ନୂଆଦିଲ୍ଲୀ : ଚୀନ ଓ ଜାପାନ ମଧ୍ୟରେ ଜାରି କୂଟନୀତିକ ଉତ୍ତେଜନା ମଧ୍ୟରେ ବେଜିଂ ଟୋକିଓ ବିରୁଦ୍ଧରେ ଆର୍ଥିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିଛି। କିଛି ମାସ ପୂର୍ବେ ଜାପାନୀ ସାମୁଦ୍ରିକ ଖାଦ୍ୟ ଉତ୍ପାଦ ଉପରୁ ଆଂଶିକ ପ୍ରତିବନ୍ଧକ ହଟାଯିବା ପରେ ଏବେ ଚୀନ ଏହାର ଆମଦାନୀକୁ ସଂପୂର୍ଣ୍ଣ ରୂପେ ନିଲମ୍ୱିତ କରି ଦେଇଛି। ଏହି ପ୍ରତିବନ୍ଧକର ଖବର ବୁଧବାର ଜାପାନୀ ନ୍ୟୁଜ୍ ଏଜେନ୍ସି କ୍ୟୋଦୋ ଓ ଏନଏଚକେ ଦେଇଛି, ଯାହାକ ସ୍ପଷ୍ଟ ଚୀନର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ କରିଛି। ମନ୍ତ୍ରଣାଳୟ କହିଛି ଯେ, ବର୍ତ୍ତମାନର ସ୍ଥିତିରେ ଜାପାନୀ ସାମୁଦ୍ରିକ ଖାଦ୍ୟ ଉତ୍ପାଦ ଗୁଡ଼ିକ ପାଇଁ ଚୀନରେ କୌଣସି ବଜାର ରହିନାହିଁ।

ଉଲ୍ଲେଖନୀୟ ଯେ,ଜାପାନର ନୂଆ ପ୍ରଧାନମନ୍ତ୍ରୀ ସାନେ ତାକାଇଚି ନିକଟରେ କହିଥିଲେ ଯେ, ତାଇୱାନ ଉପରେ ଚୀନର କୌଣସି ବି ସାମରିକ କାର୍ଯ୍ୟାନୁଷ୍ଠାନକୁ ଜାପାନ ନିଜର ଅସ୍ତିତ୍ୱ ପାଇଁ ବିପଦ ମନେକରିବ। ଏହାପରେ ଦୁଇ ଦେଶ ସାମ୍ନାସାମ୍ନା ହୋଇଥିଲେ। ଅନ୍ୟପଟେ ଚାଇନା ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ମାଓ ନିଙ୍ଗ ସ୍ପଷ୍ଟ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତାକାଇଚିଙ୍କ ତାଇୱା ସମ୍ୱନ୍ଧୀୟ ଭୁଲ ଟିପ୍ପଣୀରେ ଚୀନରେ ଖୁବ୍ ଜନ ଆକ୍ରୋଶ ସୃଷ୍ଟି ହୋଇଛି, ଯେଉଁଥି ପାଇଁ ଯଦିଓ ରପ୍ତାନୀ ସମ୍ଭବ, କିନ୍ତୁ ଜାପାନୀ ସାମୁଦ୍ରିକ ଉତ୍ପାଦକ ଗୁଡ଼ିକ ପାଇଁ କୌଣସି କ୍ରେତା ରହିବେ ନାହିଁ। ସେ ଏହା ମଧ୍ୟ କହିଛନ୍ତି ଯେ, ତାକାଇଚିର ଶାନ୍ତିପୂର୍ଣ୍ଣ କଥନର ବିପରୀତ ତାଙ୍କର କାର୍ଯ୍ୟ ଓ ପ୍ରମୁଖ ମାମଲା ଉପରେ ଭୁଲ୍ ବୟାନବାଜି କାରଣରୁ ବର୍ତ୍ତମାନ ସ୍ଥିତିରେ ଜାପାନୀ ସାମୁଦ୍ରିକ ଉତ୍ପାଦକ ପ୍ରତି କୌଣସି ରୁଚି ରହିବ ନାହିଁ।

