ନୂଆଦିଲ୍ଲୀ ୨୭/୦୪: ସଲମାନ ଖାନ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ମାତୃଭୂମି’ ଚଳିତବର୍ଷର ବହୁ ପ୍ରତିକ୍ଷୀତ ଫିଲ୍ମ ମଧ୍ୟରୁ ଅନ୍ୟତମ । ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ତାଙ୍କର ସହକଳାକାର ଚିତ୍ରାଙ୍ଗଦା ସିଂହ ସଲମାନଙ୍କ ସହ କାମ କରିବାର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଛନ୍ତି । ଏକ ସାକ୍ଷାତକାରରେ ସେ ସଲ୍ଲୁଙ୍କୁ ବେଶ୍ ପ୍ରଶଂସା କରିଛନ୍ତି ।

ଚିତ୍ରାଙ୍ଗଦା କହିଛନ୍ତି, ସଲମାନଙ୍କ ସହ କାମ କରିବା ପୂର୍ବରୁ କିଛି ଲୋକ ତାଙ୍କୁ ଚେତାବନୀ ଦେଇଥିଲେ । ସଲମାନ ବିଲକୁଲ୍ ପ୍ରଫେସନାଲ ନୁହନ୍ତି । ସୁଟିଂ ସେଟ୍‌ରେ ସେ କେବେ ବି ଠିକ୍ ସମୟରେ ପହଞ୍ଚନ୍ତି ନାହିଁ । ତାଙ୍କ କାରଣରୁ ସୁଟିଂ ବିଳମ୍ବିତ ହୋଇପାରେ ଇତ୍ୟାଦି ବହୁ କଥା ସେ ଶୁଣିଥିଲେ । ପ୍ରକୃତ ଅଭିଜ୍ଞତା କିନ୍ତୁ କିଛି ଅଲଗା ଥିଲା । ସଲମାନ ଜଣେ ଚମତ୍କାର ମଣିଷ । ସେ ସୁଟିଂ ସେଟ୍‌ରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ସହ ସମସ୍ତଙ୍କର ସୁବିଧା-ଅସୁବିଧା ସଂପର୍କରେ ପଚାରି ବୁଝିଥାନ୍ତି । ଏପରିକି ଲାଇଟ୍‌ମ୍ୟାନ୍ କାମରୁ ବିରତି ନେଇଛନ୍ତି କି ନାହିଁ, ଠିକ୍ ସମୟରେ ଖାଇଛନ୍ତି କି ଇତ୍ୟାଦି ପଚାରିଥାନ୍ତି । ଏତେବର୍ଷ ଧରି ଇଣ୍ଡଷ୍ଟ୍ରିରେ କାମ କରିବା ଏବଂ ଷ୍ଟାରଡମ୍ ପାଇବା ପରେ ବି ଲୋକଙ୍କ ପାଇଁ ତାଙ୍କର ଏହି ଚିନ୍ତା ପ୍ରକୃତରେ ପ୍ରଶଂସନୀୟ ।

ଗଲୱାନ ଭ୍ୟାଲି ସଂଘର୍ଷ ଉପରେ ଆଧାରିତ ‘ମାତୃଭୂମି’କୁ ଅପୂର୍ବ ଲାଖିଆ ନିର୍ଦ୍ଦେଶନା ଦେଉଛନ୍ତି । ସେଥିରେ ସଲମାନଙ୍କୁ ଭାରତୀୟ ସେନାର ଜଣେ କର୍ଣ୍ଣେଲଙ୍କ ଭୂମିକାରେ ଦେଖିବାକୁ ମିଳିବ । ଚିତ୍ରାଙ୍ଗଦା ସଲ୍ଲୁଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ବ୍ୟତୀତ ସଲମାନ୍ ମଧ୍ୟ ଚିତ୍ରାଙ୍ଗଦାଙ୍କ ସହ ଆଉ ଏକ ଫିଲ୍ମରେ କାମ କରିବେ । ‘ବାରିଶୁ’ ନିର୍ଦ୍ଦେଶକ ବାମସୀ ପୈଦିପାଲ୍ଲୀ ତାର ନିର୍ଦ୍ଦେଶନା ଦେଉଛନ୍ତି । ସେହି ଆକ୍ସନ ଡ୍ରାମା ୨୦୨୭ ଇଦ୍‌ରେ ରିଲିଜ୍ ହେବାର ଅଛି ।

ଆହୁରି ପଢ଼ନ୍ତୁ...ରାମାୟଣରେ ଶ୍ରୀରାମଙ୍କ ଭୂମିକାରେ ଏହି ଖାନଙ୍କୁ ଦେଖିବାକୁ ଚାହୁଁଥିଲେ ହେମା ମାଳିନୀ