• ଚୀନର ପ୍ରସିଦ୍ଧ ବଡି ବିଲ୍ଡରଙ୍କର ୩୦ ବର୍ଷ ବୟସରେ ଦେହାନ୍ତ
  • ୱାଙ୍ଗ କୁନ୍‌ଙ୍କର ହାର୍ଟ ସମ୍ୱନ୍ଧୀୟ ରୋଗ ଥିଲା 
  • ତାଙ୍କର ଜୀବନଶୈଳୀକୁ ନେଇ ଖୁବ୍‌ ଆଲୋଚନା ହେଉଛି
  • ଜଣେ ସାଧକ ପରି ଜୀବନ ଜିଇଁ ଥିଲେ
  • ଖୁବ୍‌ ବ୍ୟାୟାମ କରିବା ସହ ସତର୍କର ସହ ଭୋଜନ କରୁଥିଲେ

ବେଜିଂ - ଚୀନର ପ୍ରସିଦ୍ଧ ବଡି ବିଲ୍ଡର ୱାଙ୍ଗ୍‌ କୁନ୍‌ଙ୍କର ପାଖାପାଖି ୩୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏମିତି ଅନେକ ଆଶ୍ଚର୍ଯ୍ୟକର ମାମଲା ଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି, ଯେତେବେଳେ ନାମୀଦୀମୀ ବଡି ବିଲ୍ଡର କିମ୍ୱା ଫିଟନେସର ମାନଦଣ୍ଡରେ ଦୁନିଆକୁ ଆଶ୍ଚର୍ଯ୍ୟ କରିଥିବା ଲୋକଙ୍କର ଖୁବ୍‌ କମ୍‌ ବୟସରେ ହିଁ ମୃତ୍ୟୁ ହୋଇ ଯାଉଛି। ସୂଚନା ଆଧାରରେ ,ୱାଙ୍ଗ କୁନ୍‌ଙ୍କର ହାର୍ଟ ସମ୍ୱନ୍ଧୀୟ ରୋଗ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଚୀନର ଅନହୁଇ ପ୍ରଭିନ୍ସିଆଲ ବଡ଼ି ବିଲ୍ଡିଂ ଆସୋସିଏସନ ତାଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କରିଛି। ୱାଙ୍ଗ୍‌ କୁନଙ୍କର ମୃତ୍ୟୁ ପରେ ତାଙ୍କର ଜୀବନଶୈଳୀକୁ ନେଇ ମଧ୍ୟ ଖୁବ୍‌ ଆଲୋଚନା ହେଉଛି। ସେ ଜଣେ ସାଧକ ପରି ଜୀବନ ଜିଇଁ ଥିଲେ ଏବଂ ଖୁବ୍‌ ବ୍ୟାୟାମ କରିବା ସହ ଖୁବ୍‌ ମାପିଚୁପି ଖାଦ୍ୟ ଖାଉଥିଲେ।

ଏହାସହ ମଧ୍ୟ ପଢନ୍ତୁ : ନୂଆ ସର୍ଭେ; ବଦଳୁଛି ପୁନର୍ବିବାହ ବିଚାର,୨୮% ଭାରତୀୟ ବିଚ୍ଛେଦ ପରେ ପୁନର୍ବିବାହ ଲାଗି ପ୍ରସ୍ତୁତ

ୱାଙ୍ଗ କୁନ୍‌ ଜଣେ ପେଶାଦାର ଆଥଲେଟ୍‌ ଥିଲେ , ଯିଏ ଇଣ୍ଟରନ୍ୟାସନାଲ ଫେଡରେସନ ଅଫ୍‌ ବଡ଼ି ବିଲ୍ଡିଂ ଆଣ୍ଡ ଫିଟେନେସ୍‌ ପ୍ରଫେସନାଲ ଲିଗ୍‌ ସହ ଯୋଡ଼ି ହୋଇ ଥିଲେ। ଏହା ଚୀନର ସବୁଠୁ ବଡ଼ ବଡ଼ି ବିଲ୍ଡିଂ ସଂସ୍ଥା ଭାବେ ଜଣାଯାଏ। ୱାଙ୍ଗ୍‌ କୁନ୍‌ ବାରମ୍ୱାର ୮ଥର ବଡି ବିଲ୍ଡିଂର ଟାଇଟଲ ଜିତି ଥିଲେ। ଏହି ଟାଇଟଲ ତାଙ୍କୁ ଚାଇନିଜ୍‌ ବଡ଼ି ବିଲ୍ଡିଂ ଆସୋସିଏସନ ପକ୍ଷରୁ ମିଳି ଥିଲା। ସେ ଅନେକ ଥର ନ୍ୟାସନାଲ ବଡ଼ି ବିଲ୍ଡିଂ ଚମ୍ପିୟାନସିପ୍‌ରେ ଭାଗ ନେଇ ଥିଲେ।ତାଙ୍କ ସହ ଜଡ଼ିତ ଲୋକେ କୁହନ୍ତି ଯେ, ସେ ନିଜର ଦୃଢ ଡାଇଟ୍‌ ପ୍ଲାନ୍‌ ଓ ଟ୍ରେନିଂ ପର୍ଯ୍ୟାୟ ପାଇଁ ଯାଇଥାନ୍ତି। ଅଧିକ ସମୟ ବ୍ୟାୟାମରେ ହିଁ ବିତୁ ଥିଲା। ଅନେକ ସମୟରେ ବଏଲ୍‌ ଚିକେନ୍‌ ଖାଇବା ସହ ସୁପ୍‌ ପିଇବା ତାଙ୍କ ଡାଏଟ୍‌ର ଅଂଶ ଥିଲା।

