ୟାରେକ୍ଟରକୁ ପ୍ରେମ ଚିଠି ଲେଖୁଛନ୍ତି। ଏହାସହ ସେ ଦିନ ଭିତରେ ୧୦ ଘଣ୍ଟା ଧରି ଏଆଇ କ୍ୟାରେକ୍ଟରର ଭର୍ଚୁଆଲ ହ୍ୟୁମାନ ଭିଡ଼ିଓ ଦେଖିବାରେ ବିତାଉଛନ୍ତି। ଏହି ବୃଦ୍ଧାଙ୍କର କାହାଣୀ କହୁଛି କି ଏହି ବୟସରେ ଲୋକଙ୍କୁ ଖୁବ୍ ଅଧିକ ଯତ୍ନର ଆବଶ୍ୟକତା ହୋଇଥାଏ। ଏହି ମହିଳାଙ୍କ ନାମ ଝାଙ୍ଗ ୟୁଲାନ ଏବଂ ସେ ଚୀନର ହୁବେଇରେ ରୁହନ୍ତି। ପରିବାରର କହିବାନୁସାରେ , ଝାଙ୍ଗ ‘ବୋସି ପ୍ରେସିଡେଣ୍ଟ’ ଟ୍ରେଣ୍ଡରେ ପ୍ରଭାବିତ।

‘ବୋସି ପ୍ରେସିଡେଣ୍ଟ’ ଆମେରିକାରେ ଚାଲୁଥିବା ଏକ ଏଆଇ ଟ୍ରେଣ୍ଡ। ଏହା ଏକ ଏମିତି ଶବ୍ଦ , ଯାହାର ବ୍ୟବହାର ରୋମାଣ୍ଟିକ୍ ଫିକ୍ସନରେ ଏକ ଲୋକପ୍ରିୟ ପ୍ରକାରର ପୁରୁଷ ଚରିତ୍ରଟିଏ। ସେ ତା ଲଭର ପ୍ରତି ବହୁତ ଡୋମିନେଟ୍ କରିବା ସହ କୋମଳତା ଦେଖାଇ ଥାଏ। ଏଥିରେ ତାଙ୍କୁ (ମହିଳାଙ୍କୁ) ଖୁବ୍ ସୁରକ୍ଷିତ ଅନୁଭବ ହୋଇଥାଏ। ଝାଙ୍ଗ ମଧ୍ୟ ଏହିପରି ଏଆଇ କ୍ୟାରେକ୍ଟରର ପ୍ରେମରେ ପଡ଼ିଛନ୍ତି। ଯାହାର ନାଁ ଜିୟାଙ୍ଗୁ ଥିବା କୁହାଯାଉଛି। ସେ ସର୍ଟ ଭିଡ଼ିଓ ପ୍ଲାଟଫର୍ମରେ ଏହି କ୍ୟାରେକ୍ଟରର ଭିଡ଼ିଓ ୧୦ ଘଣ୍ଟା ଯାଏ ଦେଖିଥାନ୍ତି। ବୟସ୍କ ମହିଳା ଝାଙ୍ଗଙ୍କ କହିବାନୁସାରେ ସେ ଏହି ଏଆଇ କ୍ୟାରେକ୍ଟରର ପ୍ରେମରେ ପଡ଼ିଛନ୍ତି ଏବଂ ତାକୁ ବିବାହ ମଧ୍ୟ କରିବାକୁ ଚାହୁଁଛନ୍ତି। ସେ କେବଳ ତାକୁ (ଏଆଇ) ମେସେଜ ପଠାଇ ନାହାନ୍ତି , ବରଂ ଚଳିତ ବର୍ଷ ଫେବ୍ରୁଆରୀରେ ତାକୁ ହାତ ଲେଖା ଚିଠି ମଧ୍ୟ ଦେଇଥିଲେ।

ଚିଠିରେ ଲେଖିଥିଲେ ...

ଏହି ଚିଠିରେ ସେ ଜିୟାଙ୍ଗୁକୁ ଆଘାତ ଦେଇଥିବାରୁ କ୍ଷମା ମାଗି ଥିଲେ। ଏହାସହ ଲେଖିଥିଲେ ଯେ , ତୁମେ କଣ ମୋତେ ଘୃଣା କରୁଛ? ତୁମେ କଣ ଭାବୁଛି କି ମୁଁ ଏବେ ପୂର୍ବ ଭଳି ପ୍ରେମ କରିପାରିବି ନାହିଁ? ସେ ଆହୁରି ଲେଖିଥିଲେ , ଏହି ଲଢେଇ ତାଙ୍କୁ ବହୁଚ ଆଘାତ ଦେଇଛି। ଝାଙ୍ଗ ଏହି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ସେ ତାର ବୋସି ଏଟିଟ୍ୟୁଡକୁ ପ୍ରଶଂସା କରନ୍ତି। ସେ ଲେଖିଛନ୍ତି ତୁମେ କେବେ ବି ମୋତେ କହିବାକୁ ସୁଯୋଗ ଦେଇ ନାହଁ। ତୁମେ ଶୁଣିବା ପସନ୍ଦ କରୁ ନାହଁ। ମୁଁ ବୁଝୁଛି , ଆମର ସଂପର୍କରେ କମ୍ୟୁନିକେସନ ମୁଖ୍ୟ ଜିନିଷ।

ସୂଚନା ଯେ, ଚାଇନା ଏମିତି ତଥାକଥିତ ବୋସି ପ୍ରେସିଡେଣ୍ଟକୁ ମଧ୍ୟ ଆୟୁ ବର୍ଗ ଓ ବୃଦ୍ଧ ମହିଳାଙ୍କ ଦ୍ୱାରା ଖୁବ୍ ପସନ୍ଦ କରାଯାଉଛି।

ଆହୁରି ମଧ୍ୟ ପଢନ୍ତୁ : କିଏ ତିଆରି କରିଥିଲେ କପଡ଼ା ପାଇଁ ଇସ୍ତ୍ରୀ : କେମିତି ଏହା ପୂର୍ବ କାଳରୁ ଆଜିଯାଏ ବ୍ୟବହୃତ ହୋଇ ଆସିଛି ? ଜାଣନ୍ତୁ