ପ୍ରମୂଖ ଖବର
  • ସୁନ୍ଦରଗଡ : ଟାଙ୍ଗିଆରେ ହାଣି ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ିରେ ମିଳୁନାହିଁ ରନ୍ଧା ଖାଦ୍ୟ, କର୍ମୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି
  • ||
  • କନ୍ଧମାଳ : ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ମାଣ୍ଡିପଙ୍କାରେ ପହଞ୍ଚିଲେ ଦକ୍ଷିଣାଞ୍ଚଳ ଆରଡିସି
  • ||
  • ଦେବଗଡ଼ : ତିନି ଗାଡି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ, ୪ ଅଟକ
  • ||
  • ନୀଳଗିରି : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ସିରିଜ୍‌ ଚୋରି, ତାଲାଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ଜିନିଷ
  • ||
  • କାମାକ୍ଷାନଗର : ଗାଧୋଇବା ବେଳେ ଅଘଟଣ, ବ୍ରାହ୍ମଣୀ ନଦୀରେ ବୁଡ଼ି ଶ୍ରମିକଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ଡାକ୍ତରଙ୍କ ଦାଦାଗିରି, ରୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ ଉଦ୍ୟମ
  • ||
  • ଭୁବନେଶ୍ୱର : ସ୍ତ୍ରୀଙ୍କୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ପ୍ରଦ୍ୟୁମ୍ନକୁ ରିମାଣ୍ଡରେ ନେବ ପୋଲିସ
  • ||
  • କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରିଙ୍ଗ୍ କଲେଜରେ ରାଗିଂ ଅଭିଯୋଗ, ଛାତ୍ର ଗୁରୁତର
  • ||
  • ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ରେଡ୍‌, ଏକକାଳୀନ ୬ଟି ସ୍ଥାନରେ ଚଢାଉ
  • ||
  • ପୁରୁଷୋତ୍ତମପୁର : ତାରା ତାରିଣୀ ମନ୍ଦିରରୁ ଚୋରି, ସୁନା ରୁପା ଅଳଙ୍କାର ସହ ହୁଣ୍ଡିରୁ ଦାନ ଅର୍ଥ ଲୁଟି ନେଲେ ଦୁର୍ବୃତ୍ତ
  • ||
  • ସମ୍ୱଲପୁର : ନିଆଁରେ ପୋଡ଼ି ହୋଇ ମା' ଓ ଝିଅ ଜୀବନ୍ତ ଦଗ୍ଧ, କାରଣ ଅସ୍ପଷ୍ଟ
  • ||
  • କୋଣାର୍କ : ଗଛରେ ପିଟି ହେଲା କାର୍‌; ୨ ମୃତ, ଜଣେ ଗୁରୁତର
  • ||

ଲଦାଖର ପୋଙ୍ଗାଙ୍ଗ ହ୍ରଦ ନିକଟରେ ନୂଆ ବସ୍ତି ବସାଉଛି ଚୀନ୍‌, ପୋଲ୍‌ ଖୋଲିଦେଲା ସ୍ୟାଟେଲାଇଟ୍‌ ଚିତ୍ର

ନୂଆଦିଲ୍ଲୀ: ବିସ୍ତାରବାଦୀ ଚୀନ୍‌ ନିଜର ପ୍ରବୃତ୍ତି ଛାଡ଼ିପାରୁ ନାହିଁ । ଭାରତ-ଚୀନ୍‌ ସୀମା ନିକଟରେ ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛି ଡ୍ରାଗନ୍‌  । ବାରମ୍ବାର ଦୁଇ ଦେଶ ମଧ୍ୟରେ କୂଟନୈତିକ ଆଲୋଚନା ହେଉଥିବା ବେଳେ ସୀମାରେ ଚୀନ୍‌ ନିଜର ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଏନେଇ ସ୍ୟାଟେଲାଇଟ୍‌ ଚିତ୍ରରୁ ସ୍ପଷ୍ଟ ହୋଇଛି । ଏଲଏସି ନିକଟରେ ପାଙ୍ଗୋଙ୍ଗ ସୋ ହ୍ରଦର ଉତ୍ତର ଉପକୂଳରେ ଚାଇନା ତା’ର ଶକ୍ତି ବୃଦ୍ଧି କରିବାରେ ଲାଗିଛି। ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚାଇନା ବିଭିନ୍ନ ପ୍ରକାରର ନିର୍ମାଣ କାମ ଜାରି ରଖିଥିବା ସ୍ୟାଟେଲାଇଟ ଇମେଜରୁ ସ୍ପଷ୍ଟ ହୋଇଛି ।