ଅନେକ ଇଣ୍ଟରଭ୍ୟୁରେ ୱାଙ୍ଗ କୁନ୍‌ କହି ଥିଲେ ଯେ ସେ ଗତ ୧୦ ବର୍ଷରୁ ସାଧନା କରୁଛନ୍ତି ଏବଂ ଏକ ବୌଦ୍ଧ ଭିକ୍ଷୁ ଭଳି ଜୀବନ ବିତାଉଛନ୍ତି। ତାଙ୍କର କହିବାର ଥିଲା ଯେ,  ଏମିତି ଆକର୍ଷଣୀୟ ବଡ଼ି ପାଇବା ପାଇଁ ସେ ଖୁବ୍‌ ସତର୍କତାର ସହ ରହୁଛନ୍ତି। ଖାଦ୍ୟ ଚୟନ କରି ଖାଉଛନ୍ତି ଏବଂ ସମୟକୁ ବି ଖୁବ୍‌ ଦେଖୁଛନ୍ତି। ସେ ଜଣେ ସଫଳ ବ୍ୟବସାୟୀ ମଧ୍ୟ ଥିଲେ ଏବଂ ଏକ ଜିମ୍‌ ଚେନ୍‌ର ମାଲିକ ଥିଲେ। ତାଙ୍କର ଜିମ୍‌ ଚେନକୁ ମସଲ ଫ୍ୟାକ୍ଟ୍ରି ନାମରେ ଜଣାଯାଏ । ସେ ଖୁବ୍ ଶୀଘ୍ର ଆଉ ଏକ ଜିମ୍‌ ଖୋଲିବାକୁ ପ୍ରସ୍ତୁତିରେ ଥିଲେ। ସେ କହୁଥିଲେ ଏହି ନୂଆ ଜିମ୍‌ ଚେନ୍‌ ତାଙ୍କ ପାଇଁ ନୂଆ ଆରମ୍ଭ ଓ ନୂଆ ଦୁନିଆ ହେବ , ଯାହାକୁ ସେ ନିଜେ ତଦାରଖ କରିବେ। ତାଙ୍କର ମୃତ୍ୟୁ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି।  

ବିଗତ ଦିନରେ ଅଷ୍ଟ୍ରେଲିଆର ଜଣେ ବଡି ବିଲ୍ଡରଙ୍କର ମଧ୍ୟ ପାଖାପାଖି ୨୨ ବର୍ଷ ବୟସରେ ହିଁ ମୃତ୍ୟୁ ହୋଇଥିଲା। ତାଙ୍କ ନାମ ଅଜିଜ ଶୈଭେରଶିଆନ ଥିଲା। ଅଧିକ ଷ୍ଟରୟେଡ୍‌ ସେବନ ତାଙ୍କ ମୃତ୍ୟୁର କାରଣ ବୋଲି କୁହାଯାଉ ଥିଲା। ତାଙ୍କ ବ୍ୟତୀତ ଜର୍ମାନୀ ଫିଟନେସ୍‌ ଇନଫ୍ଲୁଏନ୍ସର ଜୋ ଲିଣ୍ଡନରଙ୍କର ମଧ୍ୟ ପାଖାପାଖି ୩୦ ବର୍ଷ ବୟସରେ ହିଁ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଅଷ୍ଟ୍ରେଲିଆର ଫିଟନେସ୍‌ ପ୍ରଫେସନାଲ ଆଣ୍ଡ୍ରିୟାଜ୍‌ ମୁଞ୍ଜେରଙ୍କର ମଧ୍ୟ ୩୧ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଅତ୍ୟଧିକ ବ୍ୟାୟାମର କାରଣ କୁହାଯାଇ ଥିଲା।