ପ୍ରମୂଖ ଖବର
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଋଣର ଚକ୍ରବ୍ୟୁହରେ ଫସି ଫସି ଯାଉଛି ପାକିସ୍ତାନ, ଚୀନ୍‌ ପାଖରୁ ପୁଣି ଆଣିବ ୩.୭ ବିଲିୟନ୍‌ ଡଲାର

Published By : Tapas Panda | June 29, 2025 6:44 PM

ନୂଆଦିଲ୍ଲୀ: ପାକିସ୍ତାନକୁ ୩.୭ ବିଲୟନ ଡଲାର ଋଣ ଦେବାକୁ ଯାଉଛି ଚୀନ୍‌ । ଦୁଇ ଦେଶ ମଧ୍ୟରେ ଏନେଇ ଏକ ଚୁକ୍ତି ମଧ୍ୟ ଚୂଡ଼ାନ୍ତ ହୋଇଛି । ଏହା ସହ ପୁଣି ଥରେ ପାକିସ୍ତାନକୁ ଋଣ ଜାଲରେ ଛନ୍ଦି ଦେବ ଚୀନ ।  ଚୀନ୍ ଠାରୁ ଏହି ଋଣ ପାଇବା ପରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୧୨.୪ ବିଲିୟନ ଡଲାରକୁ ବୃଦ୍ଧି ପାଇବ । ଗତ ସପ୍ତାହରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ୮.୯ ବିଲିୟନ ଡଲାରକୁ ହ୍ରାସ ପାଇଥିଲା । ଫଳରେ ପାକିସ୍ତାନ ଦେବାଳିଆ ହେବାର ଆଶଙ୍କା ବୃଦ୍ଧି ପାଇଥିଲା । ତେବେ ଏହି ଋଣ ପାକିସ୍ତାନକୁ IMF ଦେଇଥିବା ଲକ୍ଷ୍ୟ ପୂରଣ କରିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି । 

ରିପୋର୍ଟ ଅନୁଯାୟୀ, ମେ ୧୯ରେ ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାରବେଜିଂ ଗସ୍ତ କରିଥିଲେ ଏବଂ ଏହି ସମୟରେ ଦୁଇ ଦେଶ ମଧ୍ୟରେ ଋଣ ସମ୍ପର୍କରେ ଏକ ଚୁକ୍ତି ହୋଇଥିଲା । ପାକିସ୍ତାନ ଚୀନ୍ ଠାରୁ ନେଇଥିବା ଋଣର ହାରାହାରି ସୁଧ ହାର ୭.୫ ପ୍ରତିଶତ  ରହିଛି। ପାକିସ୍ତାନ ଋଣ ମାଗିବାର ଏହି ଧାରା ନୂଆ ନୁହେଁ। ପାକିସ୍ତାନର ସମ୍ପୂର୍ଣ୍ଣ ଆର୍ଥିକ ରଣନୀତି ଏବେ ଚୀନ୍ ଚାରିପାଖରେ ଘୂରି ବୁଲୁଛି। ବେଜିଂରୁ ନଗଦ ଋଣ, CPEC (ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର) ଅଧୀନରେ ନିର୍ମାଣ ହେଉଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପ ଏବଂ ଚୀନ୍ ବ୍ୟାଙ୍କଗୁଡ଼ିକରୁ ନିରନ୍ତର ନିଆଯାଇଥିବା ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ପାକିସ୍ତାନର ଆର୍ଥିକ ନୀତିକୁ ସମ୍ପୂର୍ଣ୍ଣ ଭାବରେ ଚୀନ୍ ଉପରେ ନିର୍ଭରଶୀଳ କରିଛି ।

ବର୍ତ୍ତମାନ ପାକିସ୍ତାନ ଉପରେ ଚୀନର ମୋଟ ଋଣ ପ୍ରାୟ ୨୬ ବିଲିୟନ ଡଲାର ହେବ । ଏଥିରେ ନଗଦ ଜମା, ବାଣିଜ୍ୟିକ ଋଣ ଏବଂ ରପ୍ତାନି-ଆମଦାନୀ ଆର୍ଥିକ ସହାୟତା ଅନ୍ତର୍ଭୁକ୍ତ । ଜୁନ୍ ୨୦୨୫ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ପାକିସ୍ତାନରେ ନଗଦ ନିଅଣ୍ଟ, ଟଙ୍କା ଅସ୍ଥିର ଏବଂ ଖାଦ୍ୟ ଓ ଇନ୍ଧନ ମୂଲ୍ୟ ନିରନ୍ତର ବୃଦ୍ଧି ପାଉଛି । ବୈଦେଶିକ ନିବେଶ ପ୍ରାୟ ବନ୍ଦ ହୋଇଯାଇଛି ଏବଂ ବିଦ୍ୟୁତ୍ ଓ କଞ୍ଚାମାଲ ଅଭାବରୁ ଘରୋଇ ଶିଳ୍ପଗୁଡ଼ିକ ଘାଟାରେ ଚାଲୁଛନ୍ତି । 

ଇସଲାମାବାଦର ନୀତି ନିର୍ଦ୍ଧାରକମାନେ ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକର ଚେତାବନୀକୁ ଅଣଦେଖା କରିଛନ୍ତି ଏବଂ କେବଳ 'ଚୀନ ସମର୍ଥନ' ଉପରେ ନିର୍ଭର କରିଛନ୍ତି। କିନ୍ତୁ ସୁଧ ହାର ବୃଦ୍ଧି ପାଉଛି ଏବଂ ପରିଶୋଧ ସମୟସୀମା ନିକଟତର ହେଉଛି। ପାକିସ୍ତାନକୁ ଆଗାମୀ ୧୨ ମାସରେ ପ୍ରାୟ ୨୫-୨୭ ବିଲିୟନ ଡଲାର ଦେବାକୁ ପଡିବ । ଚୀନ୍, ସାଉଦି ଆରବ ଏବଂ ୟୁଏଇକୁ ଅଧିକ ଋଣ ପରିଶୋଧ କରିବ ପାକିସ୍ତାନ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.