ଏବେ ପ୍ରଶ୍ନ ଉଠୁଛି ଯେ, ଚୀନ ଜାପାନର ସାମୁଦ୍ରିକ ଖାଦ୍ୟ ଉଦ୍ୟୋଗକୁ ହିଁ ଟାର୍ଗେଟ୍ କାହିଁକି କରିବ। ଉଲ୍ଲେଖନୀୟ ଯେ,ଜାପାନୀର ସାମୁଦ୍ରିକ ଖାଦ୍ୟ ଉଦ୍ୟୋଗ ପାଖାପାଖି ୫୨ ବିଲିୟନ ଡଲାରର। ୨୦୨୩ ପୂର୍ବରୁ ଚୀନ ଜାପାନର ମୋଟ ସାମୁଦ୍ରିକ ଖାଦ୍ୟ ରପ୍ତାନୀର ପଞ୍ଚମ ଭାଗ (ପାଖାପାଖି ୨୦-୨୫%) କ୍ରୟ କରିଥାଏ ଏବଂ ଏହାର ସବୁଠୁ ବଡ଼ ବଜାର ଥିଲା। ଏଥିରେ ପ୍ରିମିୟମ ସ୍କାଲପ୍ , ସାମୁଦ୍ରିକ କାକୁଡ଼ି ଭଳ ଉଚ୍ଚ ମୂଲ୍ୟର ଉତ୍ପାଦ ସାମିଲ ଥିଲା। ପ୍ରତିବନ୍ଧକ ହଟିବା ପରେ ପାଖାପାଖି ୭୦୦ ଜାପାନୀ ରପ୍ତାନୀକାରୀ ଆଉଥରେ ଚାଇନା ବଜାରରେ ପଞ୍ଜୀକରଣ କରାଇବାକୁ ଚେଷ୍ଟା କରୁ ଥିଲେ। ଏହା ଜାପାନାର ମୋଟ ରପ୍ତାନୀର କେବଳ ୧ ପ୍ରତିଶତ, କିନ୍ତୁ ଏହି କ୍ଷେତ୍ର ଅତ୍ୟଧିକ ସମ୍ୱେଦନଶୀଳ ଏବଂ ଏହାର ସିଧା ପ୍ରଭାବ ମତ୍ସଜୀବୀ ଓ ସମ୍ୱନ୍ଧିତ ଉଦ୍ୟୋଗ ଉପରେ ପଡ଼ିଥାଏ। ଏଥିପାଇଁ ଚୀନ ଏହାକୁ ଚାପ ସୃଷ୍ଟି କରିବାକୁ ସବୁଠୁ ପ୍ରଭାବୀ ଅସ୍ତ୍ର ଭାବେ ଚୟନ କରିଛି।

ଚୀନ-ଜାପାନ ସଙ୍କଟର ମୂଳ କଣ ?

ସଙ୍କଟର ଆରମ୍ଭରେ ଗତ ଶୁକ୍ରବାର ହୋଇଥିଲା , ଯେବେ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସାନେ ତାକାଇଚୀ ଜାପାନୀ ସଂସଦରେ ଏକ ପ୍ରଶ୍ନର ଜବାବ ଦେଇ କହିଥିଲେ ଯେ, ତାଇୱାନର ଆଖପାଖରେ ଚାଇନା ଯୁଦ୍ଧଜାହାଜ କିମ୍ୱା ସେନା ଅଭିଯାନର ସ୍ଥିତିକୁ ଜାପାନ ୨୦୧୫ର ସୁରକ୍ଷା ଆଇନ ଅନୁସାରେ , ଅସ୍ତିତ୍ୱକୁ ବିପଦ ଭାବି ପାରେ , ଯେଉଁଥିରେ ଜାପାନୀ ସେନାକୁ ସୀମିତ ସାମୂହିକ ଆତ୍ମରକ୍ଷାର ଅଧିକାର ଅନୁସାରେ ହସ୍ତକ୍ଷେପର ରାସ୍ତା ଖୋଲି ପାରେ। ଏହି ବିବୃତ୍ତିରେ ବିରକ୍ତ ଚୀନର ଓସାକ ସ୍ଥିତ ମହାବାଣିଜ୍ୟ ଦୂତ ଶୂ ଜିୟାନ ସୋସିଆଲ ମିଡ଼ିଆରେ ତାକାଇଚିଙ୍କର ମୁଣ୍ଡକାଟ କରିବାକୁ ଧମକ ପୂର୍ଣ୍ଣ ପୋଷ୍ଟ କରିଥିଲେ (ଯାହାକୁ ପରେ ହଟେଇ ଦିଆଯାଇ ଥିଲା)।

ଏହାର ଜବାବରେ ରବିବାର ଚୀନ ବିବାଦୀୟ ଦିୟାଓୟୁ / ସେନକାକୁ ଦ୍ୱୀପଗୁଡ଼ିକ (ଯାହା ଉପରେ ଜାପାନର ନିୟନ୍ତ୍ରଣ ଅଛି, କିନ୍ତୁ ଚୀନ ଦାବି କରିଥାଏ)ର ଆଖାପାଖକୁ ଚାରୋଟି ସଶସ୍ତ୍ର ତଟରକ୍ଷୀ ଜାହାଜ ପଠାଇ ଥିଲା। ଟୋକିଓ ସ୍ଥିତ ଚାଇନା ଦୂତାବାସ ନିଜର ନାଗରିକଙ୍କ ପାଇଁ ଜାପାନ ଯାତ୍ରା ନକରିବାକୁ ଚେତାବନୀ ଜାରି କରିଛି ଏବଂ ଗୁରୁତର ସୁରକ୍ଷା ବିପଦ ନେଇ ଦର୍ଶାଇଛି। ଚୀନ ପୂର୍ବରୁ ମଧ୍ୟ ଚେତାବନୀ ଦେଇଥିଲା ଯେ ଯଦି ଜାପାନା ତାଇୱାନ ମାମଲାରେ ହସ୍ତକ୍ଷେପ କରେ ତ ଚାଇନା ସେନା ଏହାକୁ ଗଭୀର ଭାବେ ଚୂର୍ଣ୍ଣ କରିଦେବ।