ହୃଦ୍ରୋଗର ଆଶଙ୍କା ବଢାଏ କୋଲେଷ୍ଟେରଲ୍, ଜାଣନ୍ତୁ କିପରି କରିବେ ନିୟନ୍ତ୍ରଣ

ନୂଆଦିଲ୍ଲୀ ୦୩/୦୨: କୋଲେଷ୍ଟେରଲ୍ ହେଉଛି ରକ୍ତରେ ଦେଖାଯାଉଥିବା ମହମ ପରି ପଦାର୍ଥ । ଶରୀରରେ ସୁସ୍ଥ କୋଷିକାର ନିର୍ମାଣ ପାଇଁ ଏହାର ଆବଶ୍ୟକତା ରହିଥାଏ । କିନ୍ତୁ ସୁସ୍ଥ ରହିବା ପାଇଁ ଏହି କୋଲେଷ୍ଟେରଲ୍ ନିୟନ୍ତ୍ରଣରେ ରହିବା ଖୁବ୍ ଜରୁରି । ନଚେତ୍ ବଢୁଥିବା କୋଲୋଷ୍ଟେରଲ୍ ସ୍ତର ହୃଦ୍ରୋଗର ଆଶଙ୍କା ବଢାଇପାରେ। ଚାଲନ୍ତୁ ଦେଖିବା ନିୟମିତ ଜୀବନଶୈଳୀରେ କେଉଁ ଦିଗଗୁଡିକ ଆମ କୋଲେଷ୍ଟେରଲ୍କୁ ବଢାଇବାରେ ସାହାଯ୍ୟ କରିଥାଏ ।
ଫାଇବର କମ୍ ଖାଇବା
ଶରୀର ପାଇଁ ଫାଇବର ଖୁବ୍ ଜରୁରି । ଏହାର ଅଭାବ ଅନେକ ରୋଗର କାରଣ ହୋଇପାରେ । ଏପରିକି କୋଲେଷ୍ଟେରଲ୍ ମଧ୍ୟ ବଢାଇପାରେ । ସେଥିପାଇଁ ଡାଏଟ୍ରେ ଭରପୂର ମାତ୍ରାରେ କୋଲେଷ୍ଟେରଲ୍ ସାମିଲ୍ କରିବା ଦରକାର । ନିୟମିତ ୨୦ରୁ ୩୦ ଗ୍ରାମ୍ ଫାଇବର ଶରୀର ପାଇଁ ଜରୁରି ।
ପ୍ୟାକେଜ୍ ଖାଦ୍ୟ ଖାଇବା
ଆଜିକାଲି ପ୍ରାୟ ଲୋକ ସ୍ନାକ୍ସ, ସକାଳ ଟିଫିନ୍ରେ ପ୍ୟାକେଜ୍ଡ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଜାଣନ୍ତି କି ଏହା ଶରୀର ପାଇଁ କେତେ କ୍ଷତିକାରକ। ଏପରିକି କୋଲେଷ୍ଟେରଲ୍ ବଢିବାର ଅନ୍ୟତମ କାରଣ ମଧ୍ୟ । ପ୍ୟାକେଟ୍ ଖାଦ୍ୟ ଅଧିକ କ୍ୟାଲୋରୀ ଯୁକ୍ତ, ଯାହା ଓଜନ ବଢାଇଥାଏ । ଏଥିରେ ଥିବା ସାଚ୍ୟୁରେଟେଡ୍ ଫ୍ୟାଟ୍ କୋଲେଷ୍ଟେରଲ୍ ବଢାଇବାର ପ୍ରମୁଖ କାରଣ ସାଜିଥାଏ ।
ସୋୟାଠାରୁ ଦୂରେଇ ରହିବା
ପ୍ରାୟ ଲୋକ ସୋୟା ଜାତୀୟ ଉତ୍ପାଦଠାରୂ ଦୂରେଇ ରହିଥାନ୍ତି, ଯାହାକି ଶରୀର ପାଇଁ ଖୁବ୍ ଜରୁରି । ସୋୟାରେ ମହଜୁଦ୍ ତତ୍ତ୍ୱ ଆମ ଶରୀର ପାଇଁ ଖୁବ୍ ଜରୁରି । ସୋୟାରେ ଥିବା ଫାଇଟୋଏଷ୍ଟ୍ରେଜେନ୍ କୋଲେଷ୍ଟେରଲ୍ ଅବଶୋଷଣକୁ ରୋକିଥାଏ । ଏଥିସହିତ ଏଲ୍ଡିଏଲ୍ କୋଲେଷ୍ଟେରଲ୍କୁ କମ୍ କରିଥାଏ ।
ଅଧିକ ଡାଏରୀ ଉତ୍ପାଦ
ଡାଏରୀ ଉତ୍ପାଦ ଶରୀର ପାଇଁ ଆବଶ୍ୟକ । ଏଥିରୁ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ୍ ଓ ପ୍ରୋଟିନ୍ ମିଳିଥାଏ । କିନ୍ତୁ ଅଧିକ କୋଲେଷ୍ଟେରଲ୍ ଥିବା ବ୍ୟକ୍ତି ଡାଏରୀ ଉତ୍ପାଦଠାରୁ ଦୂରେଇ ରହିବା ଜରୁରି । ପନୀରରେ ସାଚ୍ୟୁରେଟେଡ୍ ଫ୍ୟାଟ୍ ଅଧିକ ରହିଥାଏ, ଯାହା କୋଲେଷ୍ଟେରଲ୍ ସ୍ତର ବଢାଇବା ସହ ଧମନୀକୁ ସଙ୍କୁଚିତ କରିଥାଏ ।
ଅଧିକ ମାଂସ ଓ ଛଣା ଖାଦ୍ୟ ଖାଇବା
ମାଂସରେ ଅଧିକ ପରିମାଣର କ୍ୟାଲୋରୀ ରହିଥାଏ । ତେଣୁ ଯେଉଁମାନଙ୍କଠାରେ ଅଧିକ କୋଲେଷ୍ଟେରଲ୍ ସମସ୍ୟା ରହିଥିବ ସେମାନେ ଏହି ଖାଦ୍ୟଠାରୁ ଦୂରେଇ ରହିବା ଜରୁରି । ଯଦିଓ ନିରାମିଶ ଖାଉଥାନ୍ତି, ତେବେ କମ୍ ଖାଇବା ଉଚିତ୍ । ସେହିପରି କୌଣସି ଛଣାଛଣି ଖାଦ୍ୟ ମଧ୍ୟ କୋଲେଷ୍ଟେରଲ୍ ବଢାଇବାର ପ୍ରମୁଖ କାରଣ ହୋଇପାରେ । ତେଣୁ ଏସବୁ ଖାଦ୍ୟଠାରୁ ଦୂରେଇ ରହିବା ଭଲ ହେବ