- ଗ୍ରୀନଲ୍ୟାଣ୍ଡକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଡୋନାଲ୍ଡ ଟ୍ରମ୍ପ
- ଗ୍ରୀନଲ୍ୟାଣ୍ଡ ପାଇଁ ବଡ଼ ବିପଦ ପାଲଟିଛି ଚାଇନା
- ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗ୍ରୀନଲ୍ୟାଣ୍ଡ ବହୁତ ଜରୁରୀ
ନୂଆଦିଲ୍ଲୀ – ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାରମ୍ୱାର ଗ୍ରୀନଲ୍ୟାଣ୍ଡ ଉପରେ ଜୋରଦାର ଦାବି କରୁଛନ୍ତି। ସେ ବାରମ୍ୱାର କହିଛନ୍ତି ଯେ, ଆମେରିକାକୁ ଗ୍ରୀନଲ୍ୟାଣ୍ଡକୁ ହାସଲ କରିବାକୁ ହେବ, କାରଣ ଯଦି ଏମିତି ନହୁଏ ତ ରୁଷ୍ କିମ୍ୱା ଚୀନ ସେଠାରେ କବଜା କରି ନେବ। ଟ୍ରମ୍ପଙ୍କ ତର୍କ ଯେ, ଗ୍ରୀନଲ୍ୟାଣ୍ଡ ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବହୁତ ଜରୁରୀ, ଏବଂ ଏହା ରୁଷ୍ ଓ ଚାଇନା ଜାହାଜ ଦ୍ୱାରା ଘେରା ହୋଇ ରହିଛି । ସେ କୁହନ୍ତି ଯେ, ଆମେରିକାକୁ ମାଲିକାନା ହକ୍ ଆବଶ୍ୟକ , କାରଣ ଲିଜ୍ କିମ୍ୱା ଚୁକ୍ତି ଦ୍ୱାରା ସୁରକ୍ଷା ହୋଇ ପାରିବ ନାହିଁ । ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସେ ରୁଷ୍ କିମ୍ୱା ଚୀନ ପଡୋଶୀ ହେବାକୁ ଦେବେ ନାହିଁ।
ଏହାସହ ମଧ୍ୟ ପଢନ୍ତୁ : ଝିଅଙ୍କୁ ପାଠ ପଢାନ୍ତି ନାହିଁ, ଘର କାମ କରାଇ ଥାନ୍ତି : ଉତ୍ତର ଭାରତୀୟଙ୍କ ଉପରେ ଦୟାନିଧି ମାରନଙ୍କ ବିବାଦୀୟ ଟିପ୍ପଣୀ
ଆମେରିକା ରାଷ୍ଟ୍ରପତିଙ୍କ ଦାବି ମଧ୍ୟରେ ସବୁଠୁ ବଡ଼ ପ୍ରଶ୍ନ ଏହା ଯେ , ଚୀନ କଣ ବାସ୍ତବରେ ଗ୍ରୀନଲ୍ୟାଣ୍ଡ ପାଇଁ ସେତେ ବିପଦ ? ବିଶ୍ଳେଷକ ଓ ସଦ୍ୟ ରିପୋର୍ଟ ଅନୁସାରେ , ଆର୍କଟିକ କ୍ଷେତ୍ରରେ ଚୀନ ଏକ ଛୋଟିଆ ଓ ସୀମିତ ଖେଳିଳି। ଟ୍ରମ୍ପଙ୍କ ଦ୍ୱାରା କୁହାଯାଇ ଥିବା ‘ ପ୍ରତି ସ୍ଥାନ ଚାଇନା ବିଧ୍ୱଂସକ ଓ ବୁଡ଼ାଜାହାଜ’ ଭଳି ଦାବି ଗୁଡ଼ିକର କୌଣସି ସ୍ପଷ୍ଟ ପ୍ରମାଣ ମିଳେ ନାହିଁ। ବେସଲ୍ ଟ୍ରାକିଂ ଡାଟା (ମେରାଇନ ଟ୍ରାଫିକ୍) ରୁ ଜଣାପଡ଼େ ଯେ, ଗ୍ରୀନଲ୍ୟାଣ୍ଡର ଆଖପାଖ ଚାଇନା କିମ୍ୱା ରୁଷୀୟ ଜାହାଜ ଗୁଡ଼ିକର ଉପସ୍ଥିତି ନାହିଁ। ଅନେକ ବିଶେଷଜ୍ଞ ,ଯେମିତି ଡେନମାର୍କ ଓ ୟୁରୋପୀୟ ଅଧିକାରୀମାନେ ଏହାକୁ ନିର୍ବୋଧତା କହିଛନ୍ତି।
ପ୍ରକୃତ କଥା ହେଲା, ଟ୍ରମ୍ପଙ୍କ ଦାବି ଯେ, ଆମେରିକାର ହସ୍ତକ୍ଷେପ ବିନା ଗ୍ରୀନଲ୍ୟାଣ୍ଡରେ ଚାଇନା ସେନା ଉପସ୍ଥିତି ବଢିଯିବ, କିନ୍ତୁ ବାସ୍ତବିକତା ଆଉ କିଛି ଅଛି। ଚୀନର ଆର୍କଟିକରେ ସେନାର ଉପସ୍ଥିତ ବହୁତ କମ୍ ଏବଂ ମୁଖ୍ୟ ରୂପେ ସହଯୋଗ ଉପରେ ନିର୍ଭରଶୀଳ। ୨୦୨୨ରେ ୟୁକ୍ରେନ୍ ଯୁଦ୍ଧ ପରେ ରୁଷ୍-ଚୀନ ମିଳିତ ଅଭିଯାନରେ କିଛି ମାତ୍ରାରେ ବୃଦ୍ଧି ହୋଇଛି,ଯେମିତି ୨୦୨୪ରେ ଅଲାସ୍କା ନିକଟରେ ବମ୍ୱର ପାଟ୍ରୋଲିଂ। ଚୀନ ନିକଟରେ କିଛି ଆଇସବ୍ରେକର ଅଛି, ଯାହାକି ସମୁଦ୍ର ପୃଷ୍ଠର ଚିତ୍ରଣ କରିପାରିବ ,ଏବଂ ଆର୍କଟିକ ନୀରିକ୍ଷ ପାଇଁ ଉପଗ୍ରହ ମଧ୍ୟ ଅଛି, କିନ୍ତୁ ବେଜିଂ ଏହାକୁ ବୈଜ୍ଞାନିକ ଅନୁସନ୍ଧାନ କହିଛି।
ଗ୍ରୀନଲ୍ୟାଣ୍ଡରେ ଦୁର୍ଲଭ ପୃଥିବୀ ତତ୍ତ୍ୱର ବଡ଼ ବଡ଼ ଭଣ୍ଡାର ଅଛି ( ବିଶ୍ୱର ଅଷ୍ଟମ ସବୁଠୁ ବଡ଼ ),ଯାହା ଇଲେକ୍ଟ୍ରିକ୍ ଗାଡ଼ି ଓ ସେନା ଉପକରଣ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ । ଚୀନ ଏହି ସାମଗ୍ରୀ ଗୁଡ଼ିକର ବୈଶ୍ୱିକ ଉତ୍ପାଦନରେ ଅଗ୍ରଣୀ ,କିନ୍ତୁ ଗ୍ରୀନଲ୍ୟାଣ୍ଡରେ ଏହାର ପ୍ରୟସ ସୀମିତ ସଫଳ ରହିଛି। କ୍ୱାନେଫଜେଲ୍ଡ ପ୍ରୋଜେକ୍ଟ ୨୦୨୧ରେ ପରିବେଶୀୟ ଚିନ୍ତା ନେଇ ସ୍ଥଗିତ ରହିଥିଲା ଏବଂ ୨୦୨୪ରେ ଆଉ ଏକ ଅନ୍ୟ ଭଣ୍ଡାର ଆମେରିକୀୟ ଲବି ପରେ ନ୍ୟୁୟର୍କର ଫାର୍ମକୁ ବିକ୍ରି କରାଯାଇ ଥିଲା। ବିଶେଷଜ୍ଞଙ୍କ କହିବାନୁସାରେ, ପୂର୍ବର ଆଶଙ୍କା ଗୁଡ଼ିକ (ଚାଇନା ନିବେଶରେ ପ୍ରଭାବ ବଢିବା) ସାକାର ହୋଇ ନାହିଁ।