• ଡିଏମକେ ସାଂସଦ ଦୟାନିଧି ମାରନଙ୍କ ବିବାଦୀୟ ବୟାନ
  • ଉତ୍ତର ଭାରତୀୟମାନେ ଝିଅଙ୍କୁ ପଢାଇବାରେ ଅନିଚ୍ଛୁକ
  • ଦକ୍ଷିଣ ଭାରତରେ ଝିଅଙ୍କୁ ପଢିବାକୁ ପ୍ରୋତ୍ସାହିକ କରାଯାଏ

ଚେନ୍ନାଇ : ଡିଏମକେ ସାଂସଦ ଦୟାନିଧି ମାରନଙ୍କ ବିବାଦୀୟ ବୟାନ । ଉତ୍ତର ଭାରତୀୟଙ୍କୁ ନେଇ କହିଛନ୍ତି ଏକ ବିବାଦପୂର୍ଣ୍ଣ କଥା। ଦୟାନିଧି ମାରନ କହିଛନ୍ତି ଯେ, ଉତ୍ତର ଭାରତରେ ଝିଅମାନଙ୍କୁ ଘରେ ରୋକି ଦିଆ ଯାଏ। ତାଙ୍କ ଦ୍ୱାରା ଘରୋଇ କାମ କରାଯାଇ ଥାଏ। ସେମାନଙ୍କୁ ଚାକିରି କରାଇଦିଆ ଯାଏ ନାହିଁ। ସେ କେବଳ ଘରେ ରହିଥାନ୍ତି ଏବଂ କିଚେନର କାମ କରିଥାନ୍ତି। ଅନ୍ୟପଟେ, ଦକ୍ଷିଣ ଭାରତରେ ଆମେ ଝିଅଙ୍କୁ ପଢିବାକୁ ଓ କ୍ୟାରିୟର ଗଢିବାକୁ ପ୍ରୋତ୍ସାହିତ କରିଥାନ୍ତି। ଦୟାନିଧି ମାରନ ଏହି କଥା ଚେନ୍ନାଇର କୈଦ-ଏ-ମିଲ୍ଲତ ମହିଳା ବିଦ୍ୟାଳୟରେ କହିଛନ୍ତି। ଡିଏମ୍କେ ନେତା କହିଛନ୍ତି ଯେ,ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଝିଅଙ୍କ ପାଇଁ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଦ୍ରାବିଡ ସିଦ୍ଧାନ୍ତ ଗୁଡ଼ିକର ଅନୁକୂଳ ବ୍ୟବସ୍ଥା କରିବାରେ ଲାଗିଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ଆଉ ନାହାଁନ୍ତି ଇଣ୍ଡିଆନ୍ ଆଇଡଲ୍-୩ର ବିଜେତା, ହୃଦ୍‌ଘାତରେ ଆଖିବୁଜିଲେ ପ୍ରଶାନ୍ତ ତମାଙ୍ଗ

ଦୟାନିଧି ମାରନ କହିଛନ୍ତି ଯେ, ଆମର ଏଠାର ଛାତ୍ରୀମାନଙ୍କୁ ଗର୍ବ ଅନୁଭବ କରିବା ଉଚିତ। ଆମେ ମଧ୍ୟ ସେମାନଙ୍କ ଉପରେ ଗର୍ବିତ। ଏଥିପାଇଁ ଆମେ ଚାହୁଁଛୁ ଯେ, ସେ ପଢନ୍ତୁ। ଏହାପରେ ସେ ଉତ୍ତର ଭାରତର ଉଲ୍ଲେଖ କରି ଏମିତି କଥା କହିଛନ୍ତି , ଯାହା ଉପରେ ବିବାଦ ହୋଇପାରେ। ଡିଏମକେ ସାଂସଦ କହିଛନ୍ତି ଯେ, ଉତ୍ତର ଭାରତରେ ଝିଅଙ୍କୁ ଚାକିରି କରାଇ ଦିଆ ଯାଏ ନାହିଁ। ତାଙ୍କୁ ଘର ଭିତରେ ରହିବା ଏବଂ ଘରୋଇ କାମ କରିବାକୁ କୁହାଯାଏ । କିନ୍ତୁ ଆମେ ଚାହୁଁଛୁ କି ଆମ ଝିଅମାନେ ପଢନ୍ତୁ।

ଏହି ସମୟରେ ମାରନ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ପ୍ରଶଂସା ମଧ୍ୟ କରିଥିଲେ ଏବଂ ତାଙ୍କୁ ଭାରତର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ କୁହାଯାଇଛି। ଏହାସହ ସେ ତାମିଲନାଡୁକୁ ଭାରତର ସବୁଠୁ ଭଲ ରାଜ୍ୟ କହିଛନ୍ତି। ଡିଏମକେ ସାଂସଦ କହିଛନ୍ତି ଯେ,ଏହା ଦ୍ରିବିଡିଆନ୍ ମଡେଲର ସରକାର। ସେ ପେରିଆର ଥିଲେ , ଯିଏକି ଆମର ରାଜ୍ୟରେ ଦ୍ରାବିଡବାଦର ଉତ୍ସାହ ଜଳାଇ ଥିଲେ। ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଏହି କାର୍ଯ୍ୟକ୍ରମରେ ଛାତ୍ରୀଙ୍କୁ ଲାପଟପ୍ ବିତରଣ କରିଥିଲେ। ଏହାସହ ହିଁ ସମ୍ୱୋଧିତ ମଧ୍ୟ କରିଥିଲେ।

ଉଲ୍ଲେଖନୀୟ ଯେ, ୨୦୧୧ର ଜନଗଣନା ମୁତାବିକ, ତାମିଲନାଡୁରେ ୭ ବର୍ଷରୁ ଉର୍ଦ୍ଧ୍ୱ ବୟସର ମହିଳାଙ୍କର ସ୍ୱାକ୍ଷରତା ହାର ପାଖାପାଖି ୭୩.୪୪ ପ୍ରତିଶତ। ଏହା ଉତ୍ତର ଭାରତୀୟ ରାଜ୍ୟରୁ ଅଧିକ। ଉତ୍ତର ଭାରତରେ ୟୁପିରେ ଏହା ହାର ୫୭.୧୮ ପ୍ରତିଶତ, ହରିଆଣାରେ ୬୫.୯୪ ପ୍ରତିଶତ , ରାଜସ୍ଥାନରେ ୫୨.୧୨ ପ୍ରତିଶତ ଏବଂ ହିମାଚଳ ପ୍ରଦେଶରେ ୭୫.୯୩ ପ୍ରତିଶତ।