 ୨୦୨୦ରେ ଭାରତ ଓ ଚୀନ ସେନା ମଧ୍ୟରେ ଯେଉଁ ସ୍ଥାନରେ ହିଂସ୍ରକ ଲଢ଼େଇ ହୋଇଥିଲା, ସେଠାରୁ ୩୮ କିଲୋମିଟର ଦୂରରେ ଚୀନ ଜନବସତି ପାଇଁ ଘରଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ନିର୍ମାଣ କାମ ଚଳାଇଛି । ପାଙ୍ଗୋଙ୍ଗ ସୋ  ବିଶ୍ୱର ସବୁଠାରୁ ବଡ଼ ଲୁଣିଆ ହ୍ରଦ । ଏହା ଭାରତ ଓ ଚାଇନାର ବିବାଦୀୟ ସୀମା । ଅକ୍ଟୋବର ୯ରେ ଆମେରିକାର ମାକ୍ସର ଟେକ୍ନୋଲୋଜି ପକ୍ଷରୁ ସ୍ୟାଟେଲାଇଟ ଦ୍ୱାରା ସୀମାନ୍ତ ଅଞ୍ଚଳର ଫଟୋ ଉଠାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ୧୭ ହେକ୍ଟରରୁ ଅଧିକ ଜମିରେ ଦ୍ରୁତ ଗତିରେ ନିର୍ମାଣ କାମ ଚଳାଇଛି ଚୀନ୍‌ । 

ୟେମାଗୌ ରୋଡଠାରୁ ୪,୩୪୭ ମିଟର ଉପରେ ଏହି ଅଞ୍ଚଳ ରହିଛି । ନିର୍ମାଣ କାମ ଓ ଆର୍ଥ ମୁଭିଂ ମେସିନାରୀ ପାଇଁ ପୂରା ଅଞ୍ଚଳ ଚଳଚଞ୍ଚଳ ରହିଛି । ବିଶେଷଜ୍ଞମାନଙ୍କଅନୁସାରେ, ଆବାସିକ ଅଞ୍ଚଳ ଓ ବିଶାଳ ପ୍ରଶାସନିକ ପ୍ରତିଷ୍ଠାନ ସହ ଚାଇନା ସେଠାରେ ୧୦୦ରୁ ଅଧିକ ବିଲଡିଂ ନିର୍ମାଣ କରୁଛି । ସେହପରି କିଛି ବଡ଼ବଡ଼ ସ୍ଥାନକୁ ଖାଲି ରଖାଯାଇଛି । 

ଏଥିରୁ ଜଣାପଡ଼ିଛି ଯେ, ସେମାନେ ଭବିଷ୍ୟତରେ ଖାଲି ଥିବା ସ୍ଥାନରୁ ପାର୍କିଂ କିମ୍ବା କ୍ରୀଡ଼ା ଭିତ୍ତିଭୂମି ପାଇଁ ବ୍ୟବହାର କରିପାରନ୍ତି । ଦକ୍ଷିଣପୂର୍ବ କୋଣରେ ଗୋଟିଏ ୧୫୦ ମିଟର ଲମ୍ବା ରେକ୍ଟାଙ୍ଗୁଲାର ଷ୍ଟ୍ରିପ ରହିଛି । ଏହାର ଅର୍ଥ ସେମାନେ ଏଠାରେ ହେଲିକପ୍ଟର ଅପରେସନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୪ ଏପ୍ରିଲରୁ ଏଠାରେ ନିର୍ମାଣ କାମ ଆରମ୍ଭ କରାଯାଇଛି । ନିର୍ମାଣ କାମ ଦୁଇଟି ଭାଗରେ ରହିଛି । ସମ୍ଭବତଃ ଗୋଟିଏ ସ୍ଥାନ ପ୍ରଶାସନିକ ଓ ଅନ୍ୟ ସ୍ଥାନଟି ଅପରେସନାଲ ଜୋନ ଭାବେ ରହିଛି । ପୂରା ଅଞ୍ଚଳରେ ଏକାଧିକ ଏକ ଓ ଦୁଇ ମହଲା ବିଶିଷ୍ଟ ଘର କରାଯାଉଛି । ତେବେ ଉଚ୍ଚ ପାହଡ଼ ପଛରେ ଜନବସତି ନିର୍ମାଣ କରି ରଣନୈତିକ ସୁବିଧାକୁ ଆହୁରି ସଶକ୍ତ କରିଛି ଚୀନ । 

  • China
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.