PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପୁଣି ଚୀନର ଡବଲ ରୋଲ୍: ପୁଲୱାମା ଆକ୍ରମଣକୁ ନିନ୍ଦା କଲା କିନ୍ତୁ ମସୁଦ ଅଜହରକୁ ଆନ୍ତର୍ଜାତିକ ଆତଙ୍କୀ ଘୋଷିତ କରିବାକୁ ନାରାଜ୍

source:www.dnaindia.com

ନୁଆଦିଲ୍ଲୀ ୧୫/୨: ସାମ୍ନାକୁ ଆସିଲା ଚୀନର ଦୋମୁହାଁ ନୀତି । ମସୁଦ ଅଜହରକୁ ଆନ୍ତର୍ଜାତିକ ଆତଙ୍କୀ ଘୋଷିତ କରିବାକୁ ମନା କଲା ଚୀନ୍ । କହିରଖୁଛୁ ଚୀନ୍ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲା କିନ୍ତୁ ଏବେ ମସୁଦ ଅଜହରକୁ ଆନ୍ତର୍ଜାତିକ ଆତଙ୍କୀ ଘୋଷିତ କରିବାକୁ ମନା କରୁଛି । ଚୀନର ବୈଦେଶିକ ମନ୍ତ୍ରାଳୟରୁ ଏହି ଉତ୍ତର ଆସିଛି ଯେ ମସୁଦ ଅଜହରକୁ ଆନ୍ତର୍ଜାତିକ ଆତଙ୍କୀ ବୋଲି ମାନିବନି ଚୀନ୍ ।

ଯେତେବେଳେ ବି ଆକ୍ରମଣ ହୁଏ ସେତେବେଳେ  କିଏ ଶତ୍ରୁ ଏବଂ କିଏ ମିତ୍ର ଜଣାପଡିଯାଏ । ଚୀନ୍‌ ପାକିସ୍ତାନର ପୁରୁଣା ବନ୍ଧୁ ରହିଆସିଛି । ପୂର୍ବରୁ ଯେତେବଳେ ବି ଏହି ସଙ୍ଗଠନକୁ ଆତଙ୍କୀ ଘୋଷିତ କରିବା ପାଇଁ ଆବେଦନ ହୋଇଛି ଚୀନ୍ ବିରୋଧ କରିଛି । ଆଉ ଏବେ ଚୀନ୍ ଡବଲ ରୋଲ୍ କରୁଛି । ଏହି ଆତଙ୍କୀ ଆକ୍ରମଣ ଘଟଣାକୁ ଚୀନ୍ ନିନ୍ଦା କରିଛି କିନ୍ତୁ ଅନ୍ଯପଟେ  ମସୁଦ ଅଜହରକୁ ଆନ୍ତର୍ଜାତିକ ଆତଙ୍କୀ ଘୋଷିତ କରିବାକୁ ମନା କରୁଛି ।

ସମ୍ବନ୍ଧିତ ଖବର