ଶେନଝେନ,୨୩/୧୧:ଚଳିତ ଚାଇନା ମାଷ୍ଟର୍ସ ସୁପର  ୭୫୦ ବ୍ୟାଡ଼ମିଣ୍ଟନରେ ଭାରତର  ସାତ୍ତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ  ଚିରାଗ ସେଟ୍ଟୀ ଯୋଡ଼ି ବିଜୟ  ଜାରି ରଖି ପୁରୁଷ ଡବଲ୍ସ ସେମି  ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।  ଅନ୍ୟ ପଟରେ ପୁରୁଷ ସିଙ୍ଗଲ୍ସରେ  ଲକ୍ଷ୍ୟ ସେନ କ୍ୱାର୍ଟର ଫାଇନାଲ୍‌ରେ  ହାରି ବିଦାୟ ନେଇଛନ୍ତି । 

ପ୍ୟାରିସ୍‌ ଅଲିମ୍ପିକ୍ସ ପରେ  ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳୁଥିବା  ସାତ୍ତ୍ୱିକ-ଚିରାଗ ଯୋଡ଼ି କ୍ୱାର୍ଟର  ମୁକାବିଲାରେ ସିଧାସଳଖ  ୨୧-୧୬, ୨୧-୧୯ ଗେମ୍‌ରେ  ବିଶ୍ୱର ୨ନଂ ଯୋଡ଼ି ଡେନମାର୍କର  କିମ୍‌ ଆଷ୍ଟ୍ରୁପ-ଆଣ୍ଡର୍ସ ସ୍କାରୁପ  ରାସମୁସେନଙ୍କୁ ପରାସ୍ତ  କରିଥିଲେ । ଏହି ମ୍ୟାଚ୍‌ ଜିତିବା  ପାଇଁ ଭାରତୀୟ ଯୋଡ଼ିଙ୍କୁ  ୪୭ମିନିଟ୍‌ ଲାଗିଥିଲା । ମାତ୍ର  ପୁରୁଷ ବର୍ଗରେ ଲକ୍ଷ୍ୟଙ୍କ ଅଭିଯାନ  ଶେଷ ହୋଇଛି । ସେ ୧୮- ୨୧, ୧୫-୨୧ରେ ବିଶ୍ୱର ୩ନଂ  ଖେଳାଳି ଡେନମାର୍କର ଆଣ୍ଡର୍ସ  ଆଣ୍ଟୋନସେନଙ୍କ ନିକଟରୁ ହାରି  ଯାଇଥିଲେ